ଓଡିଶାରେ ବ୍ୟବସାୟ ପାଇଁ ‘ରବକୋ’ ଆଗ୍ରହୀ

କୋଲକାତାrobocccoର ବ୍ୟବସାୟିକ ସଂସ୍ଥା ରବକୋ କୋଣ୍ଟ୍ରୋଲ୍ସ ଆଣ୍ଡ ସିଷ୍ଟମ୍ସ ଏହାର ବ୍ୟବସାୟ ଓଡିଶାକୁ ସଂପ୍ରସାରଣ ପାଇଁ ଆଗ୍ରହ ପ୍ରକାଶ କରିଛି | ନିକଟରେ କୋଲକାତା ସ୍ଥିତ ଉତ୍କଳ ଭବନରେ ଆୟୋଜିତ ଏକ ଉଶ୍ଚବ ରେ ରାଜସ୍ୱ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ସାକ୍ଷାତ ଅବସରରେ କମ୍ପାନୀର ପରିଚାଳନା ନିର୍ଦେଶକ ସନ୍ଦିପ ମିତ୍ର ଏହା ପ୍ରକାଶ କରିଛନ୍ତି | ଏହି କମ୍ପାନୀ ଆକ୍ସେସ୍ କଣ୍ଟ୍ରୋଲ, ଅଟୋମେସନ ସିଷ୍ଟମ୍, ଇଲେକ୍ଟ୍ରି ଫେନ୍ସିଙ୍ଗ ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟ କରୁଛି | ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ପାଇଁ ଏହାର ଉତ୍ପାଦ ଉପଯୋଗୀ ହୋଇ ପାରିବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି |

Share in top social networks!