ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ସମାବେଶ ଜାନୁୟାରୀ ୨୦ରେ

bjcdବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆସନ୍ତା ଜାନୁୟାରୀ ୨୦ ତାରିଖ ମଙ୍ଗଳବାର ଦିନ ଭୁବନେଶ୍ୱର ୟୁନିଟ-୯ସ୍ଥିତ ରାଷ୍ଟ୍ରଭାଷା ପ୍ରଚାର ସଭା ପଡ଼ିଆରେ ଏକ ରାଜ୍ୟସ୍ତରୀୟ ବିଶାଳ ଛାତ୍ର ସମାବେଶ ଆୟୋଜିତ ହେବ । ରାଜ୍ୟ ଇତିହାସରେ ବିଜୁ ଛାତ୍ର ଜନତା ଦଳର ଏହି ସମାବେଶ ଡିଜିଟାଲ ସମାବେଶ ହେବାର ଗୌରବ ବହନ କରିବ । ସୋସିଆଲ ମିଡିଆର ବ୍ୟାପକ ପ୍ରସାର ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଷୟିକ ଜ୍ଞାନକୌଶଳ ପ୍ରତି କ୍ରମଶଃ ବୃଦ୍ଧି ପାଉଥିବା ଆଗ୍ରହକୁ ଦୃଷ୍ଟିରେ ରଖି ଏହି ସମାବେଶ ସମ୍ପୂର୍ଣ୍ଣ ଡିଜିଟାଲ ପଦ୍ଧତିରେ ଆୟୋଜିତ ହେଉଛି । ସାରା ରାଜ୍ୟ ଏବଂ ଦେଶର ଛାତ୍ରଛାତ୍ରୀ ତଥା ଯୁବବର୍ଗ ଏହି ଅଭିନବ ଛାତ୍ର ସମାବେଶର ସିଧାପ୍ରସାରଣ ଙ୍ଗଙ୍ଗଙ୍ଗ.ଭହୟକ୍ଟୟସଗ୍ଦଷବ.କ୍ଟକ୍ସଶ.ସଦ୍ଭ ୱେବ୍ସାଇଟ୍କୁ କ୍ଲିକ୍ କରି ଅନ୍ ଲାଇନ ଜରିଆରେ ଦେଖିପାରିବେ । ଛାତ୍ରଛାତ୍ରୀମାନେ ନିଜର ସ୍ମାର୍ଟ ଫୋନ ଜରିଆରେ ମଧ୍ୟ ଏହି ସମାବେଶର ସିଧା ପ୍ରସାରଣ ଦେଖିପାରିବେ । ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ରାଜ୍ୟ ଏବଂ ରାଜ୍ୟ ବାହାରେ ରହୁଥିବା ଓଡିଶାର ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀଙ୍କ ନିକଟରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶ ମୂଳକ ଯୋଜନା ପହଂଚାଇବା ନିମନ୍ତେ ବିଜୁ ଛାତ୍ର ଜନତା ଦଳ ଏହି ଅନନ୍ୟ ପ୍ରୟାସ ଆରମ୍ଭ କରିଛି ।
ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସମାବେଶ ସଂଯୋଜନା କମିଟିର ସଂଯୋଜକ ତଥା ଛାତ୍ର ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏହି ସୂଚନା ଦେଇଛନ୍ତି । କମିଟି ସଦସ୍ୟ ତଥା ପୋଲସରା ବିଧାୟକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ, ଧର୍ମଶାଳା ବିଧାୟକ ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ, ଛାତ୍ର ଜନତା ଦଳ ରାଜ୍ୟ ଉପସଭାପତି ଅମରେଶ ପତ୍ରି, ସନ୍ତୋଷ ବେଜ୍, ସଂପାଦକ ମାନସ ରଞ୍ଜନ ମଲ୍ଲି.