କ୍ୟାଲେଣ୍ଡର ‘ଭୋଗ-୨୦୧୫’ ଉନ୍ମୋଚିତ

calenderଓଡିଶାର ଉଦୀୟମାନ ଫ୍ୟାସନ ଫଟୋଗ୍ରାଫର୍ ମାନସ୍ ରଞନ ଓଝା ନିଜର ବ୍ରାଣ୍ଡ ‘ଆରଚିକସ୍ ଫଟୋଗ୍ରାଫି’ର ଚଳିତ ବର୍ଷର କ୍ୟାଲେଣ୍ଡର ‘ଭୋଗ-୨୦୧୫’ ଆଜି ଭୂବନେଶ୍ୱରଠାରେ ଉନ୍ମୋଚିତ କରିଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି କ୍ରିଏଟିଭ ପ୍ରୋଫେସନାଲ ଓଡିଶାରେ କିଛି ନୂଆ କରିଛନ୍ତି ଯାହା ଲୋକମାନଙ୍କୁ ବିଭିନ୍ନ ସାମାଜିକ ସମସ୍ୟା ବିଷୟରେ ବାର୍ତ୍ତା ଦେଉଛି । ବିଭିନ୍ନ ଜାତୀୟ ପୁରଷ୍କାର ବିଜେତା ତଥା ବୃକାନ୍ ଡିଜାଇନର୍ ଆଣ୍ଡ ଡିଜାଇନର୍ ର ପ୍ରନ୍ସିପାଲ୍ କନ୍ସଲ୍ଟାଣ୍ଟ ଶ୍ରୀ ସି. ଆର୍. ସାହୁ ଓ ରାଜ୍ୟର ଜଣେ ଜଣାଶୁଣା ଫ୍ୟାସନ୍ ଫଟୋଗ୍ରାଫର୍ ଶ୍ରୀ ବିରେନ୍ ପଟ୍ଟନାୟକ ପ୍ରମୁଖ ସେଠାରେ ଅତିଥି ଭାବେ ଉପସ୍ଥିତ ରହି କ୍ୟାଲେଣ୍ଡର୍ ଉନ୍ମୋଚିତ କରିଥିଲେ ।
ଶ୍ରୀଯୁକ୍ତ ଓଝା ସମାଜର ସୁସ୍ଥ ପୁନର୍ଗଠନରେ ଫ୍ୟାସନ୍ ଫଟୋଗ୍ରାଫୀ କୁ ଅତି ସୁନ୍ଦର ଭାବେ ବ୍ୟବହାର କରିଛନ୍ତି । ‘ଭୋଗ-୨୦୧୫’ ତାଙ୍କର ସ୍ୱପ୍ନର ପ୍ରତିଫଳନ, ଯାହାର ପ୍ରତିଟି ପୃଷ୍ଠା ଲୋକମାନଙ୍କୁ ବିଭିନ୍ନ ସାମାଜିକ ସମସ୍ୟା ବିଷୟରେ ସଚେତନ କରୁଛି । ଏହି କ୍ୟାଲେଣ୍ଡରରେ ବର୍ତ୍ତମାନର ସମାଜରେ ଥିବା ବିଭିନ୍ନ ସମସ୍ୟା ଯଥା, ଷ୍ଟପ୍ ଏସିଡ୍ ଆଟାକ୍, ନାରୀ ସଶକ୍ତିକରଣ, ସ୍ମୋକିଂ କିଲ୍ସ, ପ୍ଲାଷ୍ଟିକ୍ ପ୍ରଦୂଷଣ, ପେଟା (ଭେଜିଟେରିଆନ୍ ଓ ସ୍କିନ୍) ଆଦିକୁ ସେ ନିଜ ଲେନ୍ସ ମଧ୍ୟମରେ ପରିପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି । ଓଡିଶାର ଜଣେ ଆଗ ଧାଡିର ମଡେଲ ତଥା କ୍ୟାଲେଣ୍ଡରର ମଡେଲ୍ ମୁସ୍କାନ୍ ଦାଶ ପ୍ରତିଥର ଭଳି ଏଥର ମଧ୍ୟ ନିଜର କାର୍ଯ୍ୟ ପ୍ରତି ଧ୍ୟାନ ଦେଇ ପ୍ରତିଟି ଇମୋସନ୍ କୁ ଅତି ସୁନ୍ଦର ଭାବେ ପ୍ରତିପାଦନ କରିଛନ୍ତି ।
