ଓଡିଶାରେ ମହିଳା ଅପରାଧ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ୍: ଡିଜି

ଓଡିଶାରେ ମହିଳା ଅପରାଧ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ୍ | କିନ୍ତୁ ଓଡିଶାରେ ମହିଳା ଅପରାଧ ସଂଖ୍ୟା ପୂର୍ବାପେକ୍ଷା ବଢିଛି ବୋଲି ପୁଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି | ଦୁଇଦିନିଆ ରାଉରକେଲା ଗ୍ରସ୍ତ ଅବସରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଡିଜି ଶ୍ରୀ ମିଶ୍ର କହିଲେ ଯେ, ସହରାଞ୍ଚଳ ରେ ପୁଲିସ ଜନସାଧାରଣ ଙ୍କ ନିକଟତର ହେବାପାଇଁ କମ୍ୟୁନିଟି ପୁଲିସିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସମସ୍ତ ଏସ୍.ପି ଓ ବରିଷ୍ଠ ପୁଲିସ ପଦାଧିକାରୀ ଙ୍କ ମତାମତ ଲୋଡା ଯାଇଥିଲା |
09 POLICE D.G PRESS CONFERENCE.ASHOK (3)
ଏଥିରେ ସହମତି ପ୍ରକାଶ ପାଇବା ପରେ ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ପଠାଯାଇଛି | ଏହିପାଇଁ ଅର୍ଥ ଜରୁରୀ ଥିବାରୁ ଏ ବାବଦରେ ପଦକ୍ଷେପ ନିଆଯାଉଛି ଏବଂ ଆସନ୍ତା ଜୁନ୍ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଥିଲେ | ଡିଜି କହିଲେ ଯେ, ଓଡିଶାରେ ମହିଳା ଅପରାଧ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ୍ | କିନ୍ତୁ ଓଡିଶାରେ ମହିଳା ଅପରାଧ ସଂଖ୍ୟା ପୂର୍ବାପେକ୍ଷା ବଢିଛି | ଏହାକୁ ରୋକିବା ପାଇଁ ପୁଲିସ ଉଦ୍ୟମ କରୁଛି |

କିନ୍ତୁ ଲିଗାଲ ରେଲେସନ୍ ସହ ବିଭିନ୍ନ କାରଣ ରୁ ଏଥିରେ ପ୍ରତିବନ୍ଧକ ଆସୁଛି | ମହିଳା ଅପରାଧ ରୋକିବା ପାଇଁ ସହରାଞ୍ଚଳ ରେ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବା ଉପରେ ସେ ଗୁରୁତ୍ଵାରୋପ କରିଥିଲେ |

Share in top social networks!