ବିରଳ ପେଚା ଉଦ୍ଧାର

ମେଣ୍ଢାଶାଳ ନିକଟବର୍ତ୍ତୀ ଛତାବର ଗ୍ରାମର ଭାଗବତ ଟୁଙ୍ଗୀ ରୁ ଆଜି ଏକ ବିରଳ ପେଚା ଉଦ୍ଧାର କରାଯାଇଛି | ପେଚା ଟିର ରଙ୍ଗ ସାଧାରଣ ପେଚାଙ୍କ ଠାରୁ ଭିନ୍ନ ହୋଇଥିବା ବେଳେ ଏହା ଆକାର ମଧ୍ୟ ଅନ୍ୟ ପେଚା ମାନଙ୍କ ଠାରୁ ଯଥେଷ୍ଟ ବଡ |

pechaaଗ୍ରାମ ର ଗୁରୁ ଚରଣ ସାହୁ, କୈଳାଶ ଚନ୍ଦ୍ର ସାହୁ ଏବଂ ସୋମନାଥ ବାରିକ କାଉ ମାନଙ୍କ କବଳରୁ ପେଚାଟିକୁ ଉଦ୍ଧାର କରି ସ୍ଥାନୀୟ ବନ ବିଭାଗ କୁ ଖବର ଦେଇଥିଲେ | ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ପେଚାଟିକୁ ନେଇ ଚନ୍ଦକା ରେଞ୍ଜ ଅମ୍ବିଲଠାରେ ଜଙ୍ଗଲ ମଧ୍ୟରେ ଛାଡିଛନ୍ତି |

Share in top social networks!