ବିଜୁ ଛାତ୍ର ଜନତା ଦଳ ରାଜ୍ୟସ୍ତରୀୟ ବିଶାଳ ଡିଜିଟାଲ୍ ଛାତ୍ର ସମାବେଶ ଅନୁଷ୍ଠିତ

bcjdବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ଭୁବନେଶ୍ୱର ୟୁନିଟ-୯ସ୍ଥିତ ରାଷ୍ଟ୍ରଭାଷା ପ୍ରଚାର ସଭା ପଡ଼ିଆରେ ଏକ ବିଶାଳ ରାଜ୍ୟସ୍ତରୀୟ ଡିଜିଟାଲ୍ ଛାତ୍ର ସମାବେଶ ଆୟୋଜିତ ହୋଇଯାଇଛି । ଏହି ସମାବେଶକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବା ସହ ଦଳୀୟ ୱେବ୍ସାଇଟରେ ସମାବେଶର ସିଧା ପ୍ରସାରଣକୁ ମୋବାଇଲରେ କ୍ଲିକ କରି ଉନ୍ମୋଚିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତୃମଣ୍ଡଳୀ, ମନ୍ତ୍ରୀଗଣ, ସମସ୍ତ ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ ଦଳର କାର୍ଯ୍ୟପନ୍ଥା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବିଧାୟକ ଶ୍ରୀଯୁକ୍ତ ବ୍ୟୋମକେଶ ରାୟ ଏହି ଅଭିନବ ଡିଜିଟାଲ୍ ସମାବେଶରେ ସଭାପତିତ୍ୱ କରି କେନ୍ଦ୍ର ସରକାରଙ୍କ ଖଣି ଅଧ୍ୟାଦେଶକୁ ତୀବ୍ର ସମାଲୋଚନା କରିଥିଲେ । ଏହି ଖଣି ଅଧ୍ୟାଦେଶ ରାଜ୍ୟର ରାଜସ୍ୱ ହାନି କରିବା ସହିତ ବିକାଶ ପ୍ରକ୍ରିୟାରେ ବାଧା ପହଂଚାଇବ ବୋଲି ଉଲ୍ଲେଖ କରିଥିଲେ । ରାଜ୍ୟ ସରକାର ଛାତ୍ର ଏବଂ ଯୁବକ ମାନଙ୍କ ନିମନ୍ତେ ପ୍ରଣୟନ କରୁଥିବା ବିଭିନ୍ନ ବିକାଶମୂଳକ ଯୋଜନାର ସଫଳ ରୂପାୟନ ଦିଗରେ ଛାତ୍ରସମାଜର ଏକ ଗୁରୁତ୍ୱପୂୂର୍ଣ୍ଣ ଭୂମିକା ରହିଛି ବୋଲି ସେ ମତବ୍ୟକ୍ତି କରିଥିଲେ । ବିଜୁ ଜନତା ଦଳ ଏକତା, ସଂହତି ଏବଂ ବିକାଶରେ ବିଶ୍ୱାସ କରେ ବୋଲି ଶ୍ରୀଯୁକ୍ତ ରାୟ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଯୁବ ଜନତା ସଭାପତି ତଥା ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ସଂଜୟ ଦାସବର୍ମା ନିଜର ବକ୍ତବ୍ୟରେ କହିଲେ, ଓଡ଼ିଶାକୁ ଗରିବ କରି ରଖିବା ପାଇଁ ଅତୀତରେ ଷଡ଼ଯନ୍ତ୍ର ହୋଇଥିଲା ଏବଂ ଏବେ ମଧ୍ୟ ଏହି ବିପଦ ଟଲିନାହିଁ । ଖଣି ନିଲାମ ପାଇଁ ସରକାର ନିଷ୍ପତି ନେଇଥିବା ବେଳେ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶ ଯୋଗୁଁ ରାଜ୍ୟ ସରକାର ପାଖାପାଖି ତିରିଶ ହଜାର କୋଟି ଟଙ୍କାର କ୍ଷତି ସହିବେ ବୋଲି ମନ୍ତ୍ରୀ ଶ୍ରୀ ଦାସବର୍ମା କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ, ଗୋଟିଏ ପଟେ କେନ୍ଦ୍ରର ବିଜେପି ସରକାର ପ୍ରେଟ୍ରୋଲ ଦର ହ୍ରାସ କରୁଥିବା ବେଳେ ଅନ୍ୟପକ୍ଷରେ ଉପôାଦନ ଶୁଳ୍କ ବଢାଇ ଚାଲିଛନ୍ତି । କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟକୁ ମନ୍ତ୍ରୀ ଶ୍ରୀ ବର୍ମା ନିନ୍ଦା କରିଥିଲେ । ସମାବେଶରେ ଅନ୍ୟତମ ଅତିଥି ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ତାଙ୍କ ଅଭିଭାଷଣରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ମତବ୍ୟକ୍ତ କରିଥିଲେ । ଉକ୍ତ ସଭାରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ସମାଲୋଚନା କରିଥିଲେ । ସମାବେଶରେ ଅନ୍ୟତମ ଅତିଥି ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ଯୋଗ ଦେଇ ଯୁବକ ଯୁବତୀଙ୍କ ନିମନ୍ତେ ସରକାର ନେଇଥିବା ବିଭିନ୍ନ ଯୋଜନା ସଂପର୍କରେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଂଚାୟତିରାଜ ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ, ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର, ମାହାଙ୍ଗା ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।