କ, ରାଜେଶ ଦାସ, ମନୋଜ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ସମାବେଶର ମଂଚ ସଂପୂର୍ଣ୍ଣ ଏଲ୍ଇଡି ଡିସପ୍ଲେ ହେବା ସହିତ ସମାବେଶର ସିଧାପ୍ରସାରଣ ସଭାସ୍ଥଳରେ ଉପସ୍ଥିତ ଛାତ୍ରଛତ୍ରୀ ଏବଂ ସାଧାରଣ ଜନତା ସ୍କ୍ରିନ୍ ଜରିଆରେ ଦେଖିପାରିବେ । ଏହା ସହିତ ଏହି ଡିଜିଟାଲ୍ ମଂଚ ମାଧ୍ୟମରେ ଓଡିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ବିଭିନ୍ନ ସମୟରେ ଜନସାଧାରଣଙ୍କୁ ସମ୍ବୋଧନ କରିଥିବା ବକ୍ତବ୍ୟର ପ୍ରସାରଣ ଦେଖିପାରିବେ । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଗୁଡିକ ମଧ୍ୟ ଏଠାରେ ପ୍ରସାରିତ ହେବବୋଲି ସମାବେଶର ସଂଯୋଜକ ସୂଚନା ଦେଇଥିଲେ ।
ଏହି ସମାବେଶରେ ରାଜ୍ୟର ସମସ୍ତ ସାଂଗଠନିକ ଜିଲ୍ଲାରୁ ପ୍ରାୟ ୨୦,୦୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଯୋଗଦେବେ । ବିଗତ ଛାତ୍ର ସଂସଦ ନିର୍ବାଚନରେ ୯୫ ପ୍ରତିଶତରୁ ଅଧିକ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତାର ସମର୍ଥିତ ପ୍ରାର୍ଥୀମାନେ ବିଜୟ ଲାଭ କରିଥିଲେ । ଏହି ସାମଗ୍ରିକ ସଫଳତାକୁ ପାଥେୟ କରି ସାଂଗଠନିକ ସ୍ତରରେ ଛାତ୍ରଶକ୍ତିକୁ ଆହୁରି ମଜବୁତ କରିବା ଉଦେ୍ଧଶ୍ୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆସନ୍ତା ଜାନୁୟାରୀ ୨୦ ତାରିଖ ମଙ୍ଗଳବାର ଭୁବନେଶ୍ୱର ୟୁନିଟ-୯ସ୍ଥିତ ରାଷ୍ଟ୍ରଭାଷା ପ୍ରଚାର ସଭା ପଡ଼ିଆରେ ଏକ ରାଜ୍ୟସ୍ତରୀୟ ବିଶାଳ ଛାତ୍ର ସମାବେଶ ଆୟୋଜିତ ହେବ । ଏହି ବିଶାଳ ସମାବେଶକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବା ସହ ସମାବେଶରେ ସାମିଲ ଛାତ୍ର ପ୍ରତିନିଧିମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିଜେଡିର ବରିଷ୍ଠ ନେତୃମଣ୍ଡଳୀ, ମନ୍ତ୍ରୀଗଣ, ସମସ୍ତ ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ ଦଳର କାର୍ଯ୍ୟପନ୍ଥା ସଂପର୍କରେ ବକ୍ତବ୍ୟ ରଖିବେ ।
ସମାବେଶରେ ରାଜ୍ୟର ଉଚ୍ଚଶିକ୍ଷାର ବିକାଶ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯିବ । ଏଥିରେ ବିଜୁ ଛାତ୍ର ଜନତା ଦଳର ସମର୍ଥିତ ସମସ୍ତ ଛାତ୍ର ସଂସଦ ପ୍ରତିନିଧି, ରାଜ୍ୟ ସାଂଗଠନିକ କମକର୍ତା, ଜିଲ୍ଲା ଛାତ୍ର ସଭାପତି ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିନିଧିମାନେ ଉପସ୍ଥିତି ରହିବେ । ସମାବେଶକୁ ସଫଳ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ ୫ ଜଣିଆ ସମାବେଶକୁ ସଫଳ କରିବା ପାଇଁ ଏହି କମଟି କାର୍ଯ୍ୟ କରିବ ।
