ଓଡ଼ିଆ ଲେଖକ ଡ. ସିତାକାନ୍ତ ମହାପାତ୍ରଙ୍କ ନାମ ଲିମ୍କା ବୁକ୍ ଅଫ୍ ରେକଡ୍ସରେ ପିପଲ୍ ଅଫ୍ ଦି ଇୟର୍ ୨୦୧୫ ଭାବରେ ଘୋଷଣା

limica ଜୟପୁର ସାହିତ୍ୟ ଉତ୍ସବ ୨୦୧୫ରେ କୋକା-କୋଲା ଇଣ୍ଡିଆ, ପ୍ରଶିଦ୍ଧ ଲିମ୍କା
ବୁକ୍ ଅଫ୍ ରେକର୍ଡର ୨୬ତମ ସଂସ୍କରଣର ଉନ୍ମୋଚନ କରିଛି । ଏହି ନୂତନ ସଂସ୍କରଣଟି ସ୍ୱତନ୍ତ୍ର ଭାବରେ ସାହିତ୍ୟ ଉପରେ
ସମର୍ପୀତ ଏବଂ ଜେଏଲ୍ଏଫ୍ଠାରେ ଆରମ୍ଭ ହେବ । ଅନେକ ବର୍ଷ ଧରି ଲିଖିତ ଶବ୍ଦ ସମାଜ ତଥା ସଂସ୍କୃତୀର ଗଠନରେ ଏକ
ଗୁରୁତ୍ୱପୂର୍ଣ୍ଣ ଭୂମୀକା ଅର୍ଜନ କରୁଥିବା ବେଳେ ଲିମ୍କା ବୁକ୍ସ ଅଫ୍ ରେକର୍ଡସ୍ ଭାରତୀୟ ସାହିତ୍ୟର ଅବଦାନକୁ ଚିହ୍ନଟ କରି
ଏହାର ୨୦୧୫ର ସଂସ୍କରଣକୁ ତାଙ୍କ ପ୍ରତି ସମର୍ପୀତ କରୁଛି । ଏହି ଆୟୋଜନରେ ଓଡ଼ିଆ ଲେଖକ ଡ. ସୀତାକାନ୍ତ
ମହାପାତ୍ରଙ୍କୁ ପ୍ରମୁଖ ୧୫ ଜଣ ମହାନ ଲେଖକଙ୍କ ମଧ୍ୟରେ ସମ୍ପୃକ୍ତ କରି ଏଲ୍ବିଆର୍ “ପିପଲ୍ ଅଫ୍ ଦି ଇୟର୍” ୨୦୧୫
ସମ୍ମାନରେ ସମ୍ମାନୀତ କରାଯାଇଛି ।
ପ୍ରଶିଦ୍ଧ- ନୟନତାରା ସେହଗଲ୍, ଡ. ସିଏସ୍ ଲକ୍ଷ୍ମୀ, ସର୍ ୱିଲିୟମ୍ ମାର୍କ ଟୁଲି ଏବଂ ଭାରତୀୟ ସାହିତ୍ୟର ପ୍ରଶିଦ୍ଧ ନାମକାର୍ତ୍ତିକା
ଭି କେ ଏବଂ ପ୍ରସୁନ୍ ଜୋସିଙ୍କ ସମେତ କୋକା-କୋଲା ଇଣ୍ଡିଆ ଏବଂ ଦକ୍ଷୀଣ ପଶ୍ଚିମ ଏସିଆର ଅଧ୍ୟକ୍ଷ, ଭେଙ୍କଟେସ୍ କିନି ଏବଂ ଟିମ୍ୱର୍କ ଫିଲ୍ମସ୍ର ପରିଚାଳନା ନିଦେ୍ର୍ଧଶକ, ସଞ୍ଜୟ ରୋୟ ଏହି ପୁସ୍ତକର ଉନ୍ମୋଚନ କରିଛନ୍ତି । ପୁସ୍ତକ ଉନ୍ମୋଚନ
ଉତ୍ସବଟି ‘ଦି ରିଡିଂ ହାବିଟ୍’ ଉପରେ ପଦ୍ମ ଭୂଷଣ, ଗିରିସ୍ କର୍ଣ୍ଣାଡ୍ଙ୍କର ପ୍ରମୁଖ ଭାଷଣ ସହିତ ଆରମ୍ଭ ହୋଇଥିଲା ଏବଂ ପରେ
