ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

ଦେଶର ୬୬ ତମ ଗଣତନ୍ତ୍ର ଦିବସ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଆୟୋଜିତ ଉସôବରେ ଭୁବନେଶ୍ୱର ତଥା ରାଜ୍ୟର ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ବିଶ୍ୱ ଭୂଷଣ ହରିଚନ୍ଦନ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ସାମୂହିକ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଶ୍ରୀ ହରିଚନ୍ଦନ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱରେ ଭାରତ ଏକ ଶକ୍ତୀଶାଳି, ବିକଶିତ ଦେଶ ଭାବେ ସମଗ୍ର ବିଶ୍ୱରେ ନିଜକୁ ଉପସ୍ଥାପନ କରିପାରିଛି ।

bjppପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଅବଦାନକୁ ଭୂୟସୀ ପ୍ରଶାଂସ କରିଥିଲେ । ସମ୍ପ୍ରତି ଭାରତ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ସମ୍ପର୍କ ଭବିଷ୍ୟତରେ ଉଭୟ ଦେଶ ଏବଂ ସମଗ୍ର ବିଶ୍ୱକୁ ଏକ ନୂତନ ଦିଗଦର୍ଶନ ଦେବ ବୋଲି ପ୍ରକାଶ କରିଥିଲେ । ଏହା ପରେ ବନେ୍ଦ ମାତରମ୍ ଗାନ କରାଯାଇ ସଭାକାର୍ଯ୍ୟ ସମାପ୍ତି ହୋଇଥିଲା । ଏହି ଉସôବକୁ ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଅମୀୟ ଦାଶ ପରିଚାଳନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ପ୍ରସନ୍ନ କୁମାର ମିଶ୍ର, ସଂହ-ସଂଗଠନ ମନ୍ତ୍ରୀ ଶ୍ରୀ ଶାରଦା ଶତପଥୀ, ଦଳୀୟ ମୁଖବକ୍ତା ଶ୍ରୀ ସମୀର ମହାନ୍ତି, ଜଗନ୍ନାଥ ପ୍ରଧାନ, ଦିଲ୍ଲୀପ ମହାନ୍ତି, ଭୁବନେଶ୍ୱର ମହିଳା ମୋର୍ଚ୍ଚା ଓ ଭୁବନେଶ୍ୱର ଜିଲ୍ଲା ଯୁବ ମୋର୍ଚ୍ଚା ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Share in top social networks!