ପ୍ରତିବର୍ଷ ମାର୍ଚ୍ଚ ମାସ ୧୧ ତାରିଖଟିକୁ ‘ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ’ ହିସାବରେ ପାଳନ କରିବାକୁ ପ୍ରସ୍ତାବ

Odia_bhasa ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଅର୍ଜନ ପରିପ୍ରେକ୍ଷୀରେ ପ୍ରତିବର୍ଷ ମାର୍ଚ୍ଚ ମାସ ୧୧ ତାରିଖଟିକୁ “ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ’ ହିସାବରେ ପାଳନ କରିବାକୁ ପ୍ରସ୍ତାବ ଦିଆଯାଇଛିା ଓଡ଼ିଆ ଭାଷାର ଶାସ୍ତ୍ରୀୟତା ପରିପ୍ରେକ୍ଷୀରେ ପରବର୍ତ୍ତୀ କାର୍ଯ୍ୟକ୍ରମ ନିମନ୍ତେ ଗଠିତ ପରାମର୍ଶଦାତା ବୈଠକରେ ଏହି ମର୍ମରେ ଆଲୋଚନା କରାଯାଇଛିା
ଆଜି ଅପରାହ୍ନରେ ସଚିବାଳୟସ୍ଥ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଥ#ଲାା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ବୈଠକରେ ଅଧ୍ୟକ୍ଷତା କରିଥ#ଲୋ ଓଡ଼ିଆ ଭାଷା ସମ୍ପର୍କିତ ଏକ କେନ୍ଦ୍ରୀୟ ପ୍ରତିଷ୍ଠାନ ରାଜ୍ୟରେ ପ୍ରତିଷ୍ଠା କରିବା ପାଇଁ କମିଟି ଦେଇଥ#ବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥ#ଲାା ଏହା ବ୍ୟତୀତ କେନ୍ଦ୍ର ସରକାର ବଜେଟ୍ରେ ଅଧ#କ ଅର୍ଥ ବରାଦ କରିବା ପାଇଁ ଅନୁରୋଧ କରାଯିବାକୁ ସ୍ଥିର କରାଗଲାା କେନ୍ଦ୍ରୀୟ ପ୍ରତିଷ୍ଠାନ ଓ ଶାସ୍ତ୍ରୀୟତା ସମ୍ପର୍କିତ ବିଭିନ୍ନ କାର୍ଯ୍ୟର ସଂଯୋଜନା ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀରେ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ (ସେଲ୍) ଖୋଲାଯିବା ଉପରୋକ୍ତ ପ୍ରସଙ୍ଗରେ ସଂସ୍କୃତି ବିଭାଗ ପକ୍ଷରୁ କମିଟିର ପ୍ରତିନିଧ# ଦଳ ତାମିଲନାଡୁ ଓ କେରଳ ଯାଇ ବ୍ୟବସ୍ଥା ଅନୁଧ୍ୟାନ କରିବାକୁ ସ୍ଥିର କରାଗଲାା
ବୈଠକ ଆରମ୍ଭରେ ସଂସ୍କୃତି ବିଭାଗ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଉପସ୍ଥିତ ବିଦ୍ୱାନମାନଙ୍କୁ ସ୍ୱାଗତ ଜଣାଇବା ସହିତ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଅର୍ଜନ କ୍ଷେତ୍ରରେ ସମ୍ପୃକ୍ତ ସମସ୍ତଙ୍କ ଅବଦାନ ପାଇଁ କୃତଜ୍ଞତା ଜଣାଇଥ#ଲୋ
ବୈଠକରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଶ୍ରୀ ସାତକଡିି ହୋତା, ଭାଷାବିଜ୍ଞାନୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ଜ୍ଞାନପୀଠ ବିଜେତା ଡ. ପ୍ରତିଭା ରାୟ, ପ୍ରସିଦ୍ଧ ସାହିତି୍ୟକ ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟ, ଡ. ଗୌରହରି ଦାସ, ଡ, ଖଗେଶ୍ୱର ମହାପାତ୍ର, ପ୍ରଫେସର ରାଜକିଶୋର ମିଶ୍ର, ଡ. ବସନ୍ତ କୁମାର ପଣ୍ଡା, ଡ. କୈଳାସ ଚନ୍ଦ୍ର ଟିକାୟତ ରାୟ, କବି ଅଶ୍ୱିନୀ କୁମାର ମିଶ୍ର, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡ. ଦେବେନ୍ଦ୍ର ନାଥ ଜେନା, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ସୁଶୀଲ କୁମାର ଦାସ, ଓଡ଼ିଶା ସାହିତ୍ୟ ଏକାହେମୀ ସଚିବ ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର ଓ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରତିନିଧ# ହାଡିବନ୍ଧୁ ସିଂହ ସର୍ଦ୍ଦାର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥ#ଲୋ
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ପରାମର୍ଶଦାତା କମିଟି ଗତବର୍ଷ ଅଗଷ୍ଟ ମାସରେ ଗଠିତ ହେବା ପରେ ନଭେମ୍ବର ମାସରେ ବୈଠକ ବସି ଓଡ଼ିଆ ଭାଷା କେନ୍ଦ୍ରୀୟ ପ୍ରତିଷ୍ଠାନ ନିମନ୍ତେ ପ୍ରସ୍ତାବ ଦିଆଯାଇଥ#ଲାା ସେହିପରି ଓଡ଼ିଆ ଭାଷାରେ ଦୁଇଟି ଆନ୍ତର୍ଜାତିକ ପୁରସ୍କାର ପ୍ରଦାନ ବ୍ୟବସ୍ଥା ସାଙ୍ଗକୁ କୋରାପୁଟ ସମେତ ଦେଶର ଅନ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥ#ଲାା

Share in top social networks!