ଜାନୁଆରୀ ୧୮ରୁ ୨୨ ଭୁବନେଶ୍ୱରଠାରେ ଇଣ୍ଡିଆନ୍ ରୋଡସ୍ କଂଗ୍ରେସର ପ୍ଲାଟିନମ୍ ଅଧିବେଶନ

ଇଣ୍ଡିଆନ୍ ରୋଡସ୍ କଂଗ୍ରେସର ପ୍ଲାଟିନମ୍ ଜୁବିଲି ଅଧିବେଶନ ଜାନୁଆରୀ ୧୮ ତାରିଖ ଠାରୁ ୨୨ ତାରିଖ ଯାଏ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେଉଥ#ବା ପରିପ୍ରେକ୍ଷୀରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛିା ପାଞ୍ଚଦିନ ବ୍ୟାପୀ ଏହି ରୋଡସ୍ କଂଗ୍ରେସ ସ୍ଥାନୀୟ ଜନତା ମଇଦାନ ପ୍ରାଙ୍ଗଣରେ ଅନୁଷ୍ଠିତ ହେବା ଜାନୁଆରୀ ୧୯ ତାରିଖ ପୂର୍ବାହ୍ନ ଘ.୧୦.୩୦ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ପରିବହନ, ରାଜପଥ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନୀତିନ ଗଡକରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଶୀର୍ଷ ଅଧିବେଶନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛିା ଏହି ଉପଲକ୍ଷେ ଆୟୋଜିତ ଏକ ବୈଷୟିକ ପ୍ରଦର୍ଶନୀକୁ ୧୮ ତାରିଖ ଅପରାହ୍ନ ୪ ଘଟିକା ସମୟରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ବଦ୍ରିନାରାୟଣ ପାତ୍ର ଉଦ୍ଘାଟନ କରିବୋ
୧୯୩୪ ମସିହାରେ ଗଠିତ ହୋଇଥ#ବା ଇଣ୍ଡିଆନ୍ ରୋଡସ୍ କଂଗ୍ରେସ ଏହା ପୂର୍ବରୁ ୧୯୮୨, ୧୯୯୪ ଏବଂ ୨୦୦୫ ମସିହାରେ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥ#ବା ବେଳେ ୭୫ତମ ବାର୍ଷିକ ଅଧିବେଶନ ଓ ପ୍ଲାଟିନମ୍ ଜୁବିଲି ଭୁବନେଶ୍ୱର ଠାରେ ଆୟୋଜନ କରାଯାଉଥ#ବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇ ଅଧିବେଶନକୁ ସଫଳ କରାଯିବା ପାଇଁ ପଦକ୍ଷେପ ନିଆଯାଇଛିା ଆଜି ଅପରାହ୍ନରେ ସ୍ୱରାଷ୍ଟ୍ର ବିଭାଗର ପ୍ରମୁଖ ଶାସନ ସଚିବ ସି.ଜେ ଭେନୁଗୋପାଳ, ପୂର୍ତ୍ତ ସଚିବ ନଳିନୀ କାନ୍ତ ପ୍ରଧାନ, ପୁଲିସ୍ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ବରିଷ୍ଠ ଅଧ#କାରୀମାନେ ଜନତା ମଇଦାନ ପରିସରରେ ସମସ୍ତ ଆୟୋଜନକୁ ବୁଲି ଦେଖ#ଥ#ଲୋ ସାରା ଦେଶରୁ ୩୦୦୦ରୁ ଊ–ର୍ ଇଞ୍ଜିନିୟର ଏବଂ ବିଦେଶରୁ ବୈଷୟିକ ବିଶେଷଜ୍ଞମାନେ ଏଥ#ରେ ଯୋଗଦେଉଛନ୍ତିା ଏଥ# ନିମନ୍ତେ ପୁଲିସ କମିଶନରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛିା
ପାଞ୍ଚ ଦିନିଆ ରୋଡସ୍ କଂଗ୍ରେସର ବୈଷୟିକ ଅଧିବେଶନଗୁଡିକରେ ରାସ୍ତା ନିର୍ମାଣରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ବିଶଦ ଆଲୋଚନା କରାଯିବା ଏହି ଅବସରରେ ଓଡ଼ିଶାରେ ପ୍ରଚୁର ପରିମାଣରେ ଉପଲବ୍ଧ ଇସ୍ପାତ୍ କାରଖାନାର ସ୍ଲାଗ୍, ତାପଜ ବିଦୁ୍ୟତ କେନ୍ଦ୍ରରୁ ନିର୍ଗତ ଫ୍ଲାଇ ଆସ୍ ଏବଂ ଅନ୍ୟାନ୍ୟ ବର୍ଜର୍୍ୟବସ୍ତୁକୁ ଉପଯୋଗ କରି କିପରି ଉନ୍ନତମାନର ରାସ୍ତା ନିର୍ମାଣ କରାଯାଇପାରିବ ସେଥ# ନିମନ୍ତେ ଅଧିବେଶନରେ ସ୍ୱତନ୍ତ୍ର ଆଲୋଚନାରେ ଗୁରୁତ୍ୱ ଦିଆଯିବା ରାସ୍ତା ଦୁର୍ଘଟଣାକୁ ହ୍ରାସ କରିବା ନିମନ୍ତେ ରାସ୍ତା ନିର୍ମାଣର ଶୈଳୀରେ ଆବଶ୍ୟକ ପରିବର୍ତ୍ତନ ସମ୍ପର୍କରେ ବିଶେଷ ଭାବରେ ଆଲୋଚନା କରାଯିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛିା ଏଥ# ସହିତ ନିର୍ମାଣ କରାଯାଉଥ#ବା ରାସ୍ତାର ସମସ୍ତ ତଥ୍ୟକୁ କିପରି କମ୍ପୁ୍ୟଟର ଡାଟାବେସ୍ ମାଧ୍ୟମରେ ଉପଯୋଗ କରି ରାସ୍ତାଗୁଡିକର ସୁପରିଚାଳନା ଓ ଆବଶ୍ୟକ ମରାମତି ଆଦି କରାଯାଇ ପାରିବ ସେ ଉପରେ ଅଧିବେଶନରେ ଆଲୋଚନା କରାଯିବା ଇଣ୍ଡିଆନ୍ ରୋଡସ୍ କଂଗ୍ରେସ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଘଟିକା ଠାରୁ ଆରମ୍ଭ ହେଉଥ#ବା ବେଳେ ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବା

Share in top social networks!