ଟସର କୋଷାର ମୂଲ୍ୟ ବୃଦ୍ଧି

ରାଜ୍ୟର ଟସର ଚାଷୀମାନଙ୍କ ଆଥ#ର୍କ ଅଭିବୃଦ୍ଧି ନିମନ୍ତେ ଟସର କୋଷାର ମୂଲ୍ୟ ଗୁଟି କୋଷା ତୋଳା ପ୍ରତି ୫୭୫ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛିା ଏହାଦ୍ୱାରା ରାଜ୍ୟର ପ୍ରାୟ ୧୫,୦୦୦ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଟସର ଚାଷୀ ପରିବାର ଉପକୃତ ହେବୋ କାହାଣ ପ୍ରତି ୧୨୫ ଟଙ୍କାରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବୋ ରାଜ୍ୟ ବୟନ ଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ଦେବେନ୍ଦ୍ର ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୂଲ୍ୟ ନିର୍ଦ୍ଧାରଣ କମିଟି ଦ୍ୱାରା ଏ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରାଯାଇଛିା

ପ୍ରକାଶ ଥାଉକି ଟସର କୋଷାର ଏହି ମୂଲ୍ୟ ବୃଦ୍ଧି ଚଳିତ ବର୍ଷ ତୃତୀୟ ଥର ପାଇଁ କରାଯାଇଛିା ଚଳିତ ବର୍ଷ ଟସର କୋଷାର ମୂଲ୍ୟ ତୋଳା ପ୍ରତି ୪୫୦ ଟଙ୍କାରୁ ୬୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଗଲାଣିା ଯାହାକି ପୂର୍ବବର୍ଷ ତୁଳନାରେ ଶତକଡା ୩୩ ଭାଗ ଅଧ#କା ଏତଦ୍ବ୍ୟତୀତ ଟସର ଚାଷୀମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତି ରିଲିଂ କୋଷା (ଗୁଟି କୋଷା)ରେ ୨୫ ପଇସା ହିସାବରେ ପ୍ରୋତ୍ସାହନ ଦିଆଯାଉଛିା ଯାହା ଫଳରେ ଚାଷୀମାନେ କାହାଣ ପ୍ରତି ୪୦୦ ଟଙ୍କା ହିସାବରେ ଅତିରିକ୍ତ ଲାଭବାନ ହେଉଛନ୍ତିା ଏହି ମୂଲ୍ୟ ବୃଦ୍ଧି ଦ୍ୱାରା ଟସର ଚାଷୀମାନେ ଏହିଚାଷ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିବା ସହ ବହୁଳ ପରିମାଣର ଟସର ଚାଷ କରି ଲାଭବାନ ହେବାର ସୁଯୋଗ ସୃଷ୍ଟି ହେବ ବୋଲି
ଆଶା କରାଯାଏା

Share in top social networks!