ଟାଟା ଷ୍ଟିଲ ପକ୍ଷରୁ ଭୁବନେଶ୍ୱର ରନ୍-ଏ-ଥନ୍ ୨୦୧୫

tatarunଟାଟା ଷ୍ଟିଲ ପକ୍ଷରୁ ଆଜି ଏକ ବିଶେଷ ସମାରୋହରେ ଓଡ଼ିଶାରେ ପ୍ରଥମ ଥର ପାଇଁ “ଟାଟା ଷ୍ଟିଲ ଭୁବନେଶ୍ୱର ରନ୍-ଏ-ଥନ୍”, ନାମକ ପ୍ରତିଯୋଗିତା ଆସନ୍ତା ଫେବୃଆରୀ ୧୫ ତାରିଖରେ ଆୟୋଜିତ ହେବ ବୋଲି ଘୋଷଣା କରାଯାଇଛି, ଯେଉଁଥିରେ ପ୍ରତିଯୋଗୀମାନଙ୍କୁ ୧୦କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡିବ । ୧୦କି.ମି. ଦୌଡ଼କୁ ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍ ଫର ଫେଡେରେସନ୍ (ଆଇଏଏଏଫ୍) ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ରୋଡ ରେସ୍ର ମାନ୍ୟତା ମିଳିଛି ।

ଓଡ଼ିଶାରେ ପ୍ରଥମ ଥର ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତା ପାଇଁ ଟାଟା ଷ୍ଟିଲ ଓ ଏହାର କ୍ରୀଡ଼ା ବିଭାଗ ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ କୌଶଳ ଓ ଟ୍ରାକିଂ ବ୍ୟବସ୍ଥା କରିବେ, ଯାହା ପ୍ରତିଯୋଗୀମାନଙ୍କୁ ଏଠାରେ ଏକ ପେସାଦାର କ୍ରୀଡ଼ା ପ୍ରତିଯୋଗିତାର ଅନୁଭବ କରାଇବ ।

ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପର ଭାଇସ ପ୍ରେସିଡେଣ୍ଟ ଶ୍ରୀ ଅରୁଣ ମିଶ୍ର ଟାଟା ଷ୍ଟିଲ ଭୁବନେଶ୍ୱର ରନ୍-ଏ-ଥନ୍ ପ୍ରତିଯୋଗିତାର ଲୋଗୋ ଏବଂ ୱେବ୍ସାଇଟ୍ ଉନ୍ମୋଚନ କରିବା ସହିତ ଔପଚାରିକ ଭାବେ ଏହି ପ୍ରତିଯୋଗିତାର ଘୋଷଣା କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ କ୍ରୀଡ଼ା ବିଭାଗ ମୁଖ୍ୟ ଶ୍ରୀ ଫରଜାନ୍ ହିର୍ଜି ଦେଇଥିବା ସୂଚନା ଅନୁସାରେ ଏଥିରେ ପ୍ରତ୍ୟେକ ଶ୍ରେଣୀର ଧାବକଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଉଛି । ୧୦ କିଲୋମିଟର ଦୌଡ଼ (ସମସ୍ତଙ୍କ ପାଇଁ ଉନ୍ମୁକ୍ତ) ବ୍ୟତୀତ କର୍ପୋରେଟ୍ ଓ ଅନ୍ୟ ଅନୁଷ୍ଠାନଙ୍କ ପାଇଁ ୭ କି.ମି, ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୫କି.ମି ଓ ଭିନ୍ନକ୍ଷମଙ୍କ ପାଇଁ ୩କି.ମି ଦୂରତା ରଖାଯାଇଛି ।

ଏହି ଦୌଡ଼ ପାଇଁ ରିପୋର୍ଟିଂ ଟାଇମ୍ ସକାଳ ୫ଟା ୩୦ ସ୍ଥିର କରାଯାଇଛି । ଏହି ଦୌଡ଼ କଳିଙ୍ଗ ଷ୍ଟାଡିୟମ୍ରୁ ଆରମ୍ଭ ହୋଇ ଚନ୍ଦ୍ରଶେଖରପୁରସ୍ଥିତ ତାନିସ୍କ ଶୋରୁମ୍ ଓ ପୁଣି ସେଠାରୁ ୟୁ ଟର୍ନ ହୋଇ କଳିଙ୍ଗ ଷ୍ଟାଡ଼ିୟମ୍ଠାରେ ଶେଷ ହେବ । ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଟ୍ରାକ୍ କରିବା ପାଇଁ ସେମାନଙ୍କୁ ସ୍ମାର୍ଟ ରେଡିଓ ଫ୍ରିକ୍ୱୋନ୍ସି ଆଇଡେଣ୍ଟିଫିକେସନ୍ (ଆରଏଫ୍ଆଇଡି) ଚିପସ୍ ପ୍ରଦାନ କରାଯିବ ।

