୧୩୫କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ୩୦ଟି ଆଦର୍ଶ ବିଦ୍ୟାଳୟ ନିର୍ମାଣ କରିବ ଟାଟା ଷ୍ଟିଲ

tatamalickଓଡ଼ିଶାର ଦୂର ଦୂରାନ୍ତରେ ବସବାସ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷା ଭିତ୍ତିଭୂମି ଯୋଗାଇ ଦେବା ଲକ୍ଷ୍ୟରେ ଟାଟା ଷ୍ଟିଲ ପ୍ରାୟ ୧୩୫କୋଟି ଟଙ୍କା ବ୍ୟୟରେ ୩୦ଟି ଆଦର୍ଶ ବିଦ୍ୟାଳୟ ନିର୍ମାଣ କରିବ । ଓଡ଼ିଶାର ଇସ୍ପାତ, ଖଣି, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ପ୍ରଫୁଲ କୁମାର ମଲିକ୍ ଢେଙ୍କାନାଳ ଜିଲ୍ଲାର କାମାକ୍ଷ୍ୟାନଗର ବ୍ଲକ୍ ଅନ୍ତର୍ଗତ ଜନ୍ତାରିବୋଲଠାରେ ଆଜି ଏଭଳି ପ୍ରଥମ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

୨୦.୫୨ ଏକର ପରିମିତ ଜମିରେ ନିର୍ମିତ ହେବାକୁଥିବା ଏହି ବିଦ୍ୟାଳୟରେ ୨୫୦୦୦ ସ୍କୋୟାର ଫିଟ୍ର ଦୁଇ ମହଲା ଭବନ ନିର୍ମାଣ ହେବ । ୩୦ଟି ବିଭିନ୍ନ ବ୍ଲକ୍ରେ ସ୍ଥାପିତ ହେବାକୁଥିବା ଏହି ବିଦ୍ୟାଳୟର ଭବନ ନିର୍ମାଣ ସହିତ ଆବଶ୍ୟକ ଆସବାବ ପତ୍ର ମଧ୍ୟ ଟାଟା ଷ୍ଟିଲ ଯୋଗାଇ ଦେବ । ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବା ସହିତ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ । ଟାଟା ଷ୍ଟିଲ ସହଯୋଗୀ କମ୍ପାନୀ ଜାମସେଦପୁର ୟୁଟିଲିଟି ଆଣ୍ଡ ସର୍ଭିସେସ୍ କମ୍ପାନୀ (ଜୁସ୍କୋ) ଏହି ସବୁ ବିଦ୍ୟାଳୟ ନିର୍ମାଣ କରିବ । ଓଡ଼ିଶା ସରକାରଙ୍କ ରାଜ୍ୟର ପ୍ରତ୍ୟେକ ବ୍ଲକ୍ରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ଯେଉଁ ଯୋଜନା ରହିଛି ଟାଟା ଷ୍ଟିଲର ଏହି ପଦକ୍ଷେପ ତାହାର ଅଂଶବିଶେଷ ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତି ରୂପା ରୋଶନ ସାହୁ, ଓଡ଼ିଶା ମାଧ୍ୟମିକ ଶିକ୍ଷା ମିଶନର ରାଜ୍ୟ ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ପ୍ରେମାନନ୍ଦ ଖୁଣ୍ଟିଆ, ଟାଟା ଷ୍ଟିଲ କର୍ପୋରେଟ୍ ସେବା ବିଭାଗର ଭାଇସ ପ୍ରେସିଡେଣ୍ଟ ଶ୍ରୀ ସୁନୀଲ ଭାସ୍କରନ୍, ଜୁସ୍କୋର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଆଶୀଷ ମାଥୁର, ସୁକିନ୍ଦା ଏଫ୍ଏଏମ୍ଡି ଅପରେସନ୍ସ ବିଭାଗର ମହାପ୍ରବନ୍ଧକ ଶ୍ରୀ ପଙ୍କଜ ସତିଜା, ଟାଟା ଷ୍ଟିଲ ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ଶ୍ରୀ ମଣିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମଲିକ୍ ଟାଟା ଷ୍ଟିଲର ପଦକ୍ଷେପକୁ ପ୍ରଶଂସା କରିବା ସହିତ ଏହା ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇ ଦେବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ । ଓଡ଼ିଶାର ପ୍ରଗତି ପାଇଁ ପ୍ରତିଶ୍ରୁତିବଦ୍ଧ ଟାଟା ଷ୍ଟିଲ

ଆଗାମୀ ଦିନରେ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ଏଭଳି ଅନେକ ପଦକ୍ଷେପ ନେବ ବୋଲି ସଭାରେ ଉଦ୍ବୋଧନ ଦେଇ ଶ୍ରୀ ଭାସ୍କରନ୍ କହିଥିଲେ ।

ଶ୍ରୀମତି ସାହୁ ଓ ଅନ୍ୟ ଅତିଥି ବୃନ୍ଦ ଏଠାରେ ଉପସ୍ଥିତ ଶତାଧିକ ଗ୍ରାମବାସୀ, ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ , ଟାଟା ଷ୍ଟିଲ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରିଥିଲେ ।

Share in top social networks!