HDFC Bank ଭୁବନେଶ୍ୱରରେ ଏହାର ୧୩ତମ ଶାଖାର ଉଦ୍ଘାଟନ କରିଛି

hdfccଏଚ୍ଡିଏଫ୍ସି ବ୍ୟାଙ୍କ ଲି. ଏହାର ଏକ ନୂତନ ଶାଖାକୁ କିଟ୍ ୟୁନିଭର୍ସିଟି, ଭୁବନେଶ୍ୱରଠାରେ ଉଦ୍ଘାଟନ କରିଛି । ଏହି ନୂତନ ଶାଖାଟି ସ୍ଥାନୀୟ ଲୋକଙ୍କୁ ବିଶ୍ୱ-ଶ୍ରେଣୀୟ ବ୍ୟାଙ୍କିଂ ସୁବିଧା ପ୍ରଦାନ କରିବ । ଏହି ଶାଖାକୁ ମିଶାଇ ବର୍ତ୍ତମାନ ସହରରେ ୧୩ଟି ଶାଖା ରହିଛି । ଏହି ନୂତନ ଶାଖାଟି କିଟ୍ ୟୁନିଭର୍ସିଟିର, କ୍ୟାମ୍ପସ-୩ରେ ରହିଛି । ଏହା ସପ୍ତାହକୁ ଛଅ ଦିନ ଖୋଲା ରହିବ ତଥା ଲୋକମାନଙ୍କୁ ସେମାନଙ୍କର ସୁବିଧା ଅନୁଯାୟୀ ସେବା ପ୍ରଦାନ କରିବ ।
ଏହି ନୂତନ ଶାଖାଟି ଶ୍ରୀ ଦେବାଶିସ୍ ସେନାପତି, ଜୋନାଲ୍ ହେଡ୍, ଶ୍ରୀଯୁକ୍ତ ଅର୍ଜୁନନ୍ଦ ବାଘ, କ୍ଲଷ୍ଟର ହେଡ୍, ଓ ସୌଭାଗ୍ୟ ମଂଜରୀ ସାହୁ, ଶାଖା ପ୍ରବନ୍ଧକଙ୍କ ଉପସ୍ଥିତିରେ କିଟ୍ ୟୁନିଭର୍ସିଟିର ପ୍ରତିଷ୍ଠାତା ଡ. ଅଚୁ୍ୟତ ସାମନ୍ତଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା ।
ଏହି ନୂତନ ଶାଖାର ଉଦ୍ଘାଟନ ଅବସରରେ ଶ୍ରୀଯୁକ୍ତ ଦେବାଶିଷ୍ ସେନାପତି, ଜୋନାଲ୍ ହେଡ୍, ଏଚ୍ଡିଏଫ୍ସି ବ୍ୟାଙ୍କ କହିଥିଲେ ଯେ ଆମର ବ୍ୟାପକ ବ୍ୟାଙ୍କିଂ ନେଟ୍ୱର୍କ ସାରା ଓଡ଼ିଶାରେ ବ୍ୟାଙ୍କିଂ ସେବା ପ୍ରଦାନ କରିବାର ପ୍ରତିଶୃତିକୁ ପୁଣିଥରେ ଦୋହରାଇଛି । ଏହା ସହିତ ଆମେ ଆମର ଗ୍ରାହକଙ୍କର ଆହୁରି ନିକଟତର ହୋଇପାରିଛୁ ଓ ସେମାନଙ୍କୁ ଉନ୍ନତମାନର ବ୍ୟାଙ୍କି ସେବା ଯୋଗାଇ ଦେଉଛୁ ।
ଏହି ଶାଖାର ଶୁଭାରମ୍ଭ ସହିତ ବର୍ତ୍ତମାନ ଓଡ଼ିଶାରେ ଏହାର ୯୯ଟି ଶାଖା ରହିଛି । ସେପ୍ଟେମ୍ବର ୩୦, ୨୦୧୪ ସୁଦ୍ଧା ବ୍ୟାଙ୍କ ଡିଷ୍ଟି୍ରବୁ୍ୟସନ ନେଟ୍ୱର୍କରେ ୨୨୭୨ ଟି ସହର/ଟାଉନ୍ରେ ୩୬୦୦ଟି ଶାଖା ଓ ୧୧୫୧୫ଟି ଏଟିଏମ୍ ରହିଛି । ଜାତୀୟ ସ୍ତରରେ ବ୍ୟାଙ୍କର ୫୬% ଶାଖା ଅର୍ଦ୍ଧ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ରହିଛି ଏବଂ କ୍ରମାଗତ ଭାବରେ ଏହା ବୃଦ୍ଧି ପାଇବାରେ ଲାଗିଛି ।
ଏହି ନୂତନ ଶାଖାଟି ତାର ଗ୍ରାହକମାନଙ୍କୁ ଗୋଟିଏ ଛାତ ତଳେ ବିଶ୍ୱ ଶ୍ରେଣୀୟ ବ୍ୟାଙ୍କିଂ ସେବା ଯଥା ସେଭିଂସ୍ ଆକାଉଣ୍ଟ, ଫିକ୍ସଡ୍ ଡିପୋଜିଟ୍, କରେଣ୍ଟ ଆକାଉଣ୍ଟ, ମୁ୍ୟଚୁଆଲ୍ ଫଣ୍ଡ, ଏନ୍ଆରଆଇ, ଇନ୍ସୁ୍ୟରାନ୍ସ, ଦୁଇ-ଚକିଆ ବାହନ ଋଣ, ଅଟୋ ଲୋନ ତଥା ଏଟିଏମ୍, ଫୋନ୍ ବ୍ୟାଙ୍କିଂ, ନେଟ୍ ବ୍ୟାଙ୍କିଂ ଓ ଇଣ୍ଟରନାସ୍ନାଲ୍ କ୍ରେଡିଟ୍ ଓ ଡେବିଟ୍ କାର୍ଡ଼ର ସୁବିଧା ପ୍ରଦାନ କରୁଛି ।

Share in top social networks!