ଓଡ଼ିଶା ପର୍ଯ୍ୟଟନର ଅଭିବୃଦ୍ଧି ପାଇଁ ଅଧିକ ଆନ୍ତର୍ଜାତିକ ବିମାନସେବା ଉପରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଗୁରୁତ୍ୱ

satteଓଡ଼ିଶା ସମେତ ପୂର୍ବାଞ୍ଚଳ ରାଜ୍ୟ ତଥା ଦକ୍ଷିଣ-ଏସିୟ ଏବଂ ଦକ୍ଷିଣପୂର୍ବ-ଏସିୟ ରାଷ୍ଟ୍ରଗୁଡିକ ମଧ୍ୟରେ ଅଧ#କ ଆନ୍ତର୍ଜାତିକ ବିମାନ ଚଳାଚଳ ସେବା ଉପରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗୁରୁତ୍ୱ ଆରୋପ କରିଛନ୍ତିା ଏହା ଫଳରେ ଓଡ଼ିଶାରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ସହିତ ପର୍ଯ୍ୟଟନ ସମୃଦ୍ଧ ହୋଇପାରିବ ବୋଲି ଦର୍ଶାଇ ଶ୍ରୀ ପଣ୍ଡା ଯୋଗାଯୋଗ ଭିତ୍ତିଭୂମି ଦୃଢ କରିବା ନିମନ୍ତେ ଦାବି କରିଛନ୍ତିା

ଆଜି ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଥ#ବା ତିନି ଦିନିଆ ଦକ୍ଷିଣ-ଏସିୟ ପର୍ଯ୍ୟଟନ ଓ ଭ୍ରମଣ ସମ୍ମିଳନୀ “ସାଟେ’ର ଉଦ୍ଘାଟନୀ ସଭାରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଅତୀତରେ ଓଡ଼ିଶା ସମେତ ଅନ୍ୟ ପୂର୍ବାଞ୍ଚଳ ରାଜ୍ୟଗୁଡିକର ଏବର ଇଣ୍ଡୋନେସିଆ, ମାଲେସିଆ, କାମ୍ପୁଚିଆ ଓ ଭିଏତନାମ ଭଳି ଦେଶ ସହିତ ବାଣିଜି୍ୟକ ସମ୍ପର୍କ ରହିଥ#ଲାା ତେଣୁ ଏହି ରାଷ୍ଟ୍ରଗୁଡିକ ସହିତ ଆନ୍ତର୍ଜାତିକ ବିମାନ ଯୋଗାଯୋଗ ବ୍ୟବସ୍ଥା ଅତ୍ୟନ୍ତ ଜାରୁରୀା ଏହା ଫଳରେ ଭାରତର ପୂର୍ବାଞ୍ଚଳ ରାଜ୍ୟଗୁଡିକୁ ଅଧ#କ ମାତ୍ରାରେ ବିଦେଶୀ ପର୍ଯ୍ୟଟକମାନଙ୍କ ଆଗମନ ସହଜ ହୋଇପାରିବା ଏହା ସହିତ ବାଣିଜି୍ୟକ ଏବଂ ସାଂସ୍କୃତିକ ବିନିମୟ ମଧ୍ୟ ବୃଦ୍ଧି ପାଇବା

ମନ୍ତ୍ରୀ ଶ୍ରୀ ପଣ୍ଡା କହିଥ#ଲେ, ଦେଶରେ ଟୁର ଅପରେଟରମାନେ ଭାରତର ପଶ୍ଚିମାଞ୍ଚଳ ରାଜ୍ୟଗୁଡିକୁ ବିଦେଶୀ ପର୍ଯ୍ୟଟକ ଆଣିବାରେ ଉଦ୍ୟମ କରିବା ଦେଖାଯାଉଥ#ବା ବେଳେ ଏହି ଉଦ୍ୟମ ବୃଦ୍ଧି କରି ପୂର୍ବାଞ୍ଚଳ ରାଜ୍ୟଗୁଡିକୁ ମଧ୍ୟ ପର୍ଯ୍ୟଟକ ଭ୍ରମଣ ବ୍ୟବସ୍ଥା ସମ୍ପ୍ରସାରିତ ହେବା ଆବଶ୍ୟକା ଏପରି କ୍ଷେତ୍ରରେ “ସାଟେ’ ପକ୍ଷରୁ ଉଦ୍ୟମ ହେବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥ#ଲୋ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିମାନ ସେବା ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ପାଇଲେ ଓଡ଼ିଶାକୁ ଭ୍ରମଣ କରିବାକୁ ଆସୁଥ#ବା ବିଦେଶୀ ଓ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବା ୨୦୦୮-୦୯ରେ ଓଡ଼ିଶାକୁ ପ୍ରାୟ ୪୨ ହଜାର ବିଦେଶୀ ପର୍ଯ୍ୟଟକ ଆସିଥ#ବା ବେଳେ ୨୦୧୩- ୧୪ରେ ଏହି ସଂଖ୍ୟା ବୃଦ୍ଧି ପାଇ ୬୭.୫ ହଜାରରେ ପହଞ୍ଚ#ଥ#ଲାା ଅର୍ଥାତ୍ ପ୍ରତି ବର୍ଷ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୨୦ ପ୍ରତିଶତ ହାରରେ ବୃଦ୍ଧି ପାଉଛିା ରାଜ୍ୟରେ ଉଦ୍ୟାନ
ପର୍ଯ୍ୟଟନ, ପରିବେଶ ପର୍ଯ୍ୟଟନ, ବେଳାଭୂମି ପର୍ଯ୍ୟଟନ, ଗ୍ରାମୀଣ ପର୍ଯ୍ୟଟନ, ଜନଜାତି ପର୍ଯ୍ୟଟନ ଓ ବୌଦ୍ଧ କୀର୍ତ୍ତି ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯାଉଛିା “ସାଟେ’ର ଏହି ଉଦ୍ଘାଟନୀ ପର୍ବରେ ଫିଲିପାଇନ୍ସର ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ଜାତୀୟ ଟୁର ଅପରେଟରସ୍ ମହାସଂଘର ସଭାପତି ସୁବାଷ ଗୋଏଲ୍, କେନ୍ଦ୍ର ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ ଗିରିଜା ଶଙ୍କର ଓ ମାକାଓର ପ୍ରତିନିଧ# ପ୍ରମୁଖ ଯୋଗଦେଇଥ#ଲୋ

Share in top social networks!