ହୋମିଓପାଥ# ଚିକିତ୍ସାର ଅଗ୍ରଗତି ଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ

homieoରାଜ୍ୟରେ ହୋମିଓପାଥ# ଚିକିତ୍ସାର ଅଗ୍ରଗତି ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଗୁରୁତ୍ୱାରୋପ କରିଛନ୍ତିା ସମସ୍ତ ହୋମିଓପାଥ#କ୍ କଲେଜରେ ଅଧ୍ୟକ୍ଷଙ୍କ ସମେତ ଖାଲି ପଡିଥ#ବା ଅନ୍ୟାନ୍ୟ ପଦବୀଗୁଡିକ ପୂରଣ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତିା ଆଜି କେନ୍ଦ୍ରୀୟ ହୋମିଓପାଥ# କାଉନ୍ସିଲ୍ର କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ମିଳିତ ହୋଇ ମନ୍ତ୍ରୀ ଏହି ମର୍ମରେ ଖୁବ୍ ଶିଘ୍ର ସରକାର ହୋମିଓପାଥ# ଚିକିତ୍ସାର ବ୍ୟାପକ ଅଗ୍ରଗତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତିା
ଆଜି ପୂର୍ବାହ୍ନରେ ସଚିବାଳୟସ୍ଥିତ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମନ୍ତ୍ରୀ ଶ୍ରୀ ନାୟକ କେନ୍ଦ୍ରୀୟ ହୋମିଓପାଥ# କାଉନ୍ସିଲ୍ର ସଭାପତି ଡା. ରାମଜୀ ସିଂହଙ୍କ ସମେତ ଅନ୍ୟମାନଙ୍କ ସହ ଆଲୋଚନା କରିଥ#ଲୋ ରାଜ୍ୟରେ ରହିଥ#ବା ସମସ୍ତ ହୋମିଓପାଥ#କ କଲେଜ୍ଗୁଡିକରେ ଖାଲିଥ#ବା ପି୍ରନ୍ସିପାଲ୍ ଓ ରିଡର ପଦବୀ ନିମନ୍ତେ ତୁରନ୍ତ ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନର ସହାୟତା ନିଆଯିବା ସହିତ ପଦୋନ୍ନତି କମିଟି ବୈଠକ ବସି ଅନ୍ୟାନ୍ୟ ପଦବୀଗୁଡିକର ପୂରଣ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଉଲ୍ଲେଖ କରିଥ#ଲୋ ଏହା ବ୍ୟତୀତ ଖୁବ୍ ଶିଘ୍ର ରାଜ୍ୟରେ “ଆୟୁଷ’ ଡାକ୍ତରମାନଙ୍କ ସ୍ଥିତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥ#ଲୋ ରାଜ୍ୟରେ ହୋମିଓପାଥ# ଚିକିତ୍ସା କ୍ଷେତ୍ରରେ ରହିଥ#ବା ଶିକ୍ଷାନୁଷ୍ଠାନଗୁଡିକର ଶୈକ୍ଷିକ ବାତାବରଣର ଉନ୍ନତି ପାଇଁ ସରକାର ପ୍ରଯନ# କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାୟକ ଉଲ୍ଲେଖ କରିଥ#ଲୋ ହୋମିଓପାଥ# ଚିକିତ୍ସା କ୍ଷେତ୍ରରେ ରାଜ୍ୟରେ ଥ#ବା ବ୍ୟବସ୍ଥାକୁ କେନ୍ଦ୍ରୀୟ ସର୍ଭେରେ ୨୦୧୧ ମସିହାରେ ପ୍ରଶଂସା କରାଯାଇଥ#ଲା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିବା ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ପ୍ରତିଷେଧକ ଯୋଜନାରେ ରାଜ୍ୟର ପ୍ରତ୍ୟେକ ହୋମିଓପାଥ#କ କଲେଜ୍ ୫ଟି ଲେଖାଏଁ ଗ୍ରାମରେ କାର୍ଯ୍ୟକ୍ରମ ରୂପାୟିତ କରିବେ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥ#ଲୋ
ଏହି ବୈଠକରେ କେନ୍ଦ୍ରୀୟ ହୋମିଓପାଥ# କାଉନ୍ସିଲ୍ର ଉପସଭାପତି ଡା. ଅରୁଣ ଭାସ୍ମେ, ଓଡ଼ିଶାର ସଦସ୍ୟ ଡା. ଏଲ୍.କେ. ନନ୍ଦ, ଡା. ପି.କେ ଶତପଥୀ, କାଉନ୍ସିଲର ସମ୍ପାଦକ ଡା. ଲଳିତ ବର୍ମା, ଓଡ଼ିଶାର “ଆୟୁଷ’ ନିର୍ଦ୍ଦେଶକ ଡା. ବାସୁଦେବ ବାହିନୀପତି, ଅତିରିକ୍ତ ସଚିବ ବସନ୍ତ ବେହେରା, ରାଜ୍ୟ ହୋମିଓପାଥ#କ ବୋର୍ଡର ସଚିବ ଡା. ସନ୍ତୋଷ ଦାସ, ଡା. ଅଭିନ୍ନ ଚନ୍ଦ୍ର ହୋମିଓପାଥ#କ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ସୂର୍ଯ୍ୟନାରାୟଣ ମିଶ୍ର ଓ ନୋଡାଲ ଅଫିସର ଡା. ପି.ବି ପ୍ରଧାନ ପ୍ରମୁଖ ଉପସ୍ଥିତ ଥ#ଲୋ

Share in top social networks!