ପୁରୀ ଓ ଝାରସୁଗୁଡ଼ାଠାରେ ଗୋଦ୍ରେଜ୍ ଆପଲ୍ିଆନ୍ସେସ୍ର ସ୍ୱତନ୍ତ୍ର ବ୍ରାଣ୍ଡ ସୋରୁମ୍

godrejପୁରୀ ଓ ଝାରସୁଗୁଡ଼ାଠାରେ ଗୋଦ୍ରେଜ୍ ଆପ୍ଲିଆନ୍ସେସ୍ ଏହାର ସ୍ୱତନ୍ତ୍ର ବ୍ରାଣ୍ଡ ଆଉଟଲେଟ୍ର ଶୁଭାରମ୍ଭ କରିଛି । ଏହି ସ୍ୱତନ୍ତ୍ର ସୋରୁମ୍ଟି ସାହୁ ଡିଷ୍ଟି୍ରବୁ୍ୟଟରଙ୍କ ସହଯୋଗରେ ପୁରୀଠାରେ ଓ ଏମ୍/ଏସ୍ ମହେନ୍ଦ୍ରଙ୍କର ସହଯୋଗରେ ଝାରସୁଗୁଡ଼ାଠାରେ ପ୍ରାରମ୍ଭ କରାଯାଇଛି । ଏହି ଅଞ୍ଚଳରେ ଗୋଦ୍ରେଜ୍ର ଏହା ହେଉଛି ପ୍ରଥମ ସୋରୁମ୍ । ପୁରୀରେ ଥିବା ଏହି ସୋରୁମ୍ଟି ୧୩୦୦ ବର୍ଗଫୁଟ୍ ଅଞ୍ଚଳରେ ଅବସ୍ଥିତ । ସେହିପରି ଝାରସୁଗୁଡ଼ାରେ ଅବସ୍ଥିତ ସୋରୁମ୍ଟି ୧୧୦୦ ବର୍ଗଫୁଟ୍ ଅଞ୍ଚଳରେ ପ୍ରତିଷ୍ଠିତ । ଗୋଦ୍ରେଜ୍ର ଉନ୍ନତ ରେଫି୍ରଜେରେଟର, ୱାସିଂ ମେସିନ୍, ମାଇକ୍ରୋ ୱେଭ୍, ଓଭନ୍ ଓ ଏୟାର କଣ୍ଡିସନର ଉପଲବ୍ଧ ହୋଇପାରିବ । ଏଠାରେ ଗ୍ରାହକମାନେ ସେମାନଙ୍କର ଉପôାଦକୁ ଉଚିତ୍ ମୂଲ୍ୟରେ ପାଇପାରିବେ ।
ଶ୍ରୀଯୁକ୍ତ ରମେଶ ଚେମ୍ବଥ୍, ମାର୍କେଟିଂ ହେଡ୍ ଓ ଆସୋସିଏଟ୍ ଭାଇସ୍ ପ୍ରେସିଡେଣ୍ଟ, ଗୋଦ୍ରେଜ୍ ଆପ୍ଲିଆନ୍ସେସ୍ ଏହି ଅବସରରେ କହିଛନ୍ତି ଯେ ଆମେ ସର୍ବଦା ଆମର ଗ୍ରାହକଙ୍କର ନିକଟତର ହେବା ପାଇଁ ପ୍ରଚେଷ୍ଟା କରିଛୁ । ଆମେ ଆଶାକରୁ ଆମର ଏହି ସ୍ୱତନ୍ତ୍ର ବ୍ରାଣ୍ଡ ଆଉଟ୍ଲେଟ୍ ଆମର ମୂଲ୍ୟବାନ ଗ୍ରାହକମାନଙ୍କ ନିମନ୍ତେ ଅନେକ ଭାବରେ ସହାୟକ ହେବ । ଏହି ସ୍ୱତନ୍ତ୍ର ସୋରୁମ୍ ଜରିଆରେ ଆମେ ଆମର ସମଗ୍ର ଉପôାଦର ସମ୍ଭାରକୁ ଗୋଟିଏ ସ୍ଥାନରେ ପରିବେଷଣ କରିପାରିବୁ ତଥା ଗ୍ରାହକମାନେ ଏହାର ଉଚିତ୍ ଲାଭ ଉଠାଇପାରିବେ ।
ଶ୍ରୀଯୁକ୍ତ ମୟଙ୍କ କୁମାର ଗୁପ୍ତା, ଏଭିପି ଓ ଜୋନାଲ୍ ବିଜ୍ନେସ୍ ହେଡ୍ (ପୂର୍ବ), ଗୋଦ୍ରେଜ୍ ଆପ୍ଲିଆନ୍ସେସ୍ ଏହି ଅବସରରେ କହିଥିଲେ ଯେ ପୁରୀ ଓ ଝାରସୁଗୁଡ଼ାଠାରେ ଆମେ ଆମର ସ୍ୱତନ୍ତ୍ର ଗୋଦ୍ରେଜ୍ ଆପଲ୍ିଆନ୍ସେସ୍ ସୋରୁମ୍ ପ୍ରାରମ୍ଭ କରିପାରିଥିବାରୁ ଅତ୍ୟନ୍ତ ଆନନ୍ଦିତ । ବର୍ତ୍ତମାନ ଓଡ଼ିଶାର ଗ୍ରାହକମାନେ ଗୋଟିଏ ଛାତ ତଳେ ବିଶ୍ୱଶ୍ରେଣୀୟ ଉପôାଦ ପାଇବାର ସୁଯୋଗ ପାଇପାରିବେ ।

Share in top social networks!