କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଜନଜାତି ଖାଦ୍ୟ ମହୋତ୍ସବକୁ ଉଦ୍ଘାଟନ କଲେ

tribalfoodfestଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଟ୍ରାଇଫେଡ଼ ଦ୍ୱାରା ରାଜଧାନୀ ଦିଲ୍ଲୀ ଠାରେ ପ୍ରଥମ ଥର ପାଇଁ ଏକ
ଅନନ୍ୟ ଆଦିବାସୀ ଖାଦ୍ୟ ମହୋତ୍ସବ-୨୦୧୫ର ୧୬ ଜାନୁୟାରୀ ରୁ ଆରମ୍ଭ ହୋଇ ୧୯ ଜାନୁୟାରୀ ପର୍ଯ୍ୟନ୍ତ ରାଜୀବ ଗାନ୍ଧୀ ହସ୍ତଶିଳ୍ପ ଭବନ ଠାରେ ଆୟୋଜିତ ହେଉଅଛି । ଏହି ମହୋତ୍ସବକୁ ଆଜି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିଥିଲେ ।

ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ହିମାଚଂଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର , ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ଉତରାଖଣ୍ଡ ଏବଂ ପୂର୍ବାଚଂଳ ରାଜ୍ୟ ଗୁଡ଼ିକରୁ ଆସିଥିବା ରୋଷେୟା (ଖାମ୍ସାମା) ପାରମ୍ପରିକ ମନପସନ୍ଦର ସ୍ୱାଦିଷ୍ଟ ଉକ୍ରୁଷ୍ଟ ବ୍ୟଞ୍ଜନ ଭୋଜନ
ପ୍ରସ୍ତୁତ କରି ଏହି ଶୀତ ଦିନରେ ଦିଲ୍ଲୀର ଖାଦ୍ୟପ୍ରେମୀ ତଥା ବାହାରୁ ଆସିଥିବା ପର୍ଯ୍ୟଟକମାନଙ୍କୁ ଖାଦ୍ୟ ପରିବେଷଣ କରିବେ । ଏହି ମହୋତ୍ସବର ମୁଖ୍ୟ ଉଦେ୍ଧଶ୍ୟ ଦିଲ୍ଲୀର ଖାଦ୍ୟପ୍ରେମୀ ଏବଂ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କୁୁ ଆଦିବାସୀ ବିଭିନ୍ନ ବ୍ୟଞ୍ଜନ ବିଷୟରେ ପରିଚିତ କରାଇବା ସହିତ ଆଦିବାସୀମାନଙ୍କର ଆୟ ପନ୍ଥା ସୃଷ୍ଟି କରିବା । ବିଭିନ୍ନ ପ୍ରକାର ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ଦ୍ୱାରା ଆପାୟିତ କରିବା ପାଇଁ ଦିଲ୍ଲୀର କିଛି ବିଶିଷ୍ଟ ବ୍ୟକ୍ତି ଏବଂ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଖାଦ୍ୟପ୍ରେମୀମାନଙ୍କ ପାଇଁ ଏହା ଏକ ଅନ୍ୟନ୍ୟ ସୁଯୋଗ ଯାହା ଦ୍ୱାରାକି ଆଦିବାସୀମାନଙ୍କ ପାରମ୍ପରିକ ଖାଦ୍ୟ ଓ ଏହାର ସ୍ୱାଦ ପ୍ରତି ଉଦ୍ଧିଷ୍ଟ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କେତେକ ଷ୍ଟଲ ପରିଦର୍ଶନ କରି ବିଭିନ୍ନ ରାଜ୍ୟରୁ ଆସିଥିବା ରୋଷେୟା (ଖାମସାମା) ମାନଙ୍କ ସହ କଥାବାର୍ତା କରିଥିଲେ ଏବଂ ଏହି ଖାଦ୍ୟ ମହୋତ୍ସବକୁ ପ୍ରସଂଶା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ
ଶ୍ରୀ ମନସୁଖ ଭାଇ ବସୱା ଏବଂ ଟ୍ରାଇଫେଡ଼ର ପରିଚାଳନା ନିଦେ୍ର୍ଧଶକ ଶ୍ରୀ କେ.ବି.ଏସ୍. ସିଦ୍ଧୁ ଉପସ୍ଥିତ ରହିଥିଲେ । ଏହି ମହୋତ୍ସବରରେ ବହୁ ସଂଖ୍ୟାରେ ଉତ୍ସୁକ ଖାଦ୍ୟପ୍ରେମୀ ଯୋଗଦେଇ ନୂତନ ପ୍ରକାରର ଖାଦ୍ୟର ମଜା ଉଠାଇଥିଲେ ।

Share in top social networks!