୨୦୧୫-୧୬ ଆର୍ଥିକ ବର୍ଷ ବଜେଟ୍ ପାଇଁ ପ୍ରାକ୍-ବଜେଟ୍ ପରାମର୍ଶ ବୈଠକ

୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ବାର୍ଷିକ ବଜେଟ୍ ପ୍ରସ୍ୁତି ନିମନ୍ତେ ପ୍ରାକ୍-ବଜେଟ୍ ପରାମର୍ଶ ବୈଠକ ଅର୍ଥମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା

ଏହି ବୈଠକରେ ମନ୍ତ୍ରୀ ଶ୍ରୀ ଅମାତ ଆଗାମୀ କହିଲେ ଯେ ବଜେଟ୍କୁ ଅଧ#କ ଅର୍ଥପୂର୍ଣ ଓ ବିକାଶୋନ୍ମ&ୁଖୀ କରିବାକୁ ହେବା ଏହି ବଜେଟ୍ର ଅର୍ଥକୁ ଉଚିତ ଭାବେ ବିନିଯୋଗ କରିବା ସହ ରାଜ୍ୟର ଆର୍ଥିକ ପରିଚାଳନା ବ୍ୟବସ୍ଥାକୁ ଅଧ#କ ସ୍ୱଚ୍ଛ ଓ ସୁଦୃଢ କରିବା ପାଇଁ ସମସ୍ତ ନିମନ୍ତ୍ରିତ ବିଶେଷଜ୍ଞଙ୍କଠାରୁ ଗଠନମୂଳକ ମତ ଆଶା କରିଥ#ଲୋ

