ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ Khimji Jewellers ସହିତ ସହବନ୍ଧନରେ ଭୁବନେଶ୍ୱରରେ ଉଦ୍ଘାଟିତ ହେଲା ଡିଭାଇନ ସଲିଟାୟର୍ସର ୧୦୦ତମ ଷ୍ଟୋର

khimjiଭାରତର ପ୍ରଥମ ସଲିଟାୟର୍ (ଏକକ) ହୀରା ବ୍ରାଣ୍ଡ୍ ଡିଭାଇନ ସଲିଟାୟର୍ସ ଓଡିଶା ଭୁବନେଶ୍ୱରସ୍ଥିତ ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ Khimji Jewellers ସହିତ ସହବନ୍ଧନରେ ଦେଶରେ ନିଜର ୧୦୦ତମ ବ୍ୟବସାୟିକ ଷ୍ଟୋର ଉଦ୍ଘାଟନ କରିଛି । ୨୦୦୬ ମସିହାରେ ସ୍ଥାପିତ ହୋଇଥିବା ଡିଭାଇନ ସଲିଟାୟର୍ସ ଭାରତର ପ୍ରାୟ ୫୮ଟି ସହରରେ ନିଜର ବ୍ୟବସାୟିକ କାରବାର ଜାରି ରଖିବା ସହିତ ଖିମ୍ଜୀ ଜୁଏଲର୍ସ ସହିତ ମିଳିତ ସହବନ୍ଧନରେ ଭୁବନେଶ୍ୱରରେ ନିଜର ୧୦୦ତମ ଷ୍ଟୋର ସ୍ଥାପନା କରି ଏକ ମାାଇଲଖୁଣ୍ଟ ଅତିକ୍ରମ କରିଅଛି ।
ଏହି ଅବସରରେ ଡିଭାଇନ ସଲିଟାୟର୍ସର ପ୍ରତିଷ୍ଠାତା ତଥା ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଜିଗ୍ନେଶ ମେହେଟ୍ଟା, କୁହନ୍ତି ଯେ, ଏହା ହେଉଛି ଆମ ପାଇଁ ଏକ ଗୁରତ୍ୱପୂର୍ଣ୍ଣ ଉପଲବ୍ଧି ତଥା ଅବିସ୍ମରଣୀୟ ମୁହୁର୍ତ୍ତ । ଭାରତର ୫୮ଟି ସହରରେ ଥିବା ଆମର ସମସ୍ତ ସହଭାଗୀମାନେ ଦେଶର ଶ୍ରେଷ୍ଠ ତଥା ଖ୍ୟାତନାମା ଅଳଙ୍କାର ପ୍ରତିଷ୍ଠାନରୂପେ ସୁପରିଚିତ ଏବଂ ନିଜ ନିଜ ଅଞ୍ଚଳରେ ଗହଣା ବ୍ୟବସାୟ କ୍ଷେତ୍ରରେ ସେମାନେ ବେଶ୍ ଲୋକପ୍ରିୟତା ଅର୍ଜନ କରିପାରିଛନ୍ତି । ଡିଭାଇନ୍ ପରିବାରରେ ଖିମଜୀ ଜୁଏଲର୍ସକୁ ସାମିଲ କରିପାରିଥିବାରୁ ଆମେ ନିଜକୁ ବେଶ୍ ଧନ୍ୟ ମନେକରଅଛୁ ଏବଂ ଏହି ସୁପ୍ରସିଦ୍ଧ ଅଳଙ୍କାର ପ୍ରତିଷ୍ଠାନକୁ ଡିଭାଇନ ପରିବାରକୁ ସ୍ୱାଗତ କରୁଅଛୁ । ଭୁବନେଶ୍ୱର, କଟକ ଏବଂ ରାଉରକେଲା ପରି ଓଡିଶାର ପ୍ରମୁଖ ସହର ମାନଙ୍କରେ ନିଜର ଭବ୍ୟ ସୋରୁମ ମାନ ଥିବାରୁ ପୂର୍ବାଞ୍ଚଳରେ ଆମ ବ୍ୟବସାୟର ପ୍ରସାର କରିବା କ୍ଷେତ୍ରରେ ଖିମ୍ଜୀ ଜୁଏଲର୍ସ ଏକ ପ୍ରମୁଖ ଭୂମିକା ବହନ କରିବ ବୋଲି ଆମର ବିଶ୍ୱାସ । ସମଗ୍ର ଭାରତରେ ଥିବା ୨୦୦ ବିଖ୍ୟାତ ଅଳଙ୍କାର ପ୍ରତିଷ୍ଠାନମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୧୦୦ ଅଳଙ୍କାର ପ୍ରତିଷ୍ଠାନ ସହିତ ଜଡିତ ଥିବାରୁ ଆମେ ବେଶ୍ ଗର୍ବିତ ବୋଲି କହିଛନ୍ତି ଶ୍ରୀ ମେହେଟ୍ଟା ।
