ନାଲ୍‍କୋ ପକ୍ଷରୁ ବାର୍ଷିକ ବସନ୍ତ ପୁଷ୍ପ ପ୍ରଦର୍ଶନୀ ଆୟୋଜିତ

NALCOFLOWERନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ) ପକ୍ଷରୁ ଜାନୁୟାରୀ ୧୭ ଓ ୧୮ ତାରିଖରେ ଭୁବନେଶ୍ୱର ସ୍ଥିତ ନାଲ୍‍କୋ ନଗର ପରିସରରେ ବାର୍ଷିକ ବସନ୍ତ ପୁଷ୍ପ ପ୍ରଦର୍ଶନୀ ଅୟୋଜିତ ହୋଇଥିଲା । ଚଳିତ ବର୍ଷ, ୧୨ ଟି ଅନୁଷ୍ଠାନ ଏବଂ ୭୭ ଜଣ ବ୍ୟକ୍ତିଗତ ଭାବେ ବିଭିନ୍ନ ବିଭାଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ଇଡ୍‍କୋର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ଶ୍ରୀ ବିଶାଳ ଦେବ, ଆଇଏଏସ୍‍ ଆନୁଷ୍ଠାନିକ ଭାବେ ଏହି ପ୍ରଦର୍ଶନୀର ଉଦ୍‍ଘାଟନ କରିଥିଲେ । ଏହି ଅବସରରେ, ନାଲ୍‍କୋର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଅଂଶୁମାନ ଦାସ, ନିଦେ୍ର୍ଧଶକ (ପି ଆଣ୍ଡ୍‍ ଟି) ଶ୍ରୀ ଏନ୍‍.ଆର୍‍. ମହାନ୍ତି, ନିଦେ୍ର୍ଧଶକ (ମାନବସମ୍ବଳ) ଶ୍ରୀ ଏସ୍‍.ସି. ପାଢୀ, ନିଦେ୍ର୍ଧଶକ (ଉପôାଦନ) ଶ୍ରୀ ଭି. ବାଲସୁବ୍ରମଣ୍ୟମ ଏବଂ ଅନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
ଗତ କାଲି ଆୟୋଜିତ ଉଦ୍‍ଯାପନ ଉସôବରେ ଭୁବନେଶ୍ୱର ନାଲ୍‍କୋ ଲେଡିଜ୍‍ କ୍ଲବ୍‍ର ଅଧ୍ୟକ୍ଷା ଶ୍ରୀମତୀ ମାନସୀ ଦାସ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି ଅବସରରେ, କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଅଂଶୁମାନ ଦାସ, ନିଦେ୍ର୍ଧଶକ (ମାନବସମ୍ବଳ) ଶ୍ରୀ ଏସ୍‍.ସି. ପାଢୀ, ନିଦେ୍ର୍ଧଶକ (ବାଣିଜ୍ୟ) ଶ୍ରୀମତୀ ସୋମା ମଣ୍ଡଳ, କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ (ମାନବସମ୍ବଳ ଓ ପ୍ରଶାସନ) ଶ୍ରୀ ଏ.କେ. ସାହୁ ଏବଂ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ (ପି ଆଣ୍ଡ୍‍ ଟି) ଶ୍ରୀ ଏସ୍‍.କେ. ଦାଶ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବିଭାଗର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଅନୁଷ୍ଠାନଗୁଡିକ ମଧ୍ୟରେ ସିଭି ରମଣ କଲେଜ୍‍ ଅଫ୍‍ ଇଞ୍ଜିନିୟରିଂ ଚାମ୍ପିଅନ୍‍ ଆଖ୍ୟା ଲାଭ କରିଥିବା ବେଳେ ଖୁଣ୍ଟିଆ ନିବାସ ରନର୍‍ ଅପ୍‍ ପୁରସ୍କାର ଲାଭ କରିଥିଲା । ସେହିପରି, ବ୍ୟକ୍ତିଗତ ବର୍ଗରେ ଶ୍ରୀ ଲକ୍ଷ୍ମୀ ନାରାୟଣ ଖୁଣ୍ଟିଆ ବିଜେତା ହୋଇଥିଲେ ଏବଂ ଶ୍ରୀମତୀ ରଶ୍ମିରେଖା ରାଉତ ରନର୍‍ ଅପ୍‍ ଭାବେ ପୁରସ୍କୃତ ହୋଇଥିଲେ ।
ମହାପ୍ରବନ୍ଧକ (ମାନବସମ୍ବଳ ଓ ପ୍ରଶାସନ) ଶ୍ରୀ ଅମୀୟ ପଟ୍ଟନାୟକ ଏବଂ ସହାୟକ ମହାପ୍ରବନ୍ଧକ (ଉଦ୍ୟାନ) ଶ୍ରୀ ଏଚ୍‍.କେ. ପାଲ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Share in top social networks!