ଓଡ଼ିଶାରେ ସାମ୍ବାଦିକତାର ଇତିହାସ ଲୋକାର୍ପିତ ଓଡ଼ିଶାରେ ସାମ୍ବାଦିକତାର ଇତିହାସ ଲୋକାର୍ପିତ

iims ପ୍ରତିଷ୍ଠିତ ଲେଖକ ତଥା ଖ୍ୟାତନାମା ସାମ୍ବାଦିକତା ଶିକ୍ଷକ ଡ. ମୃଣାଳ ଚାଟାର୍ଜୀଙ୍କ ଲିଖିତ ଓଡ଼ିଶାରେ
ସାମ୍ବାଦିକତା ଇତିହାସ ଢେଙ୍କାନାଳ ଜିଲ୍ଲା ପାଇଁ ଲୋକାର୍ପିତ ହୋଇଯାଇଛି । ଭାରତୀୟ ଜନସଂଚାର ସଂସ୍ଥାନ
(ଆଇଆଏମ୍ସି) ପରିସରରେ ପାକ୍ଷିକ ପତ୍ରିକା ସମଦୃଷ୍ଟିର ସଂପାଦକ ସୁଧୀର ପଟ୍ଟନାୟକ ଏବଂ ସାହିତ୍ୟ ଏକାଡେମୀ
ପୁରସ୍କାରପ୍ରାପ୍ତ ପ୍ରାବନ୍ଧିକ ଧନେଶ୍ୱର ସାହୁ ଏହାକୁ ଲୋକାର୍ପଣ କରିଥିଲେ ।
ଆଇଆଇଏମ୍ସିରେ ଭାରତୀୟ ଖବରକାଗଜ ଦିବସ ପାଳନ ଅବସରରେ ଏହା କରାଯାଇଥିଲା । ଏହି
ଅବସରରେ ସୁଧୀର ପଟ୍ଟନାୟକ କହିଥିଲେ- ଆମ ସାମ୍ବାଦିକତାର ଇତିହାସକୁ ଏମିତି ପୃଷ୍ଠା ପରେ ପୃଷ୍ଠା ସାଇତି
ରଖିବା ନିଶ୍ଚିତ ଭାବେ ବେଶ ପ୍ରଶଂସନୀୟ ଉଦ୍ୟମ । ଧନେଶ୍ୱର ସାହୁ କହିଥିଲେ- ଇତିହାସକୁ ନଥିଭୁକ୍ତ କରିବା
ବେଶ କଷ୍ଟକର ବ୍ୟାପାର । ବହୁ ଦିନ ପରେ ଓଡ଼ିଆ ସାମ୍ବାଦିକତା ଆରମ୍ଭରୁ ଏ ପର୍ଯ୍ୟନ୍ତ ନଥିଭୁକ୍ତ ହୋଇଥିବାରୁ
ଏହା ସଭିଙ୍କୁ ବିଶେଷ ଭାବେ ସାହାଯ୍ୟ କରିବ । ଲେଖକ ଡ. ମୃଣାଳ ଚାଟାର୍ଜୀ ଏଥିରେ ଉପସ୍ଥିତ ଥିଲେ ।
୨୦୧୫ରେ ଓଡ଼ିଆ ଭାଷା ସାମ୍ବାଦିକତାକୁ ୧୫୦ ବର୍ଷ ପୁରୁଛି । ସେହି ବର୍ଷ ସାମ୍ବାଦିକତାର ଇତିହାସ ଓଡ଼ିଆରେ
ପ୍ରକାଶିତ ହୋଇଛି ।
ଓଡ଼ିଶାରେ ସାମ୍ବାଦିକତାର ଇତିହାସ ବହିଟିରେ ସାମ୍ବାଦିକତାର ଆରମ୍ଭରୁ ୨୦୧୪ ମଝିଯାକେ ଓଡ଼ିଆ
ସାମ୍ବାଦିକତାର ଇତିହାସ ବିଷୟରେ ବର୍ଣ୍ଣନା କରାଯାଇଛି । ଓଡ଼ିଶାରେ ପ୍ରଥମ ଖବରକାଗଜ ଆରମ୍ଭ ହେବା ଦିନରୁ
ଓଡ଼ିଆ ସାମ୍ବାଦିକତା ଯେଉଁ ଉଠାଣି ଗଡ଼ାଣି ରାସ୍ତା ପାର୍ କରିଛି, ସେ ବିଷୟରେ ଟିକିନିଖି ତଥ୍ୟ ଏଥିରେ ସ୍ଥାନ
ପାଇଛି । ଏହାଛଡ଼ା ସାମ୍ବାଦିକତାର ସାମଗ୍ରିକ ସ୍ଥିତି ଏବଂ ଭବିଷ୍ୟତ ସଂପର୍କରେ ମଧ୍ୟ ଏଥିରେ ଆକଳନ କରାଯାଇଛି ।
ବହିଟିରେ ବିଭିନ୍ନ ଭାରତୀୟ ଭାଷା ସାମ୍ବାଦିକତାର ଇତିହାସ ରହିଛି । ଯେମିତି- ହିନ୍ଦୀ, ଗୁଜୁରାଟୀ, ବଙ୍ଗଳା,
ତାମିଲ, ତେଲୁଗୁ, ଅସାମୀୟା, ମରାଠୀ, ପଞ୍ଜାବୀ ଏବଂ କୋଙ୍କଣୀ ଆଦି । ଏଥିରେ ମହିଳା ସାମ୍ବାଦିକତା, ସାମ୍ବାଦିକତା
