ଇଣ୍ଡିଆନ ରୋଡ଼ କଂଗ୍ରେସର ୭୫ତମ ଅଧିବେଶନ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍‍ଘାଟିତ ହେଲା

ircnaveenଇଣ୍ଡିଆନ ରୋଡ଼ କଂଗ୍ରେସର ୭୫ତମ ଅଧିବେଶନ (ପ୍ଲାଟିନମ୍‍ ଜୁବୁଲି) ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦ୍‍ଘାଟିତ ହେଲା । ଉକ୍ତ ଉତ୍ସବରେ ଓଡ଼ିଶାର ମାନ୍ୟବର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର, ମୁଖ୍ୟ ଶାସନ ସଚିବ, ଓଡ଼ିଶା, ପୁର୍ତ୍ତ ସଚିବ, ଓଡ଼ିଶା, ସଭାପତି, ଆଇ.ଆର.ସି., ସାଧାରଣ ସମ୍ପାଦକ, ଆଇ.ଆର.ସି., ନିଦେ୍ର୍ଧଶକ, ମର୍ଥ ତଥା ଅନ୍ୟାନ୍ୟ ମୁଖ୍ୟବକ୍ତିମାନେ ଉପସ୍ଥିତ
ଥିଲେ ।
ମୁଖ୍ୟ ମନ୍ତ୍ରୀ ତାଙ୍କ ଭାଷଣରେ ରାସ୍ତା ନିର୍ମାଣରେ ନୂତନ ବୈଷୟିକ ଜ୍ଞାନର ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଫ୍ଲାଏ ଆସ, ସ୍ଲାଗ ଏବଂ ପ୍ଲାଷ୍ଟିକ ତିଆରି ଉପରେ ଆଇ.ଆର.ସି.ର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ରାଜ୍ୟ ସରକାର ଭିତ୍ତିଭୂମି ବିକାଶ କ୍ଷେତ୍ରକୁ ଅଗ୍ରାଧିକାର ଦେଉଛନ୍ତି କାରଣ ବଜେଟର ୨୫% ଅର୍ଥ ରାସ୍ତା ତଥା ଭିତ୍ତିଭୂମି କ୍ଷେତ୍ରର ଖର୍ଚ୍ଚ ହେଉଛି । ଏହା ସହଜରେ ଅନୁମେୟ କାରଣ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ କ୍ଷେତ୍ରରେ ଆଖିଦୃଷ୍ଟିଆ । ୩୨୦୦କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ବିଜୟୱାଡ଼ା-ରାଞ୍ଚô ରାଜପଥ, ଆନ୍ଧ୍ରପ୍ରଦେଶ ଓଡ଼ିଶା ଓ ଛତିଶଗଡ଼କୁ ସଂଯୋଗ କରୁଛି ।

ଏତଦ୍‍ ବ୍ୟତୀତ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମଧ୍ୟ ସଂଯୋଗିତ ହୋଇନଥିବା ଗ୍ରାମାଞ୍ଚଳଗୁଡ଼ିକ ସଂଯୋଗକରିବା ଦିଗରେ ଏକ ବିହିତ ପଦକ୍ଷେପ ହେବ । “ଓଡ଼ିଶା ଇ-କ୍ରୟକ୍ଷେତ୍ରରେ ଦେଶର ପଥପ୍ରଦର୍ଶନ ହେବ ।’ ଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ର. ଆଇ.ଆର.ସି.ର ସମସ୍ତ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଛନ୍ତି ତଥା ଉତ୍ସବଟିର ସଫଳତା କାମନା କରିଛନ୍ତି ।

ଆଇ.ଆର.ସି.ର ସଭାପତି, ଆଇ.ଆ.ସି. ଅଧିବେଶନ ଆୟୋଜନ କରିଥିବାର ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି । ସେ. ଆଇ.ଆର.ସି. ତରଫରୁ ମୁଖ୍ୟମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ମୁଖ୍ୟ ସଚିବ, ପୂର୍ତ୍ତ ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମର୍ଥର ନିଦେ୍ର୍ଧଶକ ପିଚୁ ରୋଡ଼ ପରିବର୍ତ୍ତେ ଙ୍କକ୍ରିଟ ରୋଡ଼ ନିର୍ମାଣ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

ଉକ୍ତ ଆଇ.ଆର.ସି.-୨୦୧୫ର ବ୍ରାହ୍ମଣୀ ହଲରେ ପେଜ୍‍ ନଂ୬୦୭ ଓ ୬୧୪ମ୍ବର ଉପରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଆଲୋଚନା କରାଯାଇଥିଲା

Share in top social networks!