ସଭ୍ୟ ସଂଗ୍ରହ ଅଭିଯାନ ତ୍ୱରାନ୍ୱିତ ପାଇଁ ମଙ୍ଗଳବାର ପୂର୍ବାହ୍ନରେ ବିଜେପିର ବୈଠକ

arunsinghସଭ୍ୟ ସଂଗ୍ରହ ଅଭିଯାନ ତ୍ୱରାନ୍ୱିତ କରିବା ପାଇଁ ଆସନ୍ତା କାଲି ତା ୨୦.୦୧.୨୦୧୫ (ମଙ୍ଗଳବାର) ପୂର୍ବାହ୍ନ ୧୧ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବରିଷ୍ଠ ନେତାମାନଙ୍କ ଏକ ବୈଠକ ଅନୁଷ୍ଠିତ ହେବ । ବିଜେପି ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜେପିର ଜାତୀୟ ସହସଂଗଠନ ମନ୍ତ୍ରୀ ଶ୍ରୀ ଶିବପ୍ରକାଶଜୀ ଓ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ ଉପସ୍ଥିତ ରହିବେ । ଦଳର ବରିଷ୍ଠ ନେତା ଓ ପଦାଧିକାରୀ, ରାଜ୍ୟ ସଦସ୍ୟତା ପ୍ରଭାରୀ ଓ ସହପ୍ରଭାରୀ, ସମସ୍ତ ଜିଲ୍ଲା ସଭାପତି, ଜିଲ୍ଲା ସଦସ୍ୟତା ପ୍ରଭାରୀ ଓ ସହପ୍ରଭାରୀ ଏବଂ ସଦସ୍ୟତା ଅଭିଯାନ ପାଇଁ ନିଯୁକ୍ତ ମଣ୍ଡଳସ୍ତରୀୟ ପୁର୍ଣ୍ଣକାଳୀନ କାର୍ଯ୍ୟକର୍ତା ତଥା ରାଜ୍ୟ ପଦାଧିକାରୀମାନେ ଏହି ବୈଠକରେ ଯୋଗ ଦେବେ । ଏହି ସଦସ୍ୟତା ଅଭିଯାନର ଅବଧି ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଳବତର ରହିବ ।

ଆଗାମୀ ଅଢ଼େଇ ମାସ ଧରି ବିଭିନ୍ନ ମଣ୍ଡଳରେ ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ୫୦୦ କାର୍ଯ୍ୟକର୍ତାଙ୍କୁ ଦାୟିତ୍ୱ ଦିଆଯିବ ବୋଲି ମୁଖପାତ୍ର ସଜ୍ଜନ ଶର୍ମା ସୂଚନା ପ୍ରଦାନ କରିଛନ୍ତି ।

Share in top social networks!