ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବଳିଦାନ ସପ୍ତାହରେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବ ବିଜେପି

bjpbijayଭାରତୀୟ ଜନତା ପାର୍ଟିର ଆଦର୍ଶବାଦର ପ୍ରତୀକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବଳିଦାନ ସପ୍ତାହରେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବ ବିଜେପି । ଆସନ୍ତାକାଲି ଫେବୃୃଆରୀ ୫ରୁ ଦୀନଦୟାଲ୍ଜୀଙ୍କ ବଳିଦାନ ଦିବସ ଅର୍ଥାତ୍ ଫେବୃଆରୀ ୧୧ ପର୍ଯ୍ୟନ୍ତ ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ୮୫୪ ଜିଲା ପରିଷଦ ଜୋନ୍, ସହରୀ କେନ୍ଦ୍ର, ମୁନିସପାଲଟି ଓ ଏନଏସିରେ ବ୍ୟାପକ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ କରାଯିବ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବୈଦୁ୍ୟତିକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଏହି ଅବସରରେ ବିଜେପି ମୁଖପାତ୍ର ସମୀର ମହାନ୍ତି ଓ ରାଜ୍ୟର ସହ ସଦସ୍ୟତା ପ୍ରଭାରୀ ଭ୍ରୁଗୁ ବକ୍ସି ପାତ୍ର ଉପସ୍ଥିତ ଥିଲେ ।

ଶ୍ରୀ ମହାପାତ୍ର କହିଛନ୍ତିଯେ, ବିଜେପିର ସଭ୍ୟ ହେବା ପାଇଁ ଜନସାଧାରଣଙ୍କ ମନରେ ଉତ୍ସାହ ବଢ଼ିବାରେ ଲାଗିଛି । ବିଶେଷକରି ଯୁବ ଭୋଟରମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ ଓ ବିକାଶର ଧାରାରେ ସ୍ୱତଃସ୍ଫୂର୍ତ ଭାବେ ସାମିଲ୍ ହେଉଛନ୍ତି । ଓଡ଼ିଶାର ଯୁବଶକ୍ତି ବିଜେପିର ସମ୍ପତି ବୋଲି ସେ ଅଭିହିତ କରିଛନ୍ତି । ସେହିପରି ସେ କହିଲେଯେ, ଇତିିମଧ୍ୟରେ ରାଜ୍ୟରେ ବିଜେପିର ସଭ୍ୟ ସଂଖ୍ୟା ୧୧ ଲକ୍ଷ ୫୦ ହଜାରରେ ପହଁଚି ସାରିଲାଣି । ଏହି ସଭ୍ୟ ସଂଗ୍ରହ ଅଭିଯାନକୁ ଆହୁରି ବ୍ୟାପକ କରିବା ପାଇଁ ବିଜେପି ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ବଳିଦାନ ସପ୍ତାହ ପାଳନ କରାଯିବ । ଆସନ୍ତାକାଲି ଠାରୁ ଏକ ସପ୍ତାହ ବ୍ୟାପୀ ଏହି ଅଭିଯାନ ହେବ । ଯେଉଁମାନେ ଜିଲା ପରିଷଦ ବା ବିଧାନସଭା ନିର୍ବାଚନରେ ଦଳର ପ୍ରାର୍ଥୀ ଥିଲେ ଓ ଯେଉଁମାନେ ଦଳୀୟ ପ୍ରାର୍ଥୀ ହେବା ପାଇଁ ଆଶାୟୀ ସେମାନେ ସମସ୍ତେ ଦଳକୁ ତୃଣମୂଳସ୍ତରରୁ ମଜବୁତ୍ କରିବା ପାଇଁ ସଭ୍ୟ ସଂଗ୍ରହକୁ ଜୋରଦାର କରିବାକୁ ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍ତି ।

ଆସନ୍ତା ଫେବୃଆରୀ ୧୨ ଓ ୧୩ ତାରିଖ ଦୁଇଦିନ ଧରି କେନ୍ଦ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ଓ କେନ୍ଦ୍ରୀୟ ସହସଂଗଠନ ମନ୍ତ୍ରୀ ଶିବପ୍ରକାଶଜୀ ରାଜ୍ୟର ୪ଟି ଜୋନ୍ ଅର୍ଥାତ୍ ବ୍ରହ୍ମପୁର, କଟକ, ଭଦ୍ରକ ଓ ଝାରସୁଗୁଡ଼ାରେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମର ସମୀକ୍ଷା କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି । ବ୍ରହ୍ମପୁର ଓ କଟକରେ ଅରୁଣ ଜୀ ଓ ଭଦ୍ରକ ଓ ଝାରସୁଗୁଡ଼ାରେ ଶିବ ପ୍ରକାଶଜୀ ସମୀକ୍ଷା କରିବେ । ଫେବୃଆରୀ ୧୨ରେ ଭଦ୍ରକରେ କେନ୍ଦୁଝର, ବାରିପଦା, ରାଇରଙ୍ଗପୁର, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲାର ସମୀକ୍ଷା ହେବ । ସେହିଦନ ବ୍ରହ୍ମପୁରରେ ଗଞ୍ଜାମ, ଭଂଜନଗର, ଛତ୍ରପୁର, ଗଜପତି, କୋରାପୁଟ, ମାଲକାନାଗିରି, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ବୌଦ୍ଧର ସାଂଗଠନିକ ସ୍ଥିତି ନେଇ ସମୀକ୍ଷା କରାଯିବ । ସେହିପରି ଫେବୃଆରୀ ୧୩ରେ କଟକରେ କଟକ ସିଟି, କଟକ ସଦର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲାର ସମୀକ୍ଷା କରାଯିବାର ଥିବାବେଳେ ସେହିଦିନ ଝାରସୁଗୁଡ଼ାରେ ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବଣେଇ, ପାନପୋଷ, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ସୋନୁପର ଜିଲାର ସାଂଗଠନିକ ସ୍ଥିତି ନେଇ ସମୀକ୍ଷା କରାଯିବ ।

Share in top social networks!