ଫେବୃଆରୀ ୪ରୁ ଆରମ୍ଭ ହେବ ଜାତୀୟ ହସ୍ତତନ୍ତ ମେଳା

ହସ୍ତତନ୍ତ ଉନ୍ନୟନ କମିଶନର, ନୂଆଦିଲ୍ଲୀଙ୍କ ଦ୍ୱାରା ପ୍ରାୟୋଜିତ ଏବଂ ବୟନିକା ଦ୍ୱାରା ଆୟୋଜିତ ଜାତୀୟ ହସ୍ତତନ୍ତ ମେଳା ଭୁବନେଶ୍ୱରସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡିଆଠାରେ ଫେବୃଆରୀ ୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବା ଏହି ମେଳାକୁ ୪ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବୋ

ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ଦେବେନ୍ଦ୍ର ପ୍ରସାଦ ଦାସ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ତଥା ରାଜ୍ୟ ବାହାରର ବୁଣାକାରମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ, ଉପଯୁକ୍ତ ବଜାର ସୃଷ୍ଟି, ଦକ୍ଷତା ବୃଦ୍ଧି, ନୂତନ ନମୂନାର ବିକାଶ ଓ ବୁଣାକାରମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ହସ୍ତତନ୍ତ
ମେଳା ଉପଯୁକ୍ତ ସୁଯୋଗ ସୃଷ୍ଟି କରିବା

ଜାତୀୟ ତଥା ଅନ୍ତର୍ଜାତୀୟ ବଜାରରେ ଓଡ଼ିଶା ହସ୍ତତନ୍ତର ଯଥେଷ୍ଟ ଚାହିଦା ରହିଛିା ତେଣୁ ଗ୍ରାହକଙ୍କ ଆବଶ୍ୟକତାକୁ ଆଖ#ରେ ରଖ# ବୁଣାକାରମାନେ ନୂତନ ନମୂନା ବିକାଶ କରୁଛନ୍ତିା ସେମାନଙ୍କ ପ୍ରସ୍ତୁତ ସାମଗ୍ରୀର ମୂଲ୍ୟଯୁକ୍ତ ବିକ୍ରିବଟା ପାଇଁ ରାଜ୍ୟ ସରକାର ନିଜସ୍ୱ ଯୋଜନାରୁ ଅର୍ଥ ବରାଦ କରି ଏହି ମେଳାକୁ ଆୟୋଜନ କରୁଛନ୍ତିା ଏହି ଜାତୀୟ ହସ୍ତତନ୍ତ ମେଳାରେ ଓଡ଼ିଶା ସମେତ ୧୬ଟି ରାଜ୍ୟର ୨୦୦ରୁ ଊ–ର୍
ବୁଣାକାର ଅଂଶଗ୍ରହଣ କରିବୋ ମେଳାରେ ପ୍ରାୟ ୭ କୋଟି ଟଙ୍କାର ବ୍ୟବସାୟ ହେବାର ଆଶା କରାଯାଏା ଚଳିତ ବର୍ଷ ମେଳାରେ ଶ୍ରୀ ଜଗନ୍ନାଥଙ୍କର ନବକଳେବରକୁ ଦୃଷ୍ଟିରେ ରଖାଯାଇ ରଥଯାତ୍ରାର ତିନିରଥ ଆକୃତିର ଏକ ଥ#ମ୍ ପ୍ୟାଭିଲିୟନ୍ ପ୍ରସ୍ତୁତ କରାଯାଇଛିା ଏଥ#ରେ ଓଡ଼ିଶା ହସ୍ତତନ୍ତର ଉତ୍କୃଷ୍ଟମାନର ଶାଢୀ ଓ ରାଜ୍ୟବାହାରର ବିଭିନ୍ନ ବସ୍ତ୍ରରେ ସଜ୍ଜିତ ହେବ ବୋଲି ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଭୁପ୍ରସାଦ ଷଡଙ୍ଗୀ ସୂଚନା ଦେଇଥ#ଲୋ ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗର ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲୋ

Share in top social networks!