ରାଜ୍ୟ ହସ୍ତତନ୍ତ ପୁରସ୍କାର ପ୍ରଦାନ

hastatanta୨୦୧୨-୧୩ ଏବଂ ୧୩-୧୪ ବର୍ଷରେ ହସ୍ତତନ୍ତ କ୍ଷେତ୍ରରେ ଉତ୍କର୍ଷ ପାଇଁ ବୁଣାକାରମାନଙ୍କୁ ରାଜ୍ୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରାଯାଇଛିା ତିନୋଟି ବର୍ଗରେ
ଯଥା-ବୟନ କଳା (ଘeଚ୍ଚଠinଜ୍ଜ), ନମୂନା ବିକାଶ (ଉeଟiଜ୍ଜninଜ୍ଜ), ବାନ୍ଧକଳା (Tie-ଛye)ରେ ୧୮ଜଣ ବୁଣାକାରଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛିା

ଚତୁର୍ଦଶ ଜାତୀୟ ହସ୍ତତନ୍ତ ମେଳା-୨୦୧୫ ଉଦ୍ଘାଟନୀ ସମାରୋହରେ ମୁଖ୍ୟଅତିଥ# ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଛନ୍ତିା ୨୦୧୨-୧୩ ବର୍ଷରେ ବୟନ କଳାରେ ପ୍ରେମଶୀଳା ମେହେର(ବରଗଡ), ଯମୁନା ମେହେର(ବରଗଡ) ଏବଂ ରାମଚନ୍ଦ୍ର ଦାସ(ଯାଜପୁର) ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପାଇଛନ୍ତିା ନମୂନା ବିକାଶରେ ନାରାୟଣ ମେହେର(ବରଗଡ) ପ୍ରଥମ ପୁରସ୍କାର ପାଇଥ#ବା ବେଳେ ଲକ୍ଷ୍ମୀପ୍ରିୟା ପୃଷ୍ଟି(କଟକ) ଦ୍ୱିତୀୟ ଓ ବିଶ୍ୱନାଥ ମେହେର(ସୁବର୍ଣ୍ଣପୁର) ତୃତୀୟ ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଛନ୍ତିା ବାନ୍ଧକଳାରେ କମଳାକାନ୍ତ ମେହେର(ବରଗଡ) ପ୍ରଥମ, ଶଙ୍କର ମେହେର(ବୌଦ୍ଧ) ଦ୍ୱିତୀୟ ଏବଂ ସସ୍ମିତା ମେହେର(ବରଗଡ) ତୃତୀୟ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତିା

୨୦୧୩-୧୪ ବର୍ଷ ପାଇଁ ବୟନକଳାରେ କୁଞ୍ଜବନ ଦାସ(ଯାଜପୁର), ପ୍ରତାପ ଦାସ(ଯାଜପୁର), ଫକୀର ମେହେର(ବରଗଡ), ନମୂନା ବିକାଶରେ ଭାସ
କରଣ(କଟକ), ପିତ ମେହେର(ବରଗଡ), ବନମାଳୀ ମେହେର(ବରଗଡ), ବାନ୍ଧକଳାରେ ରୁକ୍ମିଣୀ ମେହେର(ବରଗଡ), ଗୌରୀ ମେହେର(ସୁବର୍ଣ୍ଣପୁର) ଏବଂ ସନ୍ତୋଷିନୀ ମେହେର(ବରଗଡ) ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଛନ୍ତିା

ପ୍ରଥମ ପୁରସ୍କାର ବାବଦରେ ୨୫ ହଜାର ଟଙ୍କା, ଦ୍ୱିତୀୟ ପୁରସ୍କାର ବାବଦରେ ୧୫ ହଜାର ଟଙ୍କା ଏବଂ ତୃତୀୟ ପୁରସ୍କାର ବିଜେତାଙ୍କୁ ୧୦ ହଜାର ଟଙ୍କା ସହ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥ#ଲାା ମୁଖ୍ୟମନ୍ତ୍ରୀଙ୍କ ସହ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ବୁଣାକାରମାନଙ୍କୁ ପୁରସ୍କାର ପ୍ରଦାନ କରିଥ#ଲୋ

ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା, ବିଧାୟକ ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶି ମିଶ୍ର, ବିଭାଗୀୟ ଶାସନ ସଚିବ ଚିତ୍ରା ଆରୁମୁଗମ, ହସ୍ତତନ୍ତ ନିର୍ଦ୍ଦେଶକ ଦେବେନ୍ଦ୍ର ପ୍ରସାଦ ଦାସ, ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଭୁପ୍ରସାଦ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥ#ଲୋ ପ୍ରକାଶ ଥାଉକି, ଏହି ରାଜ୍ୟ ପୁରସ୍କାର ପାଇଁ ବିଭିନ୍ନ ବର୍ଗରେ ଆବେଦନ ଗ୍ରହଣ କରିବା ପରେ ଚୟନ କମିଟି ଯୋଗ୍ୟ ପ୍ରାର୍ଥୀ ଚୟନ କରିଥାନ୍ତିା ମୁଖ୍ୟତଃ ଏକଖ#ଅ ସୁତାରେ ବାନ୍ଧକଳା ଶାଢୀ, ସକ୍ଟା ବାନ୍ଧରେ ହସ୍ତତନ୍ତ ଡିଜାଇନ ବିକାଶ, ଜାଲା ଓ ଡବି ଦ୍ୱାରା ରଙ୍ଗୀନ ଟସର ଶାଢୀ ପ୍ରସ୍ତୁତି, ଫୋଡା କୁମ୍ଭ ଧଡି ସହିତ ରଙ୍ଗୀନ ଟସର୍ ଶାଢୀ, ବାନ୍ଧକଳା ମାଧ୍ୟମରେ ପରିବେଶ ସୁରକ୍ଷା, ଜଗନ୍ନାଥ ବେଶ, ଶ୍ରୀକୃଷ୍ଣଙ୍କ ରାସଲୀଳା, ମନ୍ଦିର କଳା, ବିଭିନ୍ନ ବାଦ୍ୟଯନ୍ତ୍ର ଛବିକୁ ବିଭିନ୍ନ ପାରମ୍ପରିକ ଡିଜାଇନ୍ କଳାକୌଶଳ ଦ୍ୱାରା ଉପସ୍ଥାପନ ଓ କାମଧେନୁ ଟସର ଶାଢୀ ପ୍ରସ୍ତୁତି ଆଦିକୁ ଆଧାର କରି ଏହି ପୁରସ୍କାର hastatantaପାଇଁ ଶ୍ରେଷ୍ଠ ବୁଣାକାରମାନଙ୍କୁ ଚୟନ କରାଯାଇଥ#ଲାା

Share in top social networks!