JSPL, ବଡବିଲ୍ କୁ ପରିବେଶ ପରିଚାଳନାରେ କୃତୀତ୍ୱ ପାଇଁ ଗ୍ରୀନ୍ଟେକ୍ ସ୍ୱର୍ଣ୍ଣ ପୁରସ୍କାର ୨୦୧୪

jsplଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିମିଟେଡ୍ (ଜେଏସ୍ପିଏଲ୍) ବଡବିଲ୍ ୟୁନିଟ୍କୁ ପରିବେଶ ପରିଚାଳନା କ୍ଷେତ୍ରରେ କୃତୀତ୍ୱ ପାଇଁ ଗ୍ରୀନ୍ଟେକ୍ ଫାଉଣ୍ଡେସନ ପକ୍ଷରୁ ଧାତୁ ଏବଂ ଖଣି କ୍ଷେତ୍ରରେ ୨୦୧୪ ବର୍ଷ ପାଇଁ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରକାଶଯୋଗ୍ୟଯେ ପ୍ଲାଂଟ ପରିବେଶ ପରିଚାଳନାରେ କୃତୀତ୍ୱ ପାଇଁ ପୂର୍ବରୁ ଦୁଇଥର ମଧ୍ୟ ଜେଏସ୍ପିଏଲ୍ ବଡବିଲ୍ ଗ୍ରୀନ୍ଟେକ୍ ପୁରସ୍କାରରେ ପୁରସ୍କୃତ ହୋଇସାରିଛି ।

ଚଳିତ ଜାନୁୟାରୀ ୨୮ ତାରିଖରେ କଲିକତାଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉସôବରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଉସôବର ମୁଖ୍ୟ ଅତିଥି ଶ୍ରୀ ଅଶୋକ କୁମାର ଚକ୍ରବର୍ତୀ, ଗୁଜୁରାଟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ କେ ୟୁ ମିସ୍ତ୍ରୀ, ଭାରତ ସରକାରଙ୍କ ବୃହତ ଜଳ ବିଭାଗର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ରଜନୀଶ ପ୍ରକାଶ, ଗୁଜୁରାଟ ଶକ୍ତି ଗବେଷଣା ବିଭାଗର ନିଦେ୍ର୍ଧଶକ ପ୍ରଫେସର ଟି ହରିନାରାୟଣ ଓ ଗ୍ରୀନ୍ଟେକ୍ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ କମଳେଶ୍ୱର ସରଣ ପ୍ରମୁଖ ଏହି ପୁରସ୍କାର ପ୍ରଦାନ କରିଥିଲେ ।

ଜେଏସ୍ପିଏଲ୍ ବଡବିଲ୍ ୟୁନିଟ୍ ର ମୁଖ୍ୟ ଶ୍ରୀ ଟି ଏସ୍ ସାନଭୋଗେ ଏବଂ ପରିବେଶ ବିଭାଗର ମୁଖ୍ୟ ଶ୍ରୀ ରାମଚନ୍ଦ୍ର ରାଉତ କମ୍ପାନୀ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।

Share in top social networks!