୯ମ ଜାତୀୟ ପ୍ରାମାଣିକ ଚଳଚ୍ଚିତ୍ର ମହୋତ୍ସବର ଆଜି ହେଉଛି ୨ୟ ଦିନ

nanditaରାଜଧାନୀ ଭୁବନେଶ୍ୱରରେ ଜେଡିସିଏ ତରଫରୁ ୧୬ ତାରିଖରୁ ଆରମ୍ଭ ହୋଇଥିବା ୯ମ ଜାତୀୟ ପ୍ରାମାଣିକ ଚଳଚ୍ଚିତ୍ର ମହୋତ୍ସବର ଆଜି ହେଉଛି ୨ୟ ଦିନ । ଯାହାକି ଉତ୍ସାହର ସହିତ ପାଳିତ ହୋଇଯାଇଛି । ଜାତୀୟ ପୁରସ୍କାର ପ୍ରାପ୍ତ ସୁବାସ୍ ଦାସ୍ଙ୍କ ନିଦେ୍ର୍ଧଶିତ ପ୍ରମାଣିକ ଚଳଚ୍ଚିତ୍ର ଫକୀର ମୋହନର ପରିବେଷଣରୁ ଆଜିର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଚଳଚ୍ଚିତ୍ରଟି ବ୍ୟାସକବି ଫକୀର ମୋହନଙ୍କ ବାଲ୍ୟ ଜୀବନ ଉପରେ ପର୍ଯ୍ୟବେଶିତ ଥିଲା । ଏହି ଚଳଚିତ୍ର ୩୪ମିନିଟ୍ର ଥିଲା ।

ପରେ ସୁଶାନ୍ ସୋଲୀନ୍ଙ୍କ ୧୩ ମିନିଟର ଚଳଚିତ୍ର “ସାଜିଆ ସିକନ୍ଦର” ପରିବେଷିତ ହୋଇଥିଲା । ପରେ ପ୍ରଖ୍ୟାତ ଆନିମେସନ୍ ଚଳଚିତ୍ର ନିର୍ମାତା ଗୀତାଞ୍ଜଳି ରାଓଙ୍କ “ପ୍ରିଣ୍ଟେଡ୍ ରେନ୍ବୋ” ଓ “ବ୍ଲୁ” ପ୍ରଦର୍ଶିତ ହୋଇଥିଲା । ତାଙ୍କ ଦ୍ୱାରା ନିର୍ମିତ ଆଉ ଦୁଇଟି ପ୍ରେମ
କୈ÷ନ୍ଦ୍ରିକ ଚଳଚ୍ଚିତ୍ର୍ର ପ୍ରଦର୍ଶିତ ହୋଇଥିଲା । ସେ ଦର୍ଶକମାନଙ୍କୁ ତାଙ୍କ ନିର୍ମିତ ଚଳଚ୍ଚିତ୍ର ସମ୍ବନ୍ଧରେ କହିବା ସହ ଏହି ଦିଗ ପ୍ରତି କିପରି ଅନୁପ୍ରାଣିତ ହୋଇଥିଲେ ସେ ସମ୍ବନ୍ଧରେ କହିଥିଲେ ।

ମଧ୍ୟାହ୍ନ ଭୋଜନ ପରେ ଚଳଚ୍ଚିତ୍ର ନିର୍ମାତା ନନ୍ଦନ ସକ୍ସେନା ଓ କବିତା ବେହଲ୍ଙ୍କ ଦ୍ୱାରା ଏକ ଚଳଚ୍ଚିତ୍ର ନିର୍ମାଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସେ ଫଟୋଗ୍ରାଫି ସମ୍ବନ୍ଧରେ କିଛି ବିଶେଷ ତଥ୍ୟ ଉପସ୍ଥାପନା କରଥିଲେ । ଫଟୋ ଉତ୍ତୋଳନ ସମୟରେ କେଉଁ କେଉଁ ବିଷୟ ପ୍ରତି ଅଧିକ ଧ୍ୟାନ ଦିଆଯିବା ଦରକାର ସେହି ସମ୍ବନ୍ଧରେ କହିଥିଲେ । କମ୍ ପଇସାରେ ସମସ୍ତେ କିପରି ଜଣେ ଜଣେ ଚଳଚ୍ଚିତ୍ର ନିର୍ମାତା ହୋଇପାରିବେ, ସେ ସମ୍ବନ୍ଧରେ ଆଲୋଚନା କରିଥିଲେ । ନନ୍ଦନ ସକ୍ସସେନା ଓ କବିତା ବେହଲ୍ଙ୍କ ଦ୍ୱାରା ନିର୍ମିତ
ଏକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା ଯାହାକି ଜାତୀୟ ପୁରସ୍କାର ପ୍ରାପ୍ତ ଅଟେ । ଏଥି ସହ ପ୍ରଦ୍ମଶ୍ରୀ ସୁଦର୍ଶନ ସାହୁ ଯିଏକି ପ୍ରଖ୍ୟାତ ସ୍ଥାପତ୍ୟ ଶିଳ୍ପୀ କିଛି ଛାତ୍ରଛାତ୍ରୀଙ୍କ ସହ ଏକ ଆଲୋଚନା ଚକ୍ର “ଅନ୍ତରଙ୍ଗ” ଅନୁଷ୍ଠିତ କରିଥିଲେ । ଜେଡିସିଏ ଦ୍ୱାରା ଅନୁଷ୍ଠିତ ହେଉଥିବା ଏହି ଉତ୍ସବକୁ ପ୍ରଶଂସା କରିବା ସହ ଓଡିଶାର ପ୍ରାଚୀନ କଳା ସ୍ଥାପାତ୍ୟର ଉନ୍ନତୀକରଣରେ ଏହିପରି ଉତ୍ସବ ଆୟୋଜନର ବହୁ ଆବଶ୍ୟକ ରହିଛି ବୋଲି କହିଥିଲେ । ଏହି ମହୋତ୍ସବରେ ପ୍ରମାଣିକ ଚଳଚ୍ଚିତ୍ର୍ର ପ୍ରଦର୍ଶନ ହେବା ସହ ବାହାରେ କିଛି ଷ୍ଟଲ ପଡିଥିଲା । ଯେଉଁଥିରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ନିଜର ହସ୍ତ ନିର୍ମିତ ସାମଗ୍ରୀ ନେଇ ଆସିଥିଲେ ।

