ଯୋଗୀ-ଯୋଗିଆଣୀ ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା

10473769_477336615741001_4825043377897007261_n ନୟାଗଡ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡା ବ୍ଲକ୍ର ଅଁଳାପଟା ଗ୍ରାମ ସନ୍ନିକଟ ଯୋଗୀ-ଯୋଗିଆଣୀ ପୀଠକୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀ ଭାବରେ ଘୋଷଣା କରିଛନ୍ତିା ସେଠାରେ ଏକ ବ୍ୟାଖ୍ୟାନ କେନ୍ଦ୍ର ଖୋଲିବା ନିମନ୍ତେ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛିା
ଉଲ୍ଲେଖଯୋଗ୍ୟ ଯେ, ଯୋଗୀ-ଯୋଗିଆଣୀ ପୀଠରେ ୫ଟି ଐତିହ୍ୟସମ୍ପନ୍ନ ବୁଦ୍ଧମୂର୍ତ୍ତି ରହିଛିା ଏସବୁ ୧୦୦୦ ଖ୍ରୀଷ୍ଟାବ୍ଦର ବୋଲି ଐତିହାସିକମାନେ ମତ ବ୍ୟକ୍ତ କରିଛନ୍ତିା ସଂରକ୍ଷିତ ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଓ ଝରଣା ମୁଖରିତ ଏହି କୀର୍ତ୍ତିପୀଠ ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆକର୍ଷଣ କରିଆସିଛିା

ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଅନନ୍ୟ ଆକର୍ଷଣଭରା ଏହି କୀର୍ତ୍ତିପୀଠକୁ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ଫଳରେ ରାଜ୍ୟରେ ପର୍ଯ୍ୟଟନ ସ୍ଥଳୀ ସଂଖ୍ୟା ୩୪୧ରେ ପହଞ୍ଚ#ଛି ବୋଲି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତିା
ଏଠାରେ ପ୍ରକାଶଯୋଗ୍ୟ ଯୋଗୀ-ଯୋଗିଆଣୀ ପୀଠରେ ପ୍ରତିବର୍ଷ ଜାନୁଆରୀ ମାସରେ ଏକ ପ୍ରସିଦ୍ଧ ମେଳା ଆୟୋଜିତ ହୁଏ ଏବଂ ଏଥ#ରେ ହଜାର ହଜାର ଲୋକ ଯୋଗଦିଅନ୍ତିା ଏପରି ପଦକ୍ଷେପ ଗ୍ରହଣ କରାଯାଇଥ#ବାରୁ ଖଣ୍ଡପଡା ବିଧାୟକ ଶ୍ରୀ ଅନୁଭବ ପଟ୍ଟନାୟକ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଏହି ପୀଠର ସାମଗ୍ରିକ ଉନ୍ନତି ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତିା

Share in top social networks!