ଏହି ସଭାରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଲାଲବିହାରୀ ହିମିରିକା, ହସ୍ତ ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ, ଢ଼େଙ୍କାନାଳ ସାଂସଦ ତଥାଗତ ଶତପଥୀ, ସାଂସଦ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, କଳାହାଣ୍ଡି ଅର୍କକେଶରୀ ଦେଓ, କନ୍ଧମାଳ ସାଂସଦ ରାଜେଶ୍ୱରୀ ସିଂହ, କେଉଁଝର ସାଂସଦ ଶକୁନ୍ତଳା ନାରାୟଣ ସିଂ ଲାଗୁରି, ମୁଖ୍ୟ ସଚେତକ ଅନନ୍ତ ଦାସ, ଉପମୁଖ୍ୟ ସଚେତକ ରୋହିତ ପୁଜାରୀ, ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହ ଦେଓ, ଭୁବନେଶ୍ୱର ଉତର-ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ଜୟଦେବ ବିଧାୟକ ଶଶୀଭୁଷଣ ବେହେରା, ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲା, ଜଟଣୀ ବିଧାୟକ ଭାଗିରଥୀ ବଡ଼ଜେନା, ନିମାପଡ଼ା ବିଧାୟକ ସମୀର ରଂଜନ ଦାସ, ସଂଯୋଜନା କମିଟିର ସଦସ୍ୟ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବିଧାୟକ ଅନୁଭବ ପଟ୍ଟନାୟକ, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟକ ଶ୍ରୀକାନ୍ତ ସାହୁ, ବିଧାୟକ ପ୍ରଶାନ୍ତ ଜଗଦେବ, କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ, ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ପ୍ରୀତି ରଂଜନ ଘଡ଼େଇ, ବିଧାୟକ ଆକାଶ ଦାସ ନାୟକ, ବିଧାୟକ ପ୍ରବୀଣ ଭଞ୍ଜଦେଓ, ବିଧାୟକ ରବିନାରାୟଣ ମହାପାତ୍ର, ବିଧାୟିକା ରାଶେସ୍ୱରୀ ପାଣିଗ୍ରାହୀ, ବିଧାୟିକା ଟୁକୁନି ସାହୁ, ବିଧାୟକ ମନୋହର ରାନ୍ଧାରୀ, ବିଧାୟିକା ରାଜଶ୍ରୀ ମଲ୍ଲିକ, ବିଧାୟକ ସୁରେନ୍ଦ୍ର ସେଠୀ, ବିଧାୟକ ଗଣେଶ୍ୱର ପାତ୍ର, ବିଧାୟକ ପ୍ରିୟାଂଶୁ ପ୍ରଧାନ, ବିଧାୟକ ଅମର ଶତପଥୀ, ବିଧାୟକ ରାଜେନ୍ଦ୍ର ସାହୁ, ବିଧାୟକ ଗୋଲଖ ନାୟ,ଯୁବ ଜନତା ଦଳ ଉପସଭାପତି ଧ୍ରୁବ ଚରଣ ସାହୁ, ସାଧାରଣ ସଂପାଦକ ବିଜୟ ନାୟକ, ମାରୁତ ପାଲ, କଟକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଫୁଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ସମାବେଶରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଅମରେଶ ପତ୍ରି, ସନ୍ତୋଷ ବେଜ, ହରିଶଙ୍କର ରାଉତ, ଗଣେଶ ମହାପାତ୍ର, ମନ୍ଦାକିନୀ କର, ପ୍ରଫୁଲ ସ୍ୱାଇଁ, ଜଗନ୍ନାଥ ଦାସ, ସାଧାରଣ ସଂପାଦକ ମାନସ ମଲ୍ଲିକ,ମନୋଜ ସେନାପତି, ରାକେଶ ରାମ, ବିଷ୍ଣୁ ପ୍ରସାଦ ଡ଼େଙ୍ଗ, ରାଜେଶ ଦାଶ, ମଳୟ ରଂଜନ ପତି, ଆଦ୍ୟପ୍ରାଣ ସୁବୁଦ୍ଧି, ପାର୍ଥସାରଥୀ ମୁଦୁଲି, ଅମରଜିତ ଗୌଡ଼, ରଶ୍ମି ରଂଜନ ମହାପାତ୍ର, .ଜ୍ୟୋତିରଂଜନ ଜେନା, ଧୃତିରଂଜନ ମାର୍ଥା, ଶୁଭ୍ରଜିତ ପାଢ଼ୀ, ବିଜୟ କେତନ ସାହୁ, ଦେବୀ ରଂଜନ ତି୍ରପାଠୀ, ସତ୍ୟଜିତ୍ ଧୀର ମହାପାତ୍ର, ସମାପ୍ତ ମହାନ୍ତି, ସୁନିଲ ପଣ୍ଡା, ମଧୁସ୍ମିତା ପରିଡ଼ା, ଦୀପକ ଜେନା, ଅଜିତ ବେହେରା, ଦୀପକ ସାହୁ, ଶୁଭଲକ୍ଷ୍ମୀ ତ୍ରିପାଠୀ, ଶିବପ୍ରସାଦ ସାହୁ, ଛାତ୍ର ନେତା ଚିନ୍ମୟ ସାହୁ, ଉକ୍ରଳ ବିଶ୍ୱ ବିଦ୍ୟାଳୟ ସଭାପତି ରାଜେଶରାଜ ସ୍ୱାଇଁ, ପୂବତନ ଛାତ୍ର ସଂସଦ ସଭାପତି ତନ୍ମୟ ସ୍ୱାଇଁ, ପ୍ରତାପ ଜେନା, ଉତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ ସଭାପତି ଦୁର୍ଯେ୍ୟାଧନ ବେହେରା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସଭାପତି ସ୍ୱସ୍ତିପ୍ରିୟା ଦାସ ନାୟକ, ପୂର୍ବତନ ସଭାପତି ଇପସ୍ିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!