ଖିମଜୀ ଜୁଏଲର୍ସର ନିଦେ୍ର୍ଧଶକ ଶ୍ରୀ ମିତେଶ ଖିମ୍ଜୀ କହିଛନ୍ତି ଯେ, ଉଚ୍ଚଗୁଣବତ୍ତା, ସୁକ୍ଷ୍ମ କାରିଗରୀ କୌଶଳ, ମାନକୀକରଣ, ସ୍ୱଚ୍ଛତା ତଥା ନୈତିକତା ଅବଲମ୍ବନ କରିବାରେ ଡିଭାଇନ୍ ସଲିଟାୟର୍ସ ସର୍ବଦା ଶୀର୍ଷରେ । ସମାନ ମୂଲ୍ୟବୋଧରେ ବିଶ୍ୱାସ ରଖୁଥିବା ହେତୁ ଏହି ସମ୍ପର୍କ ସଫଳ ହେବା ଏବଂ ଉଭୟକୁ ଲାଭ ପହଞ୍ଚାଇବା ନେଇ ଆମେ ଦୃଢ ନିଶ୍ଚିତ । ପୂର୍ବ ଭାରତରେ ବିଶେଷକରି ଓଡିଶାରେ ସଲିଟାୟର୍ସ ବ୍ୟବସାୟ କ୍ଷେତ୍ରରେ ଏକ ବୃହତ ସମ୍ଭାବନା ରହିଥିବା ବେଳେ ସହବନ୍ଧନର ହାତ ମିଶାଇବା ନିମନ୍ତେ ଏହାହିଁ ପ୍ରକୃଷ୍ଠ ସମୟ ବୋଲି କହିଛନ୍ତି ଶ୍ରୀ ଖିମ୍ଜୀ ।
ସମସ୍ତ ଡିଭାଇନ୍ ସଲିଟାୟର୍ସ ଇଏକ୍୍ସ, ଇଏକ୍୍ସ, ଇଏକ୍ସ୍ ପ୍ଲସ୍ ହାର୍ଟ ଏବଂ ଆରୋସ୍ କଟ୍, ସ୍ୱୀକୃତି ପ୍ରାପ୍ତ, ଲେଜର ଦ୍ୱାରା ଲିଖିତ । ଏହାବାଦ୍ ପ୍ରତ୍ୟେକ ଡିଭାଇନ୍ ସଲିଟାୟର୍ସ ବାୟବ୍ୟାକ୍ ପଲିସି ଏବଂ ଲାଇଫଟାଇମ୍ ଅପ୍ଗ୍ରେଡ୍ ସହିତ ଗ୍ରାହକ ମାନଙ୍କୁ ଅତୁଳନୀୟ ମୂଲ୍ୟ ପ୍ରଦାନ କରିବା ନିମନ୍ତେ ପ୍ରତିଶୃତିବଦ୍ଧ ।
ଡିଭାଇନ ସଲିଟାୟର୍ସ ଏହି ବ୍ୟବସାୟ କ୍ଷେତ୍ରରେ ସର୍ବାଧିକ ସ୍ୱଚ୍ଛତା ଏବଂ ଉଚିତ୍ ମୁଲ୍ୟ ବଜାୟ ରଖିବା ନିମନ୍ତେ ପ୍ରତ୍ୟେକ ମାସର ପହିଲାରେ ସର୍ବଦା ଜାତୀୟ ସ୍ତରରେ ମାନକ ଏବଂ ସ୍ୱଚ୍ଛ ମୂଲ୍ୟ ପ୍ରକାଶନ କରିବାରେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ସମସ୍ତ ଡିଭାଇନ୍ ସଲିଟାୟର୍ସ ହୀରା ନିର୍ଦ୍ଧିଷ୍ଟ ମୂଲ୍ୟ ସୂଚକାଙ୍କ ଅନୁସାରେ ସାରା ଦେଶରେ ବିକ୍ରି କରାଯାଇଥାଏ ଯାହାକି ଗ୍ରାହକ ମାନଙ୍କୁ ସମ୍ପୂର୍ଣ୍ଣ ମାନସିକ ଶାନ୍ତି ପ୍ରଦାନ କରିବାରେ ସହାୟକ ହୁଏ । ଆହୁରି ମଧ୍ୟ ଡିଭାଇନ୍ ସଲିଟାୟର୍ସ ତରଫରୁ ମଧ୍ୟ ଏକ ସଲିଟାୟର୍ସ ମୂଲ୍ୟ ସୂଚକାଙ୍କର ପ୍ରବର୍ତ୍ତନ କରାଯାଇଛି ଯାହାକି ପ୍ରମୁଖ ବିତ୍ତୀୟ ସମ୍ବାଦପତ୍ରରେ ପ୍ରତ୍ୟେକ ମାସର ୧ତାରିଖ ଦିନ ପ୍ରକାଶ ପାଇଥାଏ ।
ଏହି ସଲିଟାୟର୍ସ ମୂଲ୍ୟ ସୂଚକାଙ୍କ ନିବେଶକ ତଥା କ୍ରେତା ମାନଙ୍କୁ ହୀରା ମୂଲ୍ୟ ପରିବର୍ତ୍ତନକୁ ଜାଣିବାରେ ସହାୟକ ହୋଇଥାଏ ଏବଂ ସେମାନଙ୍କୁ ଉଚିତ୍ ନିବେଶ ତଥା କ୍ରୟ କରିବାରେ ନିଷ୍ପତି ନେବାରେ ସହାୟକ ହୋଇଥାଏ ।

Share in top social networks!