ଏମାନଙ୍କ ମଧ୍ୟରେ ଥିଲେ କଟକରୁ ଆସିଥିବା ରମେଶ ବେହେରା ଯିଏକି ନିଜର ହସ୍ତ ତିଆରି ତାରକାସୀରେ ନିର୍ମିତ ସାମଗ୍ରୀ ନେଇ ଆସିଥିଲେ । ସେ ଏହି କାର୍ଯ୍ୟକୁ ପ୍ରାଯ ୪୮ ବର୍ଷ ହେଲାଣି କରି ଆସୁଛନ୍ତି । ଇଂରେଜ ଶାସନ କାଳରୁ ତାଙ୍କ ପରିବାର ଏହି କାର୍ଯ୍ୟ କରି ଆସୁଛନ୍ତି ବୋଲି ସେ କହିଥିଲେ । ଅନ୍ୟ ଜଣେ ଢେଙ୍କାନାଳରୁ ଆସିଥିବା ହସ୍ତଶିଳ୍ପୀ କାରିଗର ଅଲେଖ ମହାରଣା ଯିଏକି ପିତଳ ଧାତୁରେ ବିଭିନ୍ନ ନିର୍ମିତ ଘରକରଣା ସାମଗ୍ରୀ ନେଇ ଆସିଥିଲେ । ଜେଡିସିଏର ଏହି ପ୍ରୟାସ ସେମାନଙ୍କ କଳାକୁ ଲୋକଙ୍କ ନିକଟରେ ପହଂଚେଇବାରେ ଏକ ସୁଯୋଗ ପ୍ରଦାନ କରୁଛି ବୋଲି ସେମାନେ କହିଛନ୍ତି ୀ

ସନ୍ଧ୍ୟା ୬ଟାରେ ବିଦିଶା ରାୟ ଦାସଙ୍କ ନିର୍ମିତ ଚଳଚ୍ଚିତ୍ର “ହଇମନ୍ତି” ପରିବେଷିତ ହୋଇଥିଲା । ପରେ ୬ଟା ୩୦ ରେ କେଇସର୍ ଦାସ୍ଙ୍କ ନିର୍ମିତ ଚଳଚ୍ଚିତ୍ର “ଭିଜନ ଅନ୍ଭିଲ୍ଡ”, ଆର୍ ଭରତାଦି୍ରଙ୍କ “ମୋଜର” ପରିବେଷିତ ହୋଇଥିଲା । ପ୍ରଖ୍ୟାତ ଲେଖକ ମନୋଜ ଦାସଙ୍କ
ଉପରେ ନିର୍ମିତ ଏକ ଚଳଚ୍ଚିତ୍ର ମଧ୍ୟ ପରିବେଶିତ ହୋଇଥିଲା ।

ପ୍ରଥମ ଦିନ ପରି ୨ୟ ଦିନ ମଧ୍ୟ ବହୁ ନାମୀଦାମୀ ନିଦେ୍ର୍ଧଶକ, ଲେଖକ, କଳାକାର ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ଥିଲେ ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ଇଲିୟାନା ସୀତୀରିଷ୍ଟ, ଓଡିଆ ଲେଖକ ସୀତାକାନ୍ତ ମହାପାତ୍ର, ଚଳଚ୍ଚିତ୍ରର ନିର୍ମାତା ଅରୁଣା ବାସୁଦେବ,
ଅଭିଜିତ୍ ମୁକୁଳ କିଶୋର ଆଦି ପ୍ରମୁଖ ।

Share in top social networks!