ନାଲ୍‍କୋର ୧୬୦ କେଡବ୍ଲୁପି ରୁଫ୍‍ଟପ୍‍ ସୌରଶକ୍ତି ପ୍ରକଳ୍ପ ଉଦ୍‍ଘାଟିତ

nalcooନବରତ୍ନ ସରକାରୀ ଉଦ୍ୟୋଗ ନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ)ର ନିଗମ କାର୍ଯ୍ୟାଳୟର ଛାତ ଉପରେ ସ୍ଥାପିତ ୧୬୦ କେଡବ୍ଲୁପି କ୍ଷମତା ବିଶିଷ୍ଟ ରୁଫ୍‍ଟପ୍‍ ସୌର ପ୍ରକଳ୍ପକୁ ଭାରତ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଇ ଆଜି ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ, କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଅଂଶୁମାନ ଦାସ, ନିଦେ୍ର୍ଧଶକ (ପି ଆଣ୍ଡ୍‍ ଟି) ଶ୍ରୀ ଏନ୍‍.ଆର୍‍. ମହାନ୍ତି, ନିଦେ୍ର୍ଧଶକ (ମାନବସମ୍ବଳ) ଶ୍ରୀ ଏସ୍‍.ସି. ପାଢୀ, ନିଦେ୍ର୍ଧଶକ (ବାଣିଜ୍ୟ) ଶ୍ରୀମତୀ ସୋମା ମଣ୍ଡଳ, ନିଦେ୍ର୍ଧଶକ (ଉପôାଦନ) ଶ୍ରୀ ଭି. ବାଲସୁବ୍ରମଣ୍ୟମ ଏବଂ ଅନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଏପରି ପ୍ରକଳ୍ପ ମଧ୍ୟରେ ଗୋଟିଏ ଛାତ ଉପରେ ଏହା ପ୍ରଥମ ବୃହତ୍ତମ ରୁଫ୍‍ଟପ୍‍ ସୌରଶକ୍ତି ପ୍ରକଳ୍ପ ଅଟେ ।

୧.୨୫ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠିତ ଏହି ପ୍ରକଳ୍ପଟି ଅଣପାରମ୍ପରିକ ଓ ନବୀକରଣଯୋଗ୍ୟ ଶକ୍ତି ଉସôକୁ ଉପଯୋଗ କରିବା ଦିଗରେ ନାଲ୍‍କୋର ଉଦ୍ୟମର ଅଂଶବିଶେଷ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ନାଲ୍‍କୋ, ଭୁବନେଶ୍ୱର ସ୍ଥିତ ଏହାର ଟାଉନ୍‍ସିପ୍‍ ନାଲ୍‍କୋନଗର ପରିସରରେ ମଧ୍ୟ ୧୦୦ କେଡବ୍ଲୁପି କ୍ଷମତାସମ୍ପନ୍ନ ଏକ ରୁଫ୍‍ଟପ୍‍ ସୌରଶକ୍ତି ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ପଦକ୍ଷେପ ଗ୍ରହଣ କରିବା ସହ ଏହାର ୟୁନିଟ୍‍ଗୁଡକରେ ମଧ୍ୟ ଏପରି ପ୍ରକଳ୍ପ ସ୍ଥାପନ କରିବାକୁ ଯୋଜନା ରଖିଛି । ଏତଦ୍‍ବ୍ୟତୀତ, କମ୍ପାନୀ, ଦେଶର ଅନ୍ୟ ଉପଯୁକ୍ତ ସ୍ଥାନରେ ସୌରଶକ୍ତି ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ପରିସ୍ଥିତି ଓ ସୁଯୋଗ ଆକଳନ କରୁଛି ।

Share in top social networks!