ଭାରତ ରକ୍ଷା ମଂଚର ଜାତୀୟ କାର୍ଯ୍ୟକାରିଣୀ ଭୁବନେଶ୍ୱର ଠାରେ ଆରମ୍ଭ ହୋଇଛି

bharatrakshyaଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଏବେ ଅନୁପ୍ରବେଶକୁ ନେଇ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାରି ବିରୋଧରେ ନିରବଚ୍ଛିନ୍ନ ଲଢେଇ ଜାରି ରଖିଥିବା ଭାରତ ରକ୍ଷା ମଂଚର ଜାତୀୟ କାର୍ଯ୍ୟକାରିଣୀ ଭୁବନେଶ୍ୱର ଠାରେ ଆରମ୍ଭ ହୋଇଛି ।

କାର୍ଯ୍ୟକାରିଣୀ କମିଟି ବୈଠକର ପ୍ରଥମ ଅଧିବେଶନରେ ରକ୍ଷାମଂଚର ଜାତୀୟ ଅଧ୍ୟକ୍ଷ ଭାବେ ପୂର୍ବତନ ସାଂସଦ ତଥା ବର୍ତମାନର ଲୋକସଭା
ସଚିବାଳୟର ଅନ୍ୟତମ ପରାମର୍ଶଦାତା ରଘୁନନ୍ଦନ ଶର୍ମା ସର୍ବସମ୍ମତ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ନବଗଠିତ ଜାତୀୟ କାର୍ଯ୍ୟକାରିଣୀକୁ ଓଡିଶାରୁ ଦୁଇଜଣ ନିର୍ବାଚିତ ହୋଇଛନ୍ତି । ଜାତୀୟ ସମ୍ପାଦକ ଅନୀଲ ଧୀରଙ୍କୁ ମହାସଚିବ ପଦକୁ ପଦୋନ୍ନତି ମିଳିଥିବା ବେଳେ ରାଜ୍ୟ ସାଧାରଣ ସମ୍ପାଦକ ଥିବା ମୂରଲୀ ମନୋହର ଶର୍ମାଙ୍କୁ ମଂଚର ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରୀୟ ସହସଂଯୋଜକ ପଦବୀରେ ଅବସ୍ଥ୍ାପିତ କରାଯାଇଛି ବୋଲି ମଂଚର ପ୍ରମୁଖ ତଥା ରାଷ୍ଟ୍ରୀୟ ସଂଯୋଜକ ସୂର୍ଯ୍ୟକାନ୍ତ କେଲକାର ଘୋଷଣା କରିଛନ୍ତି । ଏହି କମିଟିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତମାନର ରାଜ୍ୟସଭା ସାଂସଦ ସତ୍ୟ ନାରାୟଣ ଜେଟିୟା, ସାଂସଦ ଆଲୋକ ସଂଜର, ଜଣାଶୁଣା ଚିକତ୍ସକ ଡା ଡା ଦାତାଦେବ ମିଶ୍ର, ବିବେକ ଶୁକ୍ଲା, ଜଶବଂତ ସିଂହ ଶେଖାୱତ, ବିରେନ୍ଦ୍ର ପାଣ୍ଡେ, ସୁଲଭା ଗୌଡଙ୍କ ଭଳି ଜଣାଶୁଣା ବ୍ୟକ୍ତି ଉପସଭାପତି ରୁପେ ନିର୍ବାଚିତ ହୋଇଛନ୍ତି । ସେହିପରି ଜଣାଶୁଣା ଶିକ୍ଷାବିତ ଡଃ ବିମଳେନ୍ଦୁ ମହାନ୍ତିଙ୍କୁ ଭାରତ ରକ୍ଷାମଂଚ ଓଡିଶା ପ୍ରଦେଶର ସଭାପତି ଭାବେ ଅବସ୍ଥାପିତ କରାଯାଇଛି ।