୫ଟି ଭିନ୍ନ ଭିନ୍ନ ଶ୍ରେଣୀରେ ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତା ପାଇଁ ସର୍ବାଧିକ ପୁରସ୍କାର ରାଶି ୫୧,୦୦୦ ଟଙ୍କା ରଖାଯାଇଛି, ଯାହାକି ୧୦ କି.ମି. ଦୌଡ଼ ପ୍ରତିଯୋଗିତାର ବିଜେତାଙ୍କୁ ମିଳିବ । କର୍ପୋରେଟ୍ ଓ ଅନ୍ୟ ଅନୁଷ୍ଠାନ ତଥା ସାଧାରଣ ପ୍ରତିଯୋଗୀଙ୍କ ପାଇଁ ଭିନ୍ନ ଭିନ୍ନ ପଞ୍ଜୀକରଣ ମୂଲ୍ୟ ରଖାଯାଇଛି ।

ଏହି ପ୍ରତିଯୋଗିତା ପାଇଁ ଅନ୍ଲାଇନ୍ରେ ଙ୍ଗଙ୍ଗଙ୍ଗ.ଗ୍ଧବଗ୍ଧବଗ୍ଦଗ୍ଧରରକ୍ଷଭଷଙ୍କଭବଦ୍ଭରଗ୍ଦଙ୍ଗବକ୍ସକ୍ସଙ୍କଦ୍ଭ.ମକ୍ଟଜ୍ଞ କିମ୍ବା ଫେବୃଆରୀ ୫ ତାରିଖରୁ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ କଳିଙ୍ଗ ଷ୍ଟାଡିୟମ୍ରେ ନାମ ପଞ୍ଜୀକରଣ କରାଯାଇପାରିବ । ନାମ ପଞ୍ଜୀକରଣ କରିବାର ଶେଷ ତାରିଖ ହେଉଛି ଫେବୃଆରୀ ୧୧, ୨୦୧୫ । ନାମ ପଞ୍ଜୀକରଣ କରିଥିବା ପ୍ରତିଯୋଗୀମାନେ ଫେବୃଆରୀ ୧୨ତାରିଖରୁ କଳିଙ୍ଗ ଷ୍ଟାଡ଼ିୟମ୍ର ଏକ କାଉଣ୍ଟରରେ ଟି-ସାର୍ଟ, ସୂଚନା ପତ୍ର, ପ୍ରତିଯୋଗୀଙ୍କ ସ୍ୱତନ୍ତ୍ର ନମ୍ବର ଓ ଆରଏଫ୍ଆଇଡି ଚିପ୍ ଥିବା ଏକ ବ୍ୟାଗ୍ ସଂଗ୍ରହ କରିପାରିବେ ।

ଏହି ପ୍ରତିଯୋଗିତା ପାଇଁ ନାମ ପଞ୍ଜୀକରଣ କରିବା ମାତ୍ରେ ପ୍ରତିଯୋଗୀଙ୍କୁ ଏହି ବ୍ୟାଗ୍ ମିଳିବା ସହିତ ତାଙ୍କ ମୋବାଇଲ୍କୁ ଗୋଟିଏ ଏସ୍ଏମ୍ଏସ୍ ଓ ମେଲ୍ ଆଇଡିକୁ ଇମେଲ୍ ମଧ୍ୟ କରାଯିବ ।

ଏହି ଅବସରରେ ଟାଟା ଷ୍ଟିଲ ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ଶ୍ରୀ ମଣିକାନ୍ତ ନାୟକ ଓ ଟାଟା ଷ୍ଟିଲ କ୍ରୀଡ଼ା ବିଭାଗର ହେଡ୍ ଶ୍ରୀ ଚାର୍ଲ୍ସ ବୋରୁମିଓ ପ୍ରମୁଖ ଉପସ୍ଥିତ ଥିଲେ ।

ଟାଟା ଷ୍ଟିଲର ସିଦ୍ଧାନ୍ତରେ କ୍ରୀଡ଼ା ଓ ଶାରୀରିକ ସୁସ୍ଥତାକୁ ସର୍ବଦା ଗୁରୁତ୍ୱ ଦେଇଆସିଛି । ଟାଟା ଷ୍ଟିଲ କୋଲକାତା ମାରାଥନ୍ ଓ ଗତ ବର୍ଷ ଡିସେମ୍ବରରେ ଜାମସେଦପୁର ରନ୍-ଏ-ଥନ୍ ପରେ ତୃତୀୟ ଥର ପାଇଁ ପୂର୍ବ ଭାରତରେ ଏଭଳି ଲୋକପ୍ରିୟ ଆଥଲେଟିକ୍ ଇଭେଣ୍ଟର ଆୟୋଜନ କରିବାକୁ ଯାଉଛି । ଭବିଷ୍ୟତରେ ମଧ୍ୟ ଭୁବନେଶ୍ୱରଠାରେ ଏହାକୁ ଏକ ମୁଖ୍ୟ କ୍ରୀଡ଼ା କାର୍ଯ୍ୟକ୍ରମ ଭାବେ ଆୟୋଜନ କରାଯିବାର ଯୋଜନା ରହିଛି ।

Share in top social networks!