ଆମେରିକାରେ ଓଡ଼ିଶା ପର୍ଯ୍ୟଟନର ସୁଗନ୍ଧ: “ନୁ୍ୟୟର୍କସ୍ ଟାଇମ୍ସ ପର୍ଯ୍ୟଟନ ମେଳା’

wednesdayPhotoଆମେରିକାରେ ଥ#ବା ଓଡ଼ିଆ, ପ୍ରବାସୀ ଭାରତୀୟଙ୍କ ସମେତ ବିଦେଶୀମାନଙ୍କ ପାଇଁ ଏକ ଚମତ୍କାର ସୁଯୋଗ ଭାବରେ ଓଡ଼ିଶାର ପର୍ଯ୍ୟଟନ ବିଭବ ଏବଂ ଭବିଷ୍ୟତ ଉପରେ “ନୁ୍ୟୟର୍କସ୍ ଟାଇମ୍ସ&୍ ପର୍ଯ୍ୟଟନ ମେଳା’ ଆୟୋଜିତ ହୋଇଛିା ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ନୁ୍ୟୟର୍କ ଠାରେ ହେବାକୁ ଯାଉଥ#ବା ଏହି ମେଳାରେ ଓଡ଼ିଶାର ପାଭିଲିୟନ୍ ପ୍ରଶଂସିତ ହେବା ସହିତ ରାଜ୍ୟର ପର୍ଯ୍ୟଟନ ବିଭବ ପ୍ରତି ବିଦେଶୀଙ୍କ ଆଗ୍ରହ ବୃଦ୍ଧି କରିବ ବୋଲି ପର୍ଯ୍ୟଟନ ଓ
ସଂସ୍କୃତି ମନ୍ତ୍ରୀ ଶ୍ରୀ ଆଶୋକ ଚନ୍ଦ୍ର ପଣ୍ଡା ଉଲ୍ଲେଖ କରିଛନ୍ତିା

“ନୁ୍ୟୟର୍କ ଟାଇମ୍ସ ଟ୍ରାଭେଲ୍ ସୋ’ରେ ଓଡ଼ିଶା ପାଭିଲିୟନ୍ ଓ ସେମିନାର ଆୟୋଜନ ତଥା ବାଣିଜି୍ୟକ କାର୍ଯ୍ୟକ୍ରମ ସମ୍ପାଦିତ ହେବା ଉଲ୍ଲେଖଯୋଗ୍ୟ ବୋଲି ପ୍ରକାଶ କରି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡ଼ିଶା ପାଭିଲିୟନ୍ରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ, ଓଡ଼ିଶାର ବୌଦ୍ଧ ଐତିହ୍ୟ କୀର୍ତ୍ତିରାଜି ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ସମ୍ପର୍କିତ ପ୍ରଦର୍ଶନମାନ ସ୍ଥାନିତ ହେବା ଓଡ଼ିଶାର ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ କୃତୀ ମଧ୍ୟ ବିଶେଷ
ଭାବରେ ଆଦୃତ ହେବା

ଏହି ମେଳାରେ ବିଶ୍ୱର ବିଭିନ୍ନ ଦେଶର ପର୍ଯ୍ୟଟନ ବିଭବ ସମ୍ପର୍କିତ ତଥା ଓ ପ୍ରାମାଣିକ ଉପସ୍ଥାପନ ଇତ୍ୟାଦି ସ୍ଥାନ ପାଇବାକୁ ଥ#ବା ବେଳେ ଆମ ରାଜ୍ୟରୁ ହୋଟେଲ୍ ଶିଳ୍ପ ସମ୍ପୃକ୍ତ ବ୍ୟକ୍ତିବିଶେଷ, ଟୁର୍ ଅପରେଟରସ୍ ଓ ପର୍ଯ୍ୟଟନ ସମ୍ପୃକ୍ତ ସଂସ୍ଥାମାନେ ଅଂଶଗ୍ରହଣ କରୁଛନ୍ତିା ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ବ୍ୟାପକ ମତବିନିମୟ ସହିତ “ବିଜିନେସ୍ ଟୁ ବିଜିନେସ୍’କର୍ମଶାଳାରେ ଆଲୋଚିତ ହେବାକୁ ଥ#ବା ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ଓଡ଼ିଶାରେ ବିଦେଶୀ
ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ଓ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ମଧ୍ୟ ଅନ୍ତର୍ଭୁକ୍ତ ହେବ ବୋଲି କୁହାଯାଇଛିା ଏହି ମେଳାରେ ଯୋଗଦାନ ନିମନ୍ତେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ସହିତ ପର୍ଯ୍ୟଟନ ଓ ସଂସ୍କୃତିବିଭାଗର ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ମଧ୍ୟ ଆମେରିକା ଗସ୍ତରେ ଅଛନ୍ତିା

Share in top social networks!