ଏକ ଆଲୋଚନା ମଣ୍ଡଳୀ ବସିଥିଲା ଯାହାର ବିଷୟ ଥିଲା, “ସାହିତ୍ୟର ବ୍ୟବସାୟ କ’ଣ ଉତ୍ତମ ଲେଖାର ମୃତୁ୍ୟର କାରଣ
ଅଟେ?” ।
ପ୍ରଥା ଅନୁସାରେ, ଲିମ୍କା ବୁକ୍ ଅଫ୍ ରେକର୍ଡସ୍ର ସମ୍ପାଦକ ମଣ୍ଡଳୀ “ପିପଲ୍ ଅଫ୍ ଦି ଇୟର୍” ୨୦୧୫ର ଘୋଷଣା
କରିତôଲେ, ଯେଉଁଥିରେ ସମ୍ପୃକ୍ତ ଥିଲେ ୧୫ ଜଣ ମହାନ ସାହିତୀକ, ଯେଉଁମାନେ ବିଗତ ୭୫ ବର୍ଷ ଧରି ସେହି କ୍ଷେତ୍ରରେ
ଅନେକ ଅପୂର୍ବ ଯୋଗଦାନ ଦେଇଛନ୍ତି । ଏହି ତାଲିକାଟି ଏକ ବିଶିଷ୍ଟ ବିଚାରକ ମଣ୍ଡଳୀ ଦ୍ୱାରା ନିର୍ଣ୍ଣୟ କରାଯାଇଥିଲା,
ଯେଉଁଥିରେ ସମ୍ପୃକ୍ତ ଥିଲେ ସାଂସଦ (ରାଜ୍ୟ ସଭା) ତଥା ବରିଷ୍ଠ ପତ୍ରକାର, ଏଚ୍ କେ ଦୁଆ; ହାର୍ପର୍ କଲିନ୍ସ ପବ୍ଲିସର୍ସ ଇଣ୍ଡିଆର
ମୁଖ୍ୟ ସମ୍ପାଦକ ତଥା ପ୍ରକାଶକ, କାର୍ତ୍ତୀକା ଭି କେ; ସାହିତ୍ୟ ଏକାଡେମୀର ସଚିବ, ଡ. କେ. ଶ୍ରୀନିବାସରାଓ ଏବଂ ବିବିସି,
ନୁଆ ଦିଲ୍ଲୀର ପୂର୍ବତନ ବୁ୍ୟରୋ ଚିଫ୍ ଏବଂ ଲେଖକ ସର୍ ୱିଲିୟମ୍ ମାର୍କ ଟୁଲି ।
ଜୟପୁରର ଡିଗି ପାଲେସ୍ଠାରେ କୋକା-କୋଲା ଇଣ୍ଡିଆ ଏବଂ ଦକ୍ଷୀଣ ପଶ୍ଚିମ ଏସିଆର ଅଧ୍ୟକ୍ଷ, ଭେଙ୍କଟେସ୍ କିନି ସମସ୍ତଙ୍କ
ନାମ ଘୋଷଣା କରିଥିଲେ ।
ସାହିତ୍ୟ ବ୍ୟତିତ, ଏଲ୍ବିଆର୍ ୨୦୧୫ ସମ୍ପୃକ୍ତ କରିଛି କଳା, ଚଳଚିତ୍ର, ଖେଳ, ସାହସୀକ, ବିଜ୍ଞାନ, େଓøଷଧ ଇତ୍ୟାଦି ବିଷୟ
ଉପରେ ୧୯ଟି ସୂଚନାତ୍ମକ ଅଧ୍ୟାୟ । ୧୯୯୦ରେ ଭାରତରେ ଉନ୍ମୋଚିତ ଏହି ପୁସ୍ତକଟି, ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ
