ଆରଏସ୍ଏସ୍ର ବିଶାଳ ଯୁବ ସମ୍ମିଳନୀ ଜାନୁଆରୀ ୨୩ରେ

ଭାରତର ଦୁଇଜଣ ଅଦ୍ୱିତୀୟ ଜନନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଭୁବନେଶ୍ୱର ମହାନଗର ତରଫରୁ ଉତ୍ସାହପୂର୍ଣ୍ଣ ଭାବେ ପାଳନ କରାଯିବ । ଏହି ଅବସରରେ ଜାନୁଆରୀ ୨୩ ଦିନ ସକାଳ ୯ ଘଟିକା ସମୟରୁ ୫ ଘଟିକା ପର୍ଯ୍ୟନ୍ତ ସ୍ଥାନୀୟ ୟୁନିଟ-୮ ସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ସଂଘ ତରଫରୁ ବିଶାଳ ଯୁବ ସମ୍ମିଳନୀ ଅନୁଷ୍ଠିତ ହେବ ।

ଏଥିରେ ସଂଘର ବିଭିନ୍ନ ଶାଖାରୁ ସ୍ୱୟଂସେବକମାନଙ୍କ ସହ ଭୁବନେଶ୍ୱର ତଥା ଆଖପାଖ ଅଂଚଳରୁ ସହସ୍ରାଧିକ ଯୁବକ ଯୋଗ ଦେବେ । ସମ୍ମିଳନୀରେ ବିଭିନ୍ନ ରଂଗମଂଚ କାର୍ଯ୍ୟକ୍ରମ ଓ ପ୍ରତିଭା ପ୍ରଦର୍ଶନ କରାଯିବ । ଅପରାହ୍ନ ୨ ଘଟିକା ସମୟରେ ମହାପୁରୁଷମାନଙ୍କ ଫଟୋଚିତ୍ର ସହ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିବ । ଏହାପରେ ଏକ ସାଧାରଣ ସଭା ଅପରାହ୍ନ ୪ ଘଟିକା ସମୟରେ ଅନୁଷ୍ଠିତ ହେବ । ଆରଏସ୍ଏସ୍ର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଇନେ୍ଦ୍ରଶ କୁମାର ଜୀ ମୁଖ୍ୟବକ୍ତା ଓ ଅବସରପ୍ରାପ୍ତ ସାମରିକ ଅଧିକାରୀ କର୍ଣ୍ଣେଲ ହିମାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥିରୂପେ ଯୋଗଦେଇ ସମ୍ବୋଧିତ କରିବେ ବୋଲି ସଂଘର ରାଜ୍ୟ ମିଡିଆସେଲ ବିଶ୍ୱ ସମ୍ବାଦ କେନ୍ଦ୍ରର ସମ୍ପାଦକ ଶ୍ରୀ ନିରଞ୍ଜନ ନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

ବିଶ୍ୱର ସର୍ବବୃହତ୍ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ରାଷ୍ଟ୍ରର ସ୍ୱାର୍ଥ ଲାଗି ସମର୍ପିତ ଦେଶଭକ୍ତମାନଙ୍କର ଏକ ସଂଗଠନ । ସାରା ବିଶ୍ୱରେ ଭାରତର ଦର୍ଶନକୁ ଉଜ୍ଜବୀତ କରିବା ସହ ସମାଜ ଓ ରାଷ୍ଟ୍ରର ସର୍ବାଙ୍ଗୀନ ଉନ୍ନତି କରି ଭାରତମାତାକୁ ପୁନଃ ବିଶ୍ୱଗୁରୁ ଆସନରେ ଅଧିଷ୍ଠିତ କରାଇବା ଏହାର ଲକ୍ଷ୍ୟ । ଯୁବ ସମାଜ ହୃଦୟରେ ରାଷ୍ଟ୍ରଭକ୍ତି ନିର୍ମାଣ ଲାଗି ସଂଘ ଅନେକ କାର୍ଯ୍ୟକ୍ରମର ଆୟୋଜନ କରିଥାଏ ।

Share in top social networks!