ଖାଦ୍ୟ ନିରାପତ୍ତା ଆଇନ୍ ଅନୁଯାୟୀ ଅଗ୍ରାଧିକାର ପରିବାର ଚିହ୍ନଟ ପ୍ରକ୍ରିୟା ସମସ୍ତ ଜିଲ୍ଲାରେ ଆରମ୍ଭ ।

ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ର କାର୍ଯ୍ୟାନ୍ୱୟନ ପାଇଁ ସାରା ରାଜ୍ୟରେ ଅଗ୍ରାଧିକାର ପରିବାର ଚିହ୍ନଟ୍ପ୍ର କ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଏଥ# ନିମନ୍ତେ ସମସ୍ତ ଜିଲ୍ଲାରେ ପଞ୍ଜୀକରଣ ଓ ଦରଖାସ୍ତ ଗ୍ରହଣ କାମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟର ସଠିକ୍ ପରିଚାଳନା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଶାସନ ସଚିବ ଶ୍ରୀ ମଧୂସୁଦନ ପାଢ଼ୀ ଗତ କାଲି ସନ୍ଧ୍ୟାରେ ଜିଲ୍ଲାପାଳ ମାନଙ୍କ ସହ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଥ#ଲେ । ପ୍ରତି ଜିଲ୍ଲାରେ ଆରମ୍ଭ କରାଯାଇଥ#ବା ଏହି କାର୍ଯ୍ୟରେ କୌଣସି ଅଭାବ ଅସୁବିଧା ଅଛିକି ନାହିଁ ପଚାରି ବୁଝିଥ#ଲେ । ଜିଲ୍ଲାପାଳମାନେ ନିଜନିଜ ଜିଲ୍ଲାରେ ଏହି କାର୍ଯ୍ୟ ସୂଚାରୁରୂପେ ଚାଲୁଥ#ବାର ଜଣାଇଥ#ଲେ ।

ତେବେ କେତେକ ଜିଲ୍ଲାରେ ଅଧ#କ ଦରଖାସ୍ତ ଫର୍ମ ଦରକାର ପଡିବ ବୋଲି ସଂପୃକ୍ତ ଜିଲ୍ଲାପାଳ ମାନେ ଜଣାଇଥ#ଲେ । ଅଧ#କ ଆବଶ୍ୟକ ଫର୍ମ ୨ରୁ
୩ଦିନ ମଧ୍ୟରେ ଜିଲ୍ଲାକୁ ଯୋଗାଇ ଦିଆଯିବ ବୋଲି ଶାସନ ସଚିବ ଶ୍ରୀ ପାଢ଼ୀ କହିଥ#ଲେ । ଦରଖାସ୍ତ ଗ୍ରହଣ ସମୟରେ ସଂପୃକ୍ତ ବ୍ୟକ୍ତି ମାନଙ୍କର ‘‘ଆଧାରଦଦ ନମ୍ବର ସଂଗ୍ରହ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥ#ଲେ । ଆଧାର ପଞ୍ଜୀକରଣ ହୋଇନଥ#ବା ବ୍ୟକ୍ତି ମାନଙ୍କୁ ଏହି ପଞ୍ଜୀକରଣ
କରାଇନେବା ନିମନ୍ତେ ଆବଶ୍ୟକ ସୂଚନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥ#ଲେ । ଶାସନ ସଚିବ ଶ୍ରୀ ପାଢ଼ୀ ଦରଖାସ୍ତରେ ଥ#ବା ତଥ୍ୟ ଗୁଡିକର ସଠିକ ଯାଞ୍ଚ ଓ ନିର୍ଭୁଲ କମ୍ପୁ୍ୟଟରୀକରଣ ଉପରେ ଗୁରୁତ୍ୱ ଆରୋପ କରିଥ#ଲେ ।

ଖାଦ୍ୟ ନିରାପତ୍ତା ଆଇନ୍ରେ ପଞ୍ଜୀକରଣ ଓ ଦରଖାସ୍ତ ଦାଖଲ ବାବଦରେ ଗ୍ରାମ ଓ ପଂଚାୟତ ସ୍ତରରେ
ସଚେତନତା କାର୍ଯ୍ୟକ୍ରମ, ପଞ୍ଜୀକରଣ କେନ୍ଦ୍ରରେ ଆବଶ୍ୟକୀୟ ଫର୍ମ ଓ ସରnାମ ଯୋଗାଣ, ସମସ୍ତ ପଞ୍ଜୀକରଣ
କେନ୍ଦ୍ରରେ କାର୍ଯ୍ୟାରମ୍ଭ, ଏହି କାର୍ଯ୍ୟକ୍ରମର ପରିଚାଳନା ପାଇଁ ବିଭିନ୍ନ ସ୍ତରରେ ତନଖ# ଓ ନିରୀକ୍ଷଣ ଆଦି
ବିଷୟରେ ସମୀକ୍ଷା କରାଯାଇଥ#ଲା ।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଜାନୁଆରୀ ୨୮ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ
ପଞ୍ଜୀକରଣ ଆରମ୍ଭ କରାଯାଇଛି । ଏଥ# ପାଇଁ ବିଭିନ୍ନ ଜିଲ୍ଲାରେ ୧୬୨୯ ଟି କେନ୍ଦ୍ର ଖୋଲିଛି ଏବଂ ପ୍ରଥମ ଦିନରେ
ପ୍ରାୟ ୩ଲକ୍ଷ ୫୦ ହଜାରରୁ ଅଧ#କ ଲୋକ ପଞ୍ଜୀକରଣ କରିଛନ୍ତି । ପଞ୍ଜୀକରଣ ଏପ୍ରିଲ୍ ୮ ତାରିଖ ପର୍ଯ୍ୟନ୍ତ
ଚାଲିବ । ସୂଚନାଯୋଗ୍ୟ ପଞ୍ଜୀକରଣ ଓ ଦରଖାସ୍ତ ଗ୍ରହଣକୁ ଅଧ#କ ଶୃଙ୍ଖଳିତ ଓ ନିର୍ଭୁଲ କରିବା ପାଇଁ ପ୍ରତି
ଜିଲ୍ଲାକୁ ୪ଟି ଭାଗରେ ବିଭକ୍ତ କରାଯାଇଛି ।
ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନିରnନ ନାୟକ, ବିଭାଗୀୟ ଉପଶାସନ ସଚିବ
ମହମ୍ମଦ୍ କମରୁଲ୍ ହକ୍ ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ
ଉପସ୍ଥାପନା କରିଥ#ଲେ ।

Share in top social networks!