ପରେ ରେକର୍ଡ ଦିଗରେ ବିଶ୍ୱର ଦ୍ୱିତୀୟ ପୁସ୍ତକ ଅଟେ । ସାଧାରଣ ଭାରତୀୟମାନଙ୍କୁ ସେମାନଙ୍କ କ୍ଷେତ୍ରରେ ତାଙ୍କ କଳାର
ପ୍ରଦର୍ଶନୀ କରିବା ନିମନ୍ତେ ଏକ ମଞ୍ଚ ପ୍ରଦାନ କରିବା ଲକ୍ଷରେ ଏହାର ଉନ୍ମୋଚନ ହୋଇଥିଲା । ତାହା ପରଠାରୁ ଏହା କେବେ ପଛକୁ ଦେଖିନାହିଁ । ସମସ୍ତ ସୀମା ଅତିକ୍ରମ କରିବାକୁ ଇଛା ରଖିଥିବା ବ୍ୟକ୍ତିଙ୍କ ନିମନ୍ତେ ଏହି ପୁସ୍ତକଟି ଆଜି ଏକ ମାଧ୍ୟମ
ସାଜିଛି ।
ଲିମ୍କା ବୁକ୍ ଅଫ୍ ରେକର୍ଡସ୍ର ୨୦୧୫ ସଂସ୍କରଣ ଉନ୍ମୋଚନ ଅବସରରେ, କୋକା-କୋଲା ଇଣ୍ଡିଆ ଏବଂ ଦକ୍ଷୀଣ ପଶ୍ଚିମ
ଏସିଆର ଅଧ୍ୟକ୍ଷ, ଭେଙ୍କଟେସ୍ କିନି କହିଛନ୍ତି, “ଜେଏଲ୍ଏଫ୍ ଭଳି, ଲିମ୍କା ବୁକ୍ ଅଫ୍ ରେକର୍ଡସ୍ ମଧ୍ୟ ନୋବେଲ୍ ପୁରସ୍କାର
ବିଜେତା, ବିଚାରକ, କଳାକାର ଏବଂ ଦାର୍ଶନୀକମାନଙ୍କୁ ଏକତ୍ର କରୁଛି ଏବଂ ସେମାନଙ୍କୁ ପ୍ରକାଶ କରିବା ପାଇଁ ଏକ ମଞ୍ଚ
ପ୍ରଦାନ କରୁଛି । ଆହୁରି ମଧ୍ୟ ଜେଏଲ୍ଆର୍ ଭଳି ଏଲ୍ବିଆର୍ ଲୋକମାନଙ୍କୁ ସାହସ କରିବା, ସ୍ୱପ୍ନ ଦେଖିବା ଏବଂ ଭାବନା
ପାଇଁ ଅବସର ପ୍ରଦାନ କରୁଛି । ଆମେ ଏହି ଦୁଇଟି ବିଷୟର ଭାବନାରେ ସମାନତା ଏବଂ ଅପୂର୍ବତା ପରିଲକ୍ଷୀତ କରିବୁ ଏବଂ
ଏହିପରି ଭାବରେ ଏଲ୍ବିଆର୍ ଏହି ଉତ୍ସବରେ ପ୍ରବେଶ କରିଛି ।” ସେ ଆହୁରି ମଧ୍ୟ କହିଛନ୍ତି, “ଗତ ୨୬ ବର୍ଷ ମଧ୍ୟରେ
ଲିମ୍କା ବୁକ୍ ଅଫ୍ ରେକର୍ଡସ୍ ଅନେକ ଭାରତୀୟଙ୍କୁ କିଛି ଅସାଧାରଣ କରିବାକୁ ପ୍ରୋତ୍ସାହିତ କରୁଛି । ଆମର ଆଶା, ଏହା
ଆଗକୁ ଆମ ସମାଜକୁ ଶସକ୍ତ କରିବା ଦିଗରେ ଏକତ୍ରୀତ କରିବା କାର୍ଯ୍ୟ ଜାରି ରଖିବ ।”