ଆଜି ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ରକ୍ଷାମଂଚର ଜାତୀୟ କାର୍ଯ୍ୟକାରିଣୀକୁ ମଂଚର ରାଷ୍ଟ୍ରୀୟ ସଂଯୋଜକ ସୂର୍ଯ୍ୟକାନ୍ତ କେଲକାର ଉଦ୍ଘାଟନ
କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନବନିର୍ବାଚିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ରଘୁନନ୍ଦନ ଶର୍ମା ତାଙ୍କ ଅନୁପ୍ରବେଶ ଭଳି ରାଷ୍ଟ୍ରୀୟ
ସମସ୍ୟାର ଗମ୍ଭୀରତା ଉପରେ ଆଲୋକପାତ କରିଥିଲେ । ରକ୍ଷାମଂଚର ଜାତୀୟ ସମ୍ପାଦକ ତଥା ଆସାମକୁ ପ୍ରତିନିଧିତ୍ୱ କରୁଥିବା ନୀରଜ
ଶ୍ରୀବାସ୍ତ କାର୍ଯ୍ୟକ୍୍ରମ ସଂଯୋଜନା କରିଥିବା ବେଳେ ଜାତୀୟ ସହ ସଂଯୋଜକ ମୂରଲୀ ମନୋହର ଶର୍ମା ନିଜ ସ୍ୱାଗତ ସମ୍ଭାଷଣରେ ଅନୁପ୍ରବେଶ ଭଳି ବିକଟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସଂଘବଦ୍ଧ ଭାବେ ସରକାରଙ୍କ ନିକଟରେ ଚାପ ସୃଷ୍ଟି କରିବା ପାଇଁ ଆହ୍ାନ ଜଣାଇଥିଲେ । ଜାତୀୟ ଉପସଭାପତି ଡା ଦାତାଦେବ ମିଶ୍ର ଓ ଜାତୀୟ ସାଧାରଣ ସମ୍ପାଦକ ଅନୀଲ ଧୀର ତାଙ୍କ ବକ୍ତବ୍ୟରେ ବିକଟ ପରିସ୍ଥିତି ସୃଷ୍ଟି କରିଥ୍ôବା ବେଳେ ଲଗାତାର ସରକାରୀ ଉଦାସୀନତାକୁ ସମାଲୋଚନା କରିଥିଲେ । ବୈଠକରେ ବିଭିନ୍ନ ଅଧିବେଶନ ଅବସରରେ ଭାରତ ପ୍ରତି ବିପଦ ସାଜିଥିବା ବଂଲାଦେଶୀ ଅନୁପ୍ରବେଶର ଭୟାବହତ । ଉପରେ ସବିଶେଷ ଆଲୋଚନା ହୋଇଥିଲା । ଓଡିଶାର ଉନୁକ୍ତ ତଥା ଅସୁରକ୍ଷିତ ବେଳାଭୂମୀର ଛିଦ୍ର ଦେଇ ଦୈନିକ ହାରାହାରି ୫୦୦ରୁ ଊଦ୍ଧ୍ୱର୍ ବାଂଲାଦେଶୀ ଓଡିଶାରେ ପଶୁଥିବା ପରିପ୍ରେକ୍ଷୀରେ ଓଡିଶାରେ ଆୟୋଜିତ ଜାତୀୟ କାର୍ଯ୍ୟକାରୀଣୀ ରାଜ୍ୟରେ ଚାଲିଥିବା ବଂଲାଦେଶୀ ଅନୁ୍ରପ୍ରବେଶକାରି ବିରୋଧୀ ÷ଆନେ୍ଦାଳନକୁ ପ୍ରୋତ୍ସାହିତ କରିବ । ଆବଶ୍ୟକସ୍ଥଳେ ଏହାକୁ ନେଇ ପ୍ରତିବାଦର ସ୍ୱର ନୂଆଦିଲ୍ଲୀ ପର୍ଯ୍ୟନ୍ତ ନେବା ପାଇଁ ପଛଘୁଂଚା ଦିଆଯିବ ନାହି ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏହି ବୈଠକରେ ଦେଶର ୧୪ଟି ରାଜ୍ୟରୁ ୫÷୦ଜଣ ପଦାଧିକାରୀ ଯୋଗ ଦେଇ ସେମାନଙ୍କ ମତ ରଖିଥିଲେ ।

ସୂଚନାଯୋଗ୍ୟ ଯେ, ଦୁଇଦିନ ବ୍ୟାପି କାର୍ଯ୍ୟକାରିଣୀ ଏହି ଅବସରରେ ୩୧ ତାରିଖରେ ଏକ ପ୍ରତିବାଦ ସମାବେଶ ଓ ଶୋଭାଯାତ୍ରା ମଧ୍ୟ
ଅନୁଷ୍ଠିତ ହେବ । ଅନୁପ୍ରବେଶ ଅନ୍ଧାଧୁନିଆ ଚାଲିଥିବା ବେଳେରାଜ୍ୟ ସରକାର ଆଖି ଥାଇ ଅନ୍ଧ ଓ କାନ ଥାଇ କାଲ ପାଲଟିଯିବା ଘଟଣାକୁ
ବୈଠକରେ ନିୀନ୍ଦା କରାଯାଇଥିଲା । ତେଣୁ ଆଗକୁ ଏକ ବଡଧରଣର ସୁରକ୍ଷା ବିପର୍ଯ୍ୟୟ ଏଡାଇବା ପାଇଁ ସରକାର ଠୋସ ପଦକ୍ଷେପ ନେବା ପାଇ ବୈଠକରେ ଦାବି ପ୍ରକାଶ ପାଇଥିଲା ।

Share in top social networks!