ପିଆଜ ଉତ୍ପାଦନ ପାଇଁ ରାଜିନାମା ସ୍ୱାକ୍ଷରିତ

onion-1ରାଜ୍ୟକୁ ପିଆଜ, ରସୁଣ ଏବଂ ଆଳୁ ଉତ୍ପାଦନରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠିତ କରିବା ପାଇଁ କୃଷି ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ବଳିଷ୍ଠ ଉଦ୍ୟମ ଜାରୀ ରଖ#ଛନ୍ତିା ବୌଦ୍ଧ ଜିଲ୍ଲାର ପାଲିଝରଠାରେ ଜାତୀୟ ଉଦ୍ୟାନକୃଷି ଗବେଷଣା ଓ ଉନ୍ନୟନ ଫାଉଣ୍ଡେସନ, ନାସିକ ଉଦ୍ୟମରେ ଏକ ପିଆଜ ଉତ୍ପାଦନ ତଥା ଏ ସଂକ୍ରାନ୍ତୀୟ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠାକୁ କୃଷି ମନ୍ତ୍ରୀ ଶ୍ରୀ ମହାରଥୀ ଅନୁମୋଦନ କରିଛନ୍ତିା ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ନନ୍ଦ ଏବଂ ଜାତୀୟ ଉଦ୍ୟାନ କୃଷି ଗବେଷଣା ଓ ଉନ୍ନୟନ ଫାଉଣ୍ଡେସନର ନିର୍ଦ୍ଦେଶକ ଡଃ ଆର୍.ପି.ଗୁପ୍ତାଙ୍କ ମଧ୍ୟରେ ଓ ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ରାଜେଶ ବର୍ମା ଏବଂ ସାଧାରଣ ପ୍ରଶାସନ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ନିତିନ୍ ଚନ୍ଦ୍ରଙ୍କ ଉପସ୍ଥିତିରେ ଏ ସମ୍ବନ୍ଧୀୟ ଏକ ରାଜିନାମା ସ୍ୱାକ୍ଷରିତ
ହୋଇଛିା

ଏଥ#ପାଇଁ ରାଜ୍ୟ ସରକାର, କୃଷି ବିଭାଗ ଅଧୀନରେ ବୌଦ୍ଧ ଜିଲ୍ଲାର ପାଲିଝରଠାରେ ଥ#ବା ଫାର୍ମର ଜମିରୁ ୫୦.୯୨ ଏକର ଜମି ହସ୍ତାନ୍ତର କରିଛନ୍ତି । ଏଠାରେ ଜାତୀୟ ଉଦ୍ୟାନକୃଷି ଗବେଷଣା ଓ ଉନ୍ନୟନ ଫାଉଣ୍ଡେସନ ତରଫରୁ ଏକ ପ୍ରଶିକ୍ଷଣ ତଥା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ଉନ୍ନତ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦିଆଯିବ । ରାଜ୍ୟ ମଧ୍ୟରେ ବାର୍ଷିକ ୨୦-୧୫ କୁ୍ୟଣ୍ଟାଲ ପିଆଜ ମଞ୍ଜି, ୨୦୦-୨୫୦ ମେଟି୍ରକ୍ ଟନ୍ ପିଆଜ କୋଲା ଏବଂ ୩୦-୪୦ ଟନ୍ ରସୁଣ ବିହନ ଉତ୍ପାଦନ କରି ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।ଏଥ#ପାଇଁ ରାଜ୍ୟ ସରକାର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଦୁଇ ବର୍ଷରେ ପ୍ରାୟ ୫୪୮.୯୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରିବା ପାଇଁ ବ୍ୟବସ୍ଥା କରିଛନ୍ତି ।

ପିଆଜ ଆମ ରାଜ୍ୟର ଏକ ମୁଖ୍ୟ ଫସଲ ଏବଂ ନିତିଦିନିଆ ବ୍ୟବହାର୍ଯ୍ୟ ଫସଲ । ଆମ ରାଜ୍ୟରେ ବାର୍ଷିକ ପ୍ରାୟ ୨.୫ ଲକ୍ଷ ଟନ୍ ପିଆଜର ଆବଶ୍ୟକତା
ଥ#ବାବେଳେ ପ୍ରାୟ ୩୫୦୦ ହେକଫର ଜମିରେ ଏହି ଚାଷ କରାଯାଇ ବାର୍ଷିକ ପ୍ରାୟ ୪ ଲକ୍ଷ ଟନ୍ ପିଆଜ ଉତ୍ପାଦନ ହୋଇଥାଏ । ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଅମଳ ସମୟ ବ୍ୟତୀତ ଅନ୍ୟ ସମୟରେ ପିଆଜ ଆମଦାନୀ କରିବାକୁ ପଡ଼ିଥାଏ । ପୁନଶ୍ଚ ଆମ ରାଜ୍ୟରେ ପିଆଜ ବିହନ ପ୍ରାୟ ଉତ୍ପାଦିତ ହୋଇ ନ ଥାଏ । ତେଣୁ ଅନ୍ୟ ରାଜ୍ୟରୁ ପ୍ରତ୍ୟେକ ବର୍ଷ ଅନେକ ପରିମାଣରେ ପିଆଜ ଓ ରସୁଣ କୋଲା/ ବିହନ ଆମଦାନୀ କରାଯାଇଥାଏ
। ଜାତୀୟ ଉଦ୍ୟାନ କୃଷି ଗବେଷଣା ଓ ଉନ୍ନୟନ ଫାଉଣ୍ଡେସନ ରାଜ୍ୟରେ ଆଳୁ ଉତ୍ପାଦନ ବୃଦ୍ଧି ପାଇଁ ଜ୍ଞାନକୌଶଳ ତଥା ବିହନ ଯୋଗାଇବ ।

Share in top social networks!