ଲିମ୍କା ବୁକ୍ ଅଫ୍ ରେକର୍ଡସ୍ ଭାରତରେ ସମସ୍ତ ଅଗ୍ରଣୀ ପୁସ୍ତକାଳୟରେ ଇଂରାଜୀ, ହିନ୍ଦୀ ଏବଂ ମଲାୟାଲମରେ ଉପଲବ୍ଧ
ଅଛି । ଏହି ବର୍ଷ, ଏଲ୍ବିଆର୍ ଛାତ୍ର ଗୋଷ୍ଠୀମାନଙ୍କୁ ଧ୍ୟାନରେ ରଖି ଏକ ସ୍ୱତନ୍ତ୍ର ପକେଟ୍ ଏଡିସନ୍ ଉନ୍ମୋଚନ କରିଛି, ଯାହାର
ମୁଲ୍ୟ ରହିଛି ମାତ୍ର ୧୫୦ ଟଙ୍କା ଏବଂ ଉପରୋକ୍ତ ୩ଟି ଭାଷାରେ ଉପଲବ୍ଧ ଅଛି । ଏହି ପକେଟ୍ ସଂସ୍କରଣ ସର୍ବପ୍ରଥମେ
ଜୟପୁରର ଡିଗି ପାଲେସ୍ଠାରେ ଜେଏଲ୍ଏଫ୍ ବୁକ୍ ଷ୍ଟୋର୍ରେ ବିକ୍ରି ହେବ ।
ଲିମ୍କା ବୁକ୍ ଅଫ୍ ରେକର୍ଡସ୍ର ଲଙ୍ଗ ସର୍ଭିସିଂ ଏଡିଟର୍, ବିଜୟା ଘୋଷ କହିଛନ୍ତି, “ଏଭଳି ଏକ ପୁସ୍ତକର ସମ୍ପାଦକ ହେବା
ଭାଗ୍ୟର ବିଷୟ, ଯାହା ନା କେବଳ ଅନନ୍ୟ କିର୍ତ୍ତୀମାନର କାଟାଲଗ୍ ବରଂ ଏହା ଅନେକଙ୍କ ଜୀବନର ଏକ ଅଂଶ ଅଟେ । ଏହି
ରେକର୍ଡ ବୁକ୍ରେ ଲାମ ଉଲ୍ଲଖ ପରେ ବ୍ୟକ୍ତିଙ୍କର ଜୀବନ ପରିବର୍ତ୍ତନ ହେବାର ମୁଁ ଦେଖିଛି । ଏହା ରଚନା, ସାହସ ଏବଂ
ସହଯୋଗର ଏକ ଉତ୍ପ୍ରେରକ ଅଟେ ଏବଂ ମୁଁ ଆଶା କରୁଛି ଲୋକମାନେ ପୂର୍ବ ଭଳି ପୁସ୍ତକ ଉପରେ ନିଜର ସୁଭକାମନା
ଏବଂ ଶ୍ରଦ୍ଧା ଅର୍ପଣ କରିବେ ।”
୨୬ତମ ସଂସ୍କରଣର ଉନ୍ମୋଚନ ଅବସରରେ, କୋକା-କୋଲା ଇଣ୍ଡିଆ ଜେଏଲ୍ଏଫ୍ଠାରେ ପ୍ରଥମ ଦିନରେ ଏକ
ନିୟୋଜନକାରୀ ଲିମ୍କା ବୁକ୍ ଅଫ୍ ରେକର୍ଡସ୍ କୁଇଜ୍ ଅୟୋଜନ କରିଛି, ଯାହାର ସଂଚାଳନ କରିଥିଲେ, କୁଇଜ୍ ମାଷ୍ଟର୍ ଜୟ
ଭଟ୍ଟାଚାର୍ୟ, ଯେ କି ଜୁନିୟର୍ ପ୍ରିମିୟର୍ ଲିଗ୍, ଦ ଫାଷ୍ଟ ଏକ୍ସଆଇର ଲେଖକ ଅଟନ୍ତି ।

Share in top social networks!
Powered By Indic IME