ଏହି ଅବସରରେ ଶ୍ରୀଯୁକ୍ତ ମାନସ୍ ରଞନ ଓଝା କହଥିଲେ, “ନିଜ କର୍ମ କ୍ଷେତ୍ରରେ ରହି ନିଜ କଳା ନୈପୁଣ୍ୟକୁ ଏକ ସକରାତ୍ମକ ଦିଗରେ ବ୍ୟବହାର କରି ସାମାଜିକ ସମସ୍ୟାମାନଙ୍କୁ ଲୋକାଲୋଚନକୁ ଆଣିବା ସହ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ, ଆମ ଆର୍ଚିକ୍ସ ଫଟୋଗ୍ରାଫି ପରିବାର ଏକ ପ୍ରୟାସ୍ । ” ସେ ଆହୁରି ମଧ୍ୟ କହିଥିଲେ ଯେ, ବର୍ତ୍ତାମାନର ଜଟିଳ ପରିସ୍ଥିତିରେ, ସାମାଜିକ ସଚାତନତା ହିଁ ବଡ ପରିବର୍ତ୍ତର୍ନ ଆଣିପାରିବ, ଶ୍ରୀଯୁକ୍ତ ଓଝା ଆଶାକରୁଛନ୍ତି ତାଙ୍କର କ୍ୟାଲାଣ୍ଡର୍ ଅନ୍ୟଙ୍କୁ ଆଗକୁ ଆଣି ଏକ ଉନ୍ନତ ଓ ଭଲ ବିଶ୍ୱ ଗଠନ କରିବାରେ ଉତ୍ସାହିତ କରିବ ।
କ୍ୟାଲେଣ୍ଡର୍ର ପ୍ରସ୍ତୁତି ବିଷୟରେ ଅଧିକ ସୂଚନା ଦେଇ ମଡେଲ୍ ମୁସ୍କାନ୍ ଦାଶ କହିଥିଲେ, ଏହି ଭଳି ଏକ ଅଭିନବ କ୍ୟାଲେଣ୍ଡର ପ୍ରକଳ୍ପରେ କ୍ରମାଗତ ତୃତୀୟଥର ପାଇଁ କାର୍ଯ୍ୟ କରିବାର ସୁଯୋଗ ପାଇଛି । ବିଭିନ୍ନ ବାଧାବିଘ୍ନର ସମୁଖୀନ ହୋଇ ମଧ୍ୟ ନିଜର କାର୍ଯ୍ୟକୁ ସଠିକ୍ ଭାବରେ ପୁରଣ କରିବା ଏବଂ ଫଟୋଗ୍ରାଫି ଦ୍ୱାରା ଏକଟ୍ରେଣ୍ଡ ସ୍ଥାପନ କରିବାର ତାଙ୍କର ନିଶାକୁ ମୁଁ ପ୍ରଶଂସା କରୁଛି । ପ୍ରସ୍ତୁତି ସମୟରେ ମତେ ଯେଉଁ ଦୁଇଟି ଜିନିଷ ଆଶାନୁରୁପ କାମ କରିବା ପାଇଁ ପ୍ରେରଣା ଦେଇଥିଲା ତାହା ହେଉଛି, ସୁଟିଂ ସେଟ୍ରେ ଶୃଙ୍ଖଳା ଓ ନିଖୁଣତା ପାଇଁ ଥିବା ଧର୍ଯ୍ୟ ଯାହାକି ମାନସ୍ଙ୍କର ସଫଳତାର ମୁଖ୍ୟ କାରଣ । କ୍ୟାଲେଣ୍ଡରର ମଡେଲ୍ ହୋଇଥିବାରୁ ମୁଁ ନିଜକୁ ବହୁତ୍ ଭାଗ୍ୟବାନ୍ ମନେକରୁଛି ଓ ମାନସଙ୍କୁ ତାଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଅନେକ ଶୁଭକାମନା ଜଣାଉଛି ।
ଶ୍ରୀଯୁକ୍ତ ଓଝା ଜଣେ ନିଜେ ପ୍ରଶିକ୍ଷିତ ଫଟୋଗ୍ରାଫର, ସେ ନିଜର ଫ୍ୟାସନ୍ ସହିତ ଭଗବାନଙ୍କର ସୁନ୍ଦର ପ୍ରକୃତିକୁ ନିଜର କ୍ୟାମେରାରେ ପ୍ରତିାଦନ କରନ୍ତି । ତାଙ୍କର ଓଡ଼ିଶାରେ “ଆରଚିକସ୍ ଫଟୋଗ୍ରାଫି’ ନାମରେ ଗୋଟିଏ ଫ୍ୟାସନ୍ ଓ କମରସିଆଲ୍ ଫଟୋଗ୍ରାଫି କମ୍ପାନୀ ରହିଛି । ଏହା ଫ୍ୟାସନ୍, ପ୍ରୋଟ୍ରେଟ୍ ଓ ବାହାଘର ଫଟୋ, ଋୟସଗ୍ଧକ୍ଟକ୍ସସବକ୍ଷ ଚଷକ୍ଟଗ୍ଧକ୍ଟଶକ୍ସବକ୍ଟ୍ରଷଚ୍ଚ, ଚଷକ୍ଟଗ୍ଧକ୍ଟହକ୍ଟଙ୍କକ୍ସଦ୍ଭବକ୍ଷସଗ୍ଦଜ୍ଞ, ଇୟଙ୍ଖରକ୍ସଗ୍ଧସଗ୍ଦସଦ୍ଭଶ ଌ ଚକ୍ସକ୍ଟୟଙ୍କମଗ୍ଧ ଚଷକ୍ଟଗ୍ଧକ୍ଟଶକ୍ସବକ୍ଟ୍ରଷଚ୍ଚ ଆଦି କରିଥାଏ ।

Share in top social networks!