ନବକଳେବର ସମୟରେ ପୁରୀରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ

craftଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆସନ୍ତା ନବକଳେବର ସମୟରେ ପୁରୀଠାରେ ଜନସମାଗମକୁ ଦୃଷ୍ଟିରେ ରଖି ନିଳାଚଳ ଅର୍ବାନ ହାଟ ପରିସରରେ ଏକ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଏଥ#ରେ ଓଡ଼ିଶାର ସବୁ ଜିଲ୍ଲାରେ ପ୍ରସ୍ତୁତ ହେଉଥ#ବା ବିରଳ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ହେବ । ଏଥ#ପାଇଁ ପ୍ରତ୍ୟେକ ଅଞ୍ଚଳରେ ଥ#ବା ରାଜ୍ୟ ତଥା ଜାତୀୟ ପୁରସ୍କାରପ୍ରାପ୍ତ କାରିଗର, ହସ୍ତଶିଳ୍ପ ପୁଞ୍ଜ ଏବଂ ହସ୍ତଶିଳ୍ପ ଗ୍ରାମର କାରିଗରମାନଙ୍କ ସହ ତୁରନ୍ତ ଯୋଗାଯୋଗ କରି ଉତ୍କୃଷ୍ଟ
ସାମଗ୍ରୀ ସଂଗ୍ରହ ପାଇଁ ବୟନ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଜିଲ୍ଲା ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ପୂର୍ବାହ୍ନରେ ରାଜ୍ୟ କଳା ଏବଂ ହସ୍ତକଳା ବିକାଶ ପ୍ରତିଷ୍ଠାନ (ସିଡ଼ାକ)ଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନଙ୍କ ନିମନ୍ତେ ଆୟୋଜିତ କର୍ମଶାଳା ଓ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀମତୀ ଛୁରିଆ କହିଲେ, ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ହେଉଛି ଶ୍ରୀ ଜଗନ୍ନାଥ ଚେତନାର ସର୍ବଶ୍ରେଷ୍ଠ ନିଦର୍ଶନ । ଏହି ବିରଳ ଉତ୍ସବକୁ ଦେଖିବା ପାଇଁ ପୁରୀଠାରେ ଦେଶ ତଥା ଦେଶ ବାହାରୁ ଲକ୍ଷ ଲକ୍ଷ ଲୋକ ପୁରୀଠାରେ ଏକତି୍ରତ ହେବେ ।
ତେଣୁ ଏହି ସମୟରେ ଓଡ଼ିଶାର ଉତ୍କୃଷ୍ଟ ହସ୍ତକଳାର ପ୍ରଚାର ପ୍ରସାର ପାଇଁ ଏକ ପ୍ରକୃଷ୍ଟ ସୁଯୋଗ ସୃଷ୍ଟି ହେବ । ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧ#କାରୀମାନେ ବର୍ତ୍ତମାନଠାରୁ ଆକ୍ସନ ପ୍ଲାନ ମୁତାବକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥ#ଲେ । ରାଜ୍ୟର ପ୍ରମୁଖ କ୍ରାଫଫ ଭିଲେଜ ଏବଂ କ୍ଲଷ୍ଟରଗୁଡ଼ିକ ସାଇନେଜ୍ ମାଧ୍ୟମରେ ଚିହ୍ନିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥ#ଲା । ଏହି ସାଇନେଜ୍ରେ ନିର୍ଦ୍ଧିଷ୍ଟ କ୍ରାଫଫ ସମ୍ପର୍କରେ ତଥ୍ୟ ଏବଂ ସବିଶେଷ ସୂଚନା ଉଲ୍ଲେଖିତ ହେବ । ଏଥ#ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ କରି ଫେବୃଆରୀ ମାସ ଶେଷ ସୁଦ୍ଧା ହସ୍ତଶିଳ୍ପ ନିର୍ଦ୍ଦେଶାଳୟକୁ
