ଅନଗୁଳରେ ୧୦୦ଟି ଫ୍ଲାଇ-ଆଶ୍‍ ଇଟା ନିର୍ମାଣ ୟୁନିଟ୍‍ ପ୍ରତିଷ୍ଠାର ସୁଯୋଗ ସମ୍ବନ୍ଧରେ ନାଲ୍‍କୋ ପକ୍ଷରୁ କର୍ମଶାଳା

ନାଲ୍‍କୋରୁ ମାଗଣାରେ ଉପଲବ୍ଧ ଫ୍ଲାଇ-ଆଶ୍‍, ଫ୍ଲାଇ-ଆଶ୍‍ ଦ୍ୱାରା ନିର୍ମତ ଇଟାର ଚାହିଦା ବୃଦ୍ଧି, ସହଜରେ ଆକର୍ଷଣୀୟ ଋଣର ଉପଲବ୍ଧତା ତଥା ସରକାରଙ୍କ ନୂତନ ନୀତିନିୟମ ଓ ସିଙ୍ଗଲ୍‍-ୱିଣ୍ଡୋ ମଞ୍ଜୁରୀ ପ୍ରଦାନ ନୀତି ଆଦି ଆଧାରରେ ଅନଗୁଳ ଜିଲ୍ଲାରେ ସଫଳତାର ସହ ତଥା ଲାଭଜନକ ଭାବେ ପ୍ରାୟ ୧୦୦ଟି ଫ୍ଲାଇ-ଆଶ୍‍ ଇଟା ନିର୍ମାଣ ୟୁନିଟ୍‍ ପ୍ରତିଷ୍ଠାର ସୁଯୋଗ ରହିଛି ।

ନାଲ୍‍କୋର ସ୍ମେଲ୍ଟର ଓ ବିଦୁ୍ୟତ ପ୍ରକଳ୍ପ ଅନ୍ତର୍ଗତ ପାରିପାଶ୍ୱିର୍କ ବିକାଶ ବିଭାଗ ପକ୍ଷରୁ ଫେବୃୟାରୀ ୩ ତାରିଖରେ ଅନଗୁଳରେ ଆୟୋଜିତ ଏକ କର୍ମଶାଳାରେ ଉଦ୍‍ବୋଧନ ଦେଇ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଶ୍ରୀ ନିରାକାର ମିଶ୍ର ଏହି ବିଷୟରେ ସୂଚନା ଦେଇଥିଲେ । ଏହି କର୍ମଶାଳାରେ ଆଖପାଖର ୨୦ଟି ଗ୍ରାମପଞ୍ଚାୟତର ସରପଞ୍ଚ ଓ ଯୁବ ଉଦ୍ୟୋଗୀମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ, ଡିସିଆଇଓ ଶ୍ରୀ ଗୋପବନ୍ଧୁ ପ୍ରଧାନ, ଏହି ଇଟା ନିର୍ମାଣର ବୈଷୟିକ ଦିଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ନାଲ୍‍କୋ ପକ୍ଷରୁ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ (ଏସ୍‍ ଆଣ୍ଡ୍‍ ପି) ଶ୍ରୀ ଏସ୍‍.କେ. ରାୟ କର୍ମଶାଳାରେ ସଭାପତିତ୍ୱ କରି ସରକାରୀ ନିଦେ୍ର୍ଧଶାବଳୀ ଅନୁସାରେ ଏହି ଦିଗରେ ନାଲ୍‍କୋ ପୂର୍ଣ୍ଣ ସହଯୋଗ ପ୍ରଦାନ କରିବ ବୋଲି ପ୍ରତିଶୃତି ଦେଇଥିଲେ ।

nalcoଏହି ଅବସରରେ, ମହାପ୍ରବନ୍ଧକ (ମ୍ୟାଟେରିଆଲ୍ସ) ଶ୍ରୀ ଅଶୋକ ପାତ୍ର, ମହାପ୍ରବନ୍ଧକ (ସିପିପି) ଶ୍ରୀ କେ.କେ. ପଣ୍ଡା ଏବଂ ସହାୟକ ମହାପ୍ରବନ୍ଧକ (ଏଏମ୍‍ଡି) ଶ୍ରୀ ସୁଧୀର ପଟ୍ଟନାୟକ ପ୍ରମୁଖ ମଧ୍ୟ ଏହି ବିଷୟରେ ଉଦ୍‍ବୋଧନ ଦେଇଥିଲେ । ଭାରପ୍ରାପ୍ତ ମହାପ୍ରବନ୍ଧକ (ମାନବସମ୍ବଳ ଓ ପ୍ରଶାସନ) ତଥା ପାରିପାଶ୍ୱିର୍କ ବିକାଶ ବିଭାଗର ମୁଖ୍ୟ ଶ୍ରୀ ଅନୀଲ ଭଟ୍ଟ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଏବଂ ମ୍ୟାନେଜର୍‍ (ସିଭିଲ୍‍)-ପାରିପାଶ୍ୱିର୍କ ବିକାଶ ଶ୍ରୀ ରାଜେନ୍ଦ୍ର ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।

Share in top social networks!