ଦୁଇଟି ପର୍ଯ୍ୟାୟରେ ହୋଇଥ#ବା ଏହି ଆଲୋଚନାରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ କୁମାର ଘଡାଇ, ପଞ୍ଚାନନ କାନୁନଗୋ, ଅର୍ଥନୈତିକ ବିଶାରଦ, ରିଜର୍ଭ ବ୍ୟାଙ୍କ, ନାବାର୍ଡ ଓ ଅନ୍ୟ ବ୍ୟାଙ୍କର ପଦାଧ#କାରୀ, ବିଶ୍ୱବିଦ୍ୟାଳୟ ଅର୍ଥନୀତି ପ୍ରଫେସର, କୃଷି ବିଶେଷଜ୍ଞ, ଅର୍ଥନୀତି ବିଶେଷଜ୍ଞ ସାମ୍ବାଦିକ ପ୍ରଥମ ଅଧ#ବେଶନରେ ଯୋଗଦେଇଥ#ବା ବେଳେ ବ୍ୟବସାୟୀ ମହାସଂଘ, ଚ୍ୟାମ୍ବର ଅଫ କମର୍ସଗୁଡ଼ିକର ପ୍ରତିନିଧ#, ସେ୍ୱଚ୍ଛାସେବୀ ଅନୁଷ୍ଠାନ, ଓଡ଼ିଶା କୃଷକ ମଞ୍ଚ, ଓଡ଼ିଶା ଯୁବ ଉଦ୍ୟୋଗୀ ସଂଘ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ସଂଘ, ଟ୍ରେଡୟୁନିୟନ୍ ଓ ଦୁUଚାଷୀ ସଂଘ ଆଦିର ପ୍ରତିନିଧ#ମାନେ ଦ୍ୱିତୀୟ ଅଧ#ବେଶନରେ ଯୋଗଦେଇ ନିଜର ମତ ଉପସ୍ଥାପନ କରିଥ#ଲୋ ଏହି ବୈଠକରେ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର୍. ବାଲକ୍ରିଷ୍ଣନ, ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ରାଜେଶ ବର୍ମା ଓ ଅନ୍ୟ ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲୋ
fmmeet
ବୈଠକରେ ଫଳପ୍ରଦ ପ୍ରବର୍ତ୍ତନ ଦ୍ୱାରା ଅତିରିକ୍ତ ରାଜସ୍ୱ ସଂଗ୍ରହ, କୃଷି ବଜେଟ୍ ପାଇଁ ଅଧ#କ ଅର୍ଥ ବରାଦ, କୃଷି ଶିଳ୍ପକୁ ପ୍ରୋତ୍ସାହନ, ଶୀତଳ ଭଣ୍ଡାର ଓ ଗୋଦାମ ସୁବିଧା ଉପରେ ଗୁରୁତ୍ୱ ଦେବା ପାଇଁ ମତ ପ୍ରକାଶ ପାଇଥ#ଲାା ଖଣି ନିଲାମରୁ ମିଳୁଥ#ବା ଅର୍ଥର ବିନିଯୋଗ ପାଇଁ ନୀତି ପ୍ରଣୟନ, ବଜେଟ୍ ପ୍ରସ୍ତୁତିରେ ସାମାଜିକ କ୍ଷେତ୍ର ପ୍ରତି ଗୁରୁତ୍ୱ, ମାନବ ସମ୍ବଳର ଅଭିବୃଦ୍ଧି ପାଇଁ ଶିକ୍ଷା ଉପରେ ଗୁରୁତ୍ୱ, ସ୍ୱାସ୍ଥ୍ୟସେବା କ୍ଷେତ୍ର ଓ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ, ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଜନାଗୁଡିକର ରୂପାୟନ, ଉତ୍ପାଦନକ୍ଷମ କ୍ଷେତ୍ରରେ ଗୁଣାତ୍ମକ ନିଯୁକ୍ତି, ଶକ୍ତି କ୍ଷେତ୍ରରେ ବିଶେଷ କରି ସୌରଶକ୍ତି କ୍ଷେତ୍ରରେ ବିନିଯୋଗ, ଏମ୍.ଏସ୍.ଏମ୍.ଇ କ୍ଷେତ୍ର ଓ ଭେଞ୍ଚର କ୍ୟାପିଟାଲ ପା=ି ଉପରେ ପ୍ରାଧାନ୍ୟ ଦିଆଯିବା ପାଇଁ ମତପ୍ରକାଶ ପାଇଥ#ଲାା ସେହିପରି ଅଣଉତ୍ପାଦନକ୍ଷମ ବ୍ୟୟର ସୁବ୍ୟବସ୍ଥିକରଣ ଦ୍ୱାରା ଉତ୍ପାଦନକ୍ଷମ ବ୍ୟୟ ପାଇଁ ଅଧ#କ ସମ୍ବଳ ବ୍ୟବସ୍ଥା କରିବା, ଖାଦ୍ୟଦ୍ରବ୍ୟ ରିହାତିରେ ଅଧ#କ ଲକ୍ଷ୍ୟ ହାସଲ, ଉତ୍ପାଦନକ୍ଷମ କ୍ଷେତ୍ରର ସୁଧରେ ପା=ିର ବ୍ୟବସ୍ଥା, ଟିକସ୍ ବ୍ୟବସ୍ଥାରେ ସମାନତା, ଇ-ମାର୍କେଟିଂରୁ ଟିକସ ଆଦାୟ ବ୍ୟବସ୍ଥା, କୌଶଳର ବିକାଶ ଓ ଗବେଷଣା, ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି, ଧାନର ଅଭାବୀ ମୂଲ୍ୟରେ ବୃଦ୍ଧି, ଦଳିତ ଶ୍ରେଣୀ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଯୋଜନା, ସୁଧାହାର ସମ୍ବନ୍ଧୀୟ ସୁପାରିଶ, ବିଭିନ୍ନ କ୍ଷେତ୍ର ପାଇଁ କର୍ପସ ପା=ି ଗଠନ ଉପର ମଧ୍ୟ ବିଶେଷଜ୍ଞମାନେ ମତପୋଷଣ କରିଥ#ଲୋ ଏହି ବୈଠକରେ ଶିଳ୍ପସଂସ୍ଥା ଉପରେ ବକେୟା ଜଳ ଓ ବିଦୁ୍ୟତ ଟିକସ ଆଦାୟ କରିବାକୁ ପଦକ୍ଷେପ ନେବାକୁ ଗୁରୁତ୍ୱାରୋପ କରାଯାଇଥ#ଲାା

Share in top social networks!