ରିପୋର୍ଟ ପ୍ରଦାନ କରିବାକୁ ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ କାରିଗରମାନଙ୍କ ପାଇଁ ଗ୍ରହଣ କରାଯାଇଥ#ବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ସମୀକ୍ଷା କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ କରି ବିନିଯୋଗ ପ୍ରମାଣ ପତ୍ର ଦାଖଲ କରିବାକୁ ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦେଇଥ#ଲେ ।

ଆଜିର ଏହି ସମୀକ୍ଷା ବୈଠକରେ ୨୦୧୪-୧୫ ଆଥ#ର୍କ ବର୍ଷରେ ବିଭିନ୍ନ ହସ୍ତକଳା ପାଇଁ ଅନୁଷ୍ଠିତ ତାଲିମକାର୍ଯ୍ୟକ୍ରମ ଗୁରୁଶିଷ୍ୟ ପରମ୍ପରା ଅଧ#ନରେ ମାଷ୍ଟର କ୍ରାଫଫସ୍ମ୍ୟାନମାନଙ୍କ ଦ୍ୱାରା ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ହେଉଥ#ବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ଆୟୋଜନ, ସ୍ୱୟଂସହାୟକ ଗୋଷ୍ଠୀ ଜରିଆରେ କ୍ରାଫଫଭିଲେଜ ବିକାଶ କାର୍ଯ୍ୟକ୍ରମ, ହସ୍ତଶିଳ୍ପ କାରିଗରମାନଙ୍କ ଥଇଥାନ ବ୍ୟବସ୍ଥା, ହସ୍ତଶିଳ୍ପ ଉଦ୍ୟୋଗଗୁଡ଼ିକର ଆଧୁନିକୀକରଣ ନିମନ୍ତେ ଆଥ#ର୍କ
ସହାୟତା, କାରିଗରମାନଙ୍କ ନିମନ୍ତେ ଗୃହ ତଥା ହସ୍ତଶିଳ୍ପ କର୍ମଶାଳା ନିର୍ମାଣ, ସୌର ଲ=ନ ବିତରଣ ଏବଂ ଆମ୍ ଆଦ୍ମୀ ବୀମା ଯୋଜନା, ଆଦି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସବିଶେଷ ସମୀକ୍ଷା କରାଯାଇଥ#ଲା । ସମୀକ୍ଷାରୁ ଜଣାଯାଇଛି ଯେ, ଚଳିତ ଆଥ#ର୍କ ବର୍ଷରେ ୫୯ଟି ସ୍ୱୟଂସହାୟକ ଗୋଷ୍ଠୀ ଜରିଆରେ ୮୮୫ ଜଣ କାରିଗରଙ୍କୁ ବ୍ୟାଙ୍କ ଜରିଆରେ ୧ କୋଟି ୨୬ ଲକ୍ଷ ୨୬ ହଜାର ଟଙ୍କାର ଆଥ#ର୍କ ସହାୟତା ପ୍ରଦାନ କରାଯାଇଛି । ଗୁରୁଶିଷ୍ୟ ପରମ୍ପରା
ଅଧ#ନରେ ୧୫୦ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ସେହିଭଳି ହସ୍ତଶିଳ୍ପ କାରିଗର ଥଇଥାନ କାର୍ଯ୍ୟକ୍ରମରେ ଚଳିତ ବର୍ଷ ୫୦୩ ଜଣ କାରିଗରଙ୍କୁ ଥଇଥାନ କରିବା ନିମନ୍ତେ ୫୦ ଲକ୍ଷ ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ୧୪,୮୫୦ ଜଣ ପରିବାରଙ୍କୁ ସୌରଲ=ନ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥ#ବାବେଳେ ବର୍ତ୍ତମାନ ସୁଦ୍ଧା ୪୮୮୮ ଜଣ କରିଗରଙ୍କୁ ବିତରଣ କରାଯାଇଛି । ସେହିଭଳି ଆମ ଆଦମୀ ବୀମା ଯୋଜନାରେ ଚଳିତବର୍ଷ ୧୨୦୦୦
