ବିଜୁ ଛାତ୍ର ଜନତା ନେତାଙ୍କ ଦାଦାଗିରି ଏବିଭିବି ଛାତ୍ର ନେତାଙ୍କୁ ମାଡ଼, ପୁଲିସ୍ ନିଷ୍କ୍ରିୟ, ଅପରାଧୀଙ୍କୁ ଗିରଫ ପାଇଁ ବିଜେପିର ଦାବି

10924741_1563909887159356_83656246579231082_nବିଜେଡ଼ିକୁ ଏବେ ବିଜେପି ଭୟ ଘାରିଛି । ବିଜେପିର କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତା ଏବେ ବିଜେଡ଼ି ନେତାଙ୍କୁ ଚିନ୍ତାରେ ପକାଇ ଦେଇଥିବାବେଳେ ପୁରୁଣା କାଳିଆ କଂଗ୍ରେସ ନେତାଙ୍କ ଫର୍ମୁଲା ଆପଣାଉଥିବାର ନଜିର ସୃଷ୍ଟି ହୋଇଛି । ବାହୁବଳ ଲଗାଇ ବିଜେପି ନେତା ଓ ଛାତ୍ରନେତାଙ୍କୁ ଦମନ ପାଇଁ ବିଜେଡ଼ି ଉଦ୍ୟମ କରୁôଥବା ଦେଖିବାକୁ ମିଳୁଛି । ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଖାସ୍ ଅନୁଗତ ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଆନନ୍ଦପୁର କଲେଜର ଏବିଭିପି ନେତା ଓ ସଭାପତି ସିପୁନ୍ ଦାସଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି । ଏବେ ସେ କଟକ ବଡ଼ ମେଡ଼ିକାଲ କଲେଜରେ ଚିକିତ୍ସାଧୀନ ଥିବାବେଳେ ବିଜେପିର ଏକ ରାଜ୍ୟସ୍ତରୀୟ ପ୍ରତିନିଧି ଦଳ ତାଙ୍କୁ ଭେଟିବା ସହ ଘଟଣାର କଡ଼ା ନିନ୍ଦା କରିଛନ୍ତି ।

ଏସମ୍ପର୍କରେ ବିଜେପି ମୁଖପାତ୍ର ସମୀର ମହାନ୍ତି କହିଛନ୍ତିଯେ, ଗୋଟିଏ ପଟେ ବିଜୁ ଛାତ୍ର ଜନତା ଛାତ୍ର ସମ୍ମେଳନ ଆୟୋଜନ କରିଥିବାବେଳେ ଅପରପକ୍ଷରେ ବିଜୁ ଛାତ୍ର ଜନତା ନେତାମାନେ ଅନ୍ୟ ଛାତ୍ରନେତାଙ୍କୁ ମାଡ଼ ମାରି ଭିନ୍ନ ବାର୍ତା ଦେଇଛନ୍ତି । ଗତ ୧୫ ତାରିଖ ଦିନ ଏବିଭିପି ଛାତ୍ର ନେତାଙ୍କୁ ବିଜେଡ଼ି ଛାତ୍ର ନେତାମାନେ ମାଡ଼ ମାରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ନିଦେ୍ର୍ଧଶରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନନେଇ ଚୁପ୍ ହୋଇ ବସିଛି । ଏନେଇ ଆନନ୍ଦପୁର କଲେଜର ଛାତ୍ରଛାତ୍ରୀମାନେ ରାସ୍ତାରୋକ୍ କରିଥିବାବେଳେ ଗତ ଦୁଇଦିନ ଧରି ଶ୍ରେଣୀ ବର୍ଜନ ଜାରି ରଖିଛନ୍ତି । ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ଏକ ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଆଜି ଘସିପୁରାର ବିଜେପି ନେତା ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ସଜ୍ଜନ ଶର୍ମା, ବିନୋଦ ଦାସ, ନୟନ କିଶୋର ମହାନ୍ତି, ସିକନ୍ଦର ଅଲ୍ଲୀ, ବିଜେପି କଟକ ନଗର ଜିଲା ସଭାପତି ସ୍ୱପ୍ନେଶ୍ୱର ଦାସ ଓ ଘସିପୁରାର ଯୁବ ନେତା ଅଖିଳ ବିଶ୍ୱାଳ ପ୍ରମୁଖ କଟକ ବଡ଼ ମେଡ଼ିକାଲ ଯାଇ ଆହତ ଛାତ୍ରଙ୍କୁ ଭେଟିଥିଲେ । ଏହି ଘଟଣାରେ ତୁରନ୍ତ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସଂପୃକ୍ତ ବିଜେଡ଼ି ଛାତ୍ରନେତାଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି । ଏହାଛଡ଼ା ଆହତ ଛାତ୍ରଙ୍କୁ ରାଜ୍ୟ ସରକାର ଚିକିତ୍ସା ସୁବିଧା ଓ ସହାୟତା ପ୍ରଦାନ କରିବାକୁ ବିଜେପି ପ୍ରତିନିଧି ଦଳ ଦାବି କରିଛନ୍ତି ।

Share in top social networks!