ଶିକ୍ଷା, ସମ୍ବାଦ ସରବରାହ ସଂସ୍ଥା, ଫଟୋ ସାମ୍ବାଦିକତା, କାର୍ଟୁନ, ସ୍ତମ୍ଭ ଓ ସ୍ତମ୍ଭକାର, ରାଜନୀତି ଓ ସାମ୍ବାଦିକତା,
ଓଡ଼ିଶାରେ ଇଂରାଜୀ ଭାଷାର ସାମ୍ବାଦିକତା ଆଦି ଅନେକ ଅଧ୍ୟାୟ ରହିଛି । ସେହିପରି ବାଣିଜ୍ୟ ଏବଂ କ୍ରୀଡ଼ା ଏବଂ
ମନୋରଂଜନ ଆଦି ନିର୍ଦ୍ଦିଷ୍ଟ ବିଷୟ ସଂପର୍କିତ ସାମ୍ବାଦିକତା ସଂପର୍କରେ ସମସ୍ତ ତଥ୍ୟ ଓଡ଼ିଶାରେ ସାମ୍ବାଦିକତାର
ଇତିହାସରେ ରହିଛି । ଏଥିରେ ରାଜ୍ୟର ୧୩ଟି ଅବିଭକ୍ତ ଜିଲ୍ଲାର ସାମ୍ବାଦିକତାର ଇତିହାସ ସ୍ଥାନ ପାଇଛି ।
ଓଡ଼ିଆ ସାମ୍ବାଦିକତାରେ ଅଶୀ ଦଶକରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଥିଲା । ଯେଉଁଥିରେ ଖବର ଲେଖିବା,
ପରିବେଷଣ କରିବା ଓ ପରିପାଟୀ ଆଦି ସବୁକିଛି ବଦଳି ଯାଇଥିଲା । ପରିବର୍ତ୍ତନର ସେଇ ସୁଅ ସଂପର୍କରେ
ଓଡ଼ିଶାରେ ସାମ୍ବାଦିକତାର ଇତିହାସରେ ବହୁ ତଥ୍ୟ ଓ ଘଟଣାବଳୀ ରହିଛି ।
ଓଡ଼ିଶାରେ ସାମ୍ବାଦିକତା ସଂସାରର ମହାନାୟକଙ୍କ କଥା ବି ଏ ବହିଟି କହେ । ସେମାନଙ୍କ ସଂପର୍କରେ ଅନେକ
ନୂଆ ନୂଆ ତଥ୍ୟ ଦିଏ । ଓଡ଼ିଆ ଭାଷାର ଖବରକାଗଜ ସମେତ ପତ୍ରପତ୍ରିକା ବିଷୟରେ ମଧ୍ୟ ଏଥିରେ ବହୁ ତଥ୍ୟ
ରହିଛି ।
ସାମ୍ବାଦିକ ଜୀବନର ଦୀର୍ଘ ଅଭିଜ୍ଞତା ପରେ ଡ. ମୃଣାଳ ଚାଟାର୍ଜୀ ସାମ୍ବାଦିକତା ଅଧ୍ୟାପନା କ୍ଷେତ୍ରକୁ ଆସିଥିଲେ ।
ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ରେ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ ୧୯୯୯ ମସିହାରେ ।
୨୦୦୮ରେ ସେ ପ୍ରଫେସର ପଦକୁ ଯାଇଥିଲେ ଏବଂ ସେବେଠାରୁ ଢେଙ୍କାନାଳଠାରେ ଥିବା ଆଇଆଇଏମ୍ସିର
ପୂର୍ବ-ଭାରତୀୟ ଶାଖାର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଛନ୍ତି ।
ଓଡ଼ିଶାରେ ସାମ୍ବାଦିକତାର ଇତିହାସରେ ସମୁଦାୟ ୨୧ଟି ଅଧ୍ୟାୟ ରହିଛି । ଶେଫାଳୀ କମୁ୍ୟନିକେସନ୍ ଏହାର
ପ୍ରକାଶକ । ଯେଉଁମାନେ ଏ ସଂପର୍କରେ ଅଧିକ ଜାଣିବାକୁ ଆଗ୍ରହୀ ସେମାନେ
ଟeଞ୍ଛhଚ୍ଚଝicଞ୍ଚmmଫnicଚ୍ଚଟ୍ଟiଞ୍ଚnଟ@yଚ୍ଚhଞ୍ଚଞ୍ଚ.in ମେଲ୍ରେ ଯୋଗାଯୋଗ କରିବା ପାଇଁ ପ୍ରକାଶକଙ୍କ ପକ୍ଷରୁ
କୁହାଯାଇଛି ।

Share in top social networks!