ହିତାଧିକାରୀ ଉପକୃତ ହେବାକୁ ଥ#ବାବେଳେ ବର୍ତ୍ତମାନ ସୁଦ୍ଧା ୫୯୩୯ ଜଣ ବୀମାଭୁକ୍ତ ହୋଇସାରିଛନ୍ତି । ତେବେ ଲକ୍ଷ୍ୟ ପୂରଣ କରିପାରିନଥ#ବା ଜିଲ୍ଲାମାନେ ଫେବୃଆରୀ ମାସ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ଉଭୟ ମନ୍ତ୍ରୀ ଏବଂ ସଚିବ ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦେଇଥ#ଲେ ।

କଞ୍ଚାମାଲର ଅଭାବ ହେତୁ ରାଜ୍ୟରେ କାରିଗରମାନେ ସମ୍ମୁଖୀନ ହେଉଥ#ବା ସମସ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ
ଅଞ୍ଚଳରେ କଞ୍ଚାମାଲ ବ୍ୟାଙ୍କ ସ୍ଥାପନ ନିମନ୍ତେ ବିଭାଗ ପକ୍ଷରୁ ନିଆଯାଇଥ#ବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ
ବୈଠକରେ ଆଲୋଚନା ହୋଇଥ#ଲା । ପଥର ଖୋଦେଇ ନିମନ୍ତେ ନରଣଗଡ଼ ଠାରେ ଏକ ବ୍ୟାଙ୍କ ସ୍ଥାପନ ହୋଇଥ#ବା
ବେଳେ ମୁଗୁନି ପଥର ନିମନ୍ତେ ମୟୁରଭଞ୍ଜ ଜିଲ୍ଲାରେ ଏକ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଜିଲ୍ଲା ବନଖଣ୍ଡ ଅଧ#କାରୀ, କରଞ୍ଜିଆ,
ଏବଂ ମାଇନିଂ ଅଫିସର, ବାରିପଦାଙ୍କ ସହ ଯୋଗାଯୋଗ କରାଯାଇ ଆନୁସଙ୍ଗିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସେହିଭଳି କାଠ ଖୋଦେଇ କାମ ପାଇଁ ଅନୁଗୁଳ, ପୁରୀ, ରାଉରକେଲା, କଟକ, ବାଲେଶ୍ୱର, କଳାହାଣ୍ଡି ଏବଂ ସମ୍ବଲପୁରଠାରେ
କଞ୍ଚାମାଲ ବ୍ୟାଙ୍କ ପ୍ରତିଷ୍ଠା ନିମନ୍ତେ ଜଙ୍ଗଲ ବିକାଶ ନିଗମକୁ ଅନୁରୋଧ କରାଯାଇଛି ବୋଲି ବିଭାଗୀୟ ଯୁଗ୍ମ ସଚିବ
ରାଜା ପରିଜା ସୂଚନା ଦେଇଥ#ଲେ ।
ଆଜିର ଏହି କର୍ମଶାଳାରେ ହସ୍ତଶିଳ୍ପ ନିର୍ଦ୍ଦେଶକ ସଂଘମିତ୍ରା କାନୁନ୍ଗୋ, ଅତିରିକ୍ତ ନିର୍ଦ୍ଦେଶକ, ବିଜୟ କୁମାର
ପଣ୍ଡା, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ଗାୟତ୍ରୀ ପଟ୍ଟନାୟକ, ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ବରିଷ୍ଠ ଅଧ#କାରୀବୃନ୍ଦ ଏବଂ
ରାଜ୍ୟର ସବୁ ଜିଲ୍ଲା ଶିଳ୍ପ କେନ୍ଦ୍ର ଏବଂ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନେ ଯୋଗ ଦେଇ ଆଲୋଚନାରେ
ଅଂଶ ଗ୍ରହଣ କରିଥ#ଲେ ।

Share in top social networks!