ଧଉଳି ଶାନ୍ତି ସ୍ତୂପରେ ଖୁବ୍ ଶିଘ୍ର ରୋପ୍ ୱେ ହେବ

dhauliବୌଦ୍ଧ ପୀଠ ଧଉଳି ଶାନ୍ତି ସ୍ତୂପରେ ଖୁବ୍ ଶିଘ୍ର ରୋପ୍ ୱେ ବ୍ୟବସ୍ଥା କାର୍ଯ୍ରକାରୀ ହେବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛିା ଆଜି ପୂର୍ବାହ୍ନରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଚିବାଳୟସ୍ଥିତ ତାଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ମର୍ମରେ ଆଲୋଚନା ହୋଇ ପର୍ଯ୍ୟଟକମାନଙ୍କୁ& ଆକୃଷ୍ଟ କରିବା ନିମନ୍ତେ ଧଉଳିର ଉନ୍ନତିକରଣ ପାଇଁ ସ୍ଥିର କରାଯାଇଛିା
ବିଭିନ୍ନ ସ୍ଥାନରେ ଆସୁଥିବା ଘରୋଇ ଓ ବିଦେଶୀ ପର୍ଯ୍ୟଟକମାନଙ୍କ ସୁବିଧା ଦୃଷ୍ଟିରୁ ଧଉଳିଠାରେ ଥିବା ରାଜ୍ୟ ସେତୁ ନିର୍ମାଣ ନିଗମର ଚେକ୍ ଗେଟ୍ଟିକୁ ଉଠାଇ ଦେବା ପାଇଁ ସ୍ଥିର କରାଯାଇଛିା ଧଉଳି କ୍ଷେତ୍ର ମଧ୍ୟକୁ ସୁରକ୍ଷା ଦୃଷ୍ଟିରୁ ଭାରିଯାନ ଚଳାଚଳ ବନ୍ଦ କରିବାକୁ କମିଶନରେଟ୍ ପୋଲିସ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛିା ଅନ୍ୟ ପକ୍ଷରେ ଧଉଳିର ପାଦଦେଶରୁ ଉପର ପର୍ଯ୍ୟନ୍ତ ହାଲୁକା ଚାରିଚକିଆ ଯାନ ଚଳାଚଳ କରିପାରିବ ବୋଲି ବୈଠକରେ କୁହାଯାଇଛିା
ଧଉଳି ପୀଠର ଉନ୍ନତିକରଣ ନିମନ୍ତେ ଅଧିକ ଜମି ଅଧିଗ୍ରହଣର ଆବଶ୍ୟକତା ଉପଲବ୍ଧି କରାଯାଇ ସେ ବାବଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତିା ସମଗ୍ର ଶାନ୍ତିସ୍ତୂପ ଓ ପରିବେଷ୍ଟନୀକୁ ଆଲୋକସଜ୍ଜାରେ ଆକର୍ଷଣୀୟ କରାଯିବା ସହିତ ସେଠାରେ ଥିବା ଭିତ୍ତିଭୂମିର ପରିଚାଳନା ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛିା ଇତସ୍ତତ ଭାବରେ ରହିଥିବା ଉଠା ଦୋକାନଗୁଡିକୁ ବ୍ୟବସ୍ଥିତ କରାଯାଇ ସେଠାରେ ଏକ ମାର୍କେଟ କମ୍ପ୍ଲେକ୍ସର ବନ୍ଦୋବସ୍ତ କରିବାକୁ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତିା
ଏହି ବୈଠକରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡ. ଅରବିନ୍ଦ ପାଢୀ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ସାହୁ, ପୂର୍ତ୍ତ ବିଭାଗ ସଚିବ ଇଂ ନଳିନୀ ପ୍ରଧାନ, ଡେପୁଟି ପୁଲିସ୍ କମିଶନର ସତ୍ୟବ୍ରତ ଭୋଇ, ପରିବହନ ବିଭାଗ ଡେପୁଟୀ କମିଶନର ମନୋରଞ୍ଜନ ଲୋଧାଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧ#କାରୀମାନେ ଉପସ୍ଥିତ ଥିଲୋ

Share in top social networks!