ଏତଦ୍ବ୍ୟତିତ ରାଜ୍ୟରେ ଉଚ୍ଚଶିକ୍ଷାର ଭିତିଭୂମିର ବିକାଶ ସହ ୮୦ଟି ବ୍ଲକ୍ରେ ଆଇଟିଆଇ ସ୍ଥାପନ, ୧୩ଗୋଟି ସରକାରୀ ପଲିଟେକ୍ନିକ ପାଇଁ ଛାତ୍ରୀ ନିବାସ ନିର୍ମାଣ, ବୈଷୟିକ ଶିକ୍ଷା ଗ୍ରହଣ ପାଇଁ ଋଣ ବ୍ୟବସ୍ଥାକୁ ଦ୍ୱିଗୁଣିତ କରିବା, ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବିଦେଶରେ ଉଚ୍ଚଶିକ୍ଷା ଲାଭ ପାଇଁ ଋଣ ପ୍ରଦାନ, ଲକ୍ଷାଧିକ ଜନଜାତି ବାଳିକାଙ୍କ ନିମନ୍ତେ ଛାତ୍ରୀ ନିବାସ ନିର୍ମାଣ, ମହାବିଦ୍ୟାଳୟ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ପ୍ରଦାନ, ନିଯୁକ୍ତି ମେଳା ମାଧ୍ୟମରେ ୫୦ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ସହିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତି ପ୍ରଦାନ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ ଭଳି ରାଜ୍ୟ ସରକାରଙ୍କ ଉଲ୍ଲେଖନୀୟ ଯୋଜନାକୁ ଛାତ୍ର ସମାଜ ମାଧ୍ୟମରେ ତୃଣମୁଳସ୍ତରରେ ପହଂଚାଇବାକୁ ଲକ୍ଷ୍ୟ ରଖାଯାଇଛି ।
ଏଥି ସହିତ ଓଡ଼ିଶା ନଲେଜ୍ କର୍ପୋରେସନ ଲି. ପ୍ରତିଷ୍ଠା ମାଧ୍ୟମରେ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ଶିକ୍ଷା ପ୍ରଦାନ, ୨୦୦ ମହାବିଦ୍ୟାଳୟରେ ବ୍ରଡ୍ବ୍ୟାଣ୍ଡ୍ ସେବା ପ୍ରଦାନ, ଇ-ଆଡମିଶନ୍ ମାଧ୍ୟମରେ ପରୀକ୍ଷା ପଦ୍ଧତିରେ ସ୍ୱଚ୍ଛତା ଆଣିବା, ସ୍ମାର୍ଟ କ୍ଲାସ, ୱାଇଫାଇ କ୍ୟାମ୍ପସ, ନେଟ କୋଚିଂ କ୍ଲିନକ୍ ଭଳି ଗୁଣାତ୍ମକ କାର୍ଯ୍ୟକ୍ରମମାନର ସଫଳ ରୂପାୟନ ସଂପର୍କରେ ଛାତ୍ରମାନଙ୍କୁ ଅବଗତ କରାଇବା ସମାବେଶର ଉଦେ୍ଧଶ୍ୟ ରହିଛି ।
ଯୁବ ସମାଜକୁ ଗୁରୁତ୍ୱ ପ୍ରଦାନ କରି ଯୁବଶକ୍ତି ମାଧ୍ୟମରେ ରାଜ୍ୟର ପ୍ରଗତି ନିମନ୍ତେ ରାଜ୍ୟ ସରକାର ରାଜ୍ୟ ଯୁବନୀତି ପ୍ରଣୟନ କରିଛନ୍ତି । ମହିଳା ଏବଂ ଯୁବତୀମାନଙ୍କୁ ସଶକ୍ତିକରଣ କରାଇବା ଏବଂ ରାଜ୍ୟର ବିକାଶରେ ସେମାନଙ୍କୁ ସାମିଲ କରିବା ଲକ୍ଷ୍ୟରେ ରାଜ୍ୟ ବାଳିକା ଓ ମହିଳା ନୀତି ମଧ୍ୟ ପ୍ରଣୟନ କରାଯାଇଛି । ଛାତ୍ରୀମାନଙ୍କୁ ଶିକ୍ଷାର ସର୍ବୋଚ୍ଚ ସୋପାନକୁ ନେବା ତଥା ଶିକ୍ଷା କ୍ଷେତ୍ରରେ ସେମାନଙ୍କୁ ମର୍ଯାଦା ପ୍ରଦାନ କରିବା ଲକ୍ଷ୍ୟନେଇ ରାଜ୍ୟ ସରକାର ଐତିହାସିକ ପଦକ୍ଷେପ ସ୍ୱରୂପ ଓଡିଶାରେ ରମାଦେବୀ ମହିଳା ମହାବିଦ୍ୟାଳୟକୁ ପ୍ରଥମ ଏକକ ମହିଳା ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କର ଏସମସ୍ତ ଛାତ୍ରନିସନ୍ଧିଷôୁ ଯୋଜନା ଏବଂ ଛାତ୍ରଶକ୍ତି ମାଧ୍ୟମରେ ଓଡିଶାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଆଦି ବିଭିନ୍ନ ବିଷୟ ଏହି ସମାବେଶରେ ରାଜ୍ୟର ଛାତ୍ରସମାଜକୁ ଅଭିମନ୍ତ୍ରିତ କରାଯିବାର ଉଦେ୍ଧଶ୍ୟ ରହିଛି ।

Share in top social networks!