ମକର ମିଳନ ସାମାଜିକ ସମରସତା ପାଇଁ ଏକ ବଳିଷ୍ଠ ମାଧ୍ୟମ

MAKARMILANସ୍ଥାନୀୟ ଗୁଣ୍ଡିଚା ମଣ୍ଡପ ଠାରେ ସଂସ୍କୃତି ସୁରକ୍ଷା ସମିତି ଆନୁକୂଲ୍ୟରେ ପବିତ୍ର ମକର ମିଳନ କାର୍ଯ୍ୟକ୍ରମ ଶିକ୍ଷାବିତ୍ ସୂର୍ଯ୍ୟମଣି ମହାପାତ୍ରଙ୍କ ଅଧ୍ୟକ୍ଷତାରେ
ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଅତିଥି ସ୍ୱଦେଶୀ ଜାଗରଣ ମ•ର ପା୍ରନ୍ତ ବିଚାର ପ୍ରମୁଖ ତଥା ବିବେକାନନ୍ଦ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଆଡ୍ଭାନ୍ସଡ
ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟେକ୍ନୋଲୋଜିର ଚେୟାର୍ମ୍ୟାନ୍ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଆନୁଷ୍ଠାନିକ
ଉଦଘାଟନ କରି କହିଲେ ମକର ସଂକ୍ରାନ୍ତି ହେଉଛି ଆମ ଭାରତୀୟ ସଂସ୍କୃତିର ଏକ ମହାନ୍ ଏବଂ ପବିତ୍ର ପର୍ବ । ସାମାଜିକ ସମରସତା ପାଇଁ ଏହି ଶ୍ରଦ୍ଧା
ଓ ସୌହାର୍ଦ୍ଧ୍ୟର ମକର ପର୍ବ ହେଉଛି ଏକ ବଳିଷ୍ଠ ମାଧ୍ୟମ । ଏହି ଦିନରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି ଏବଂ ସୂର୍ଯ୍ୟଙ୍କର ଉ•ରାୟଣ ଗତି ଆରମ୍ଭ
ହେଉଥିବାରୁ ଏହାକୁ ମକର ସଂକ୍ରାନ୍ତି ତଥା ଦେବତା ମାନଙ୍କର ସଂକ୍ରାନ୍ତି କୁହାଯାଏ । ପୌରାଣିକ ମତାନୁଶାରେ ପିତା ଓ ପୁତ୍ର ମଧ୍ୟରେ ମତାନ୍ତର ଥିଲେ ଏହି
ଦିନରେ ଦୂରିଭୂତ ହୋଇଥାଏ । ଏହି ଦିନରେ ସମାଜରେ ସମସ୍ତ ଭାରତୀୟ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତ ଭେଦଭାବ ଭୂଲି ସେହି ଭାରତମାତାର
ସର୍ବାଙ୍ଗୀନ ଉନ୍ନତି ଉଦେ୍ଧଶ୍ୟରେ ସଂକଳ୍ପ ନେବାପାଇଁ ଡଃ ନନ୍ଦ ଆହ୍ୱାନ ଦେଇଥିଲେ । ଶେଷରେ ଭଗବାନ ଦେହୁରୀ ଦୀର୍ଘ ବର୍ଷ ଧରି ହୋଇ ଆସୁଥିବା ଏହି ମକର
ମିଳନ କାର୍ଯ୍ୟକ୍ରମର ଆଭିମୂଖ୍ୟ ସମ୍ପର୍କରେ ବକ୍ତବ୍ୟ ଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶତାଧିକ ସ୍ୱୟଂସେବକମାନଙ୍କୁ ନେଇ ଅନୁଷ୍ଠିତ ଏହି
ପରିବାର ମିଳନ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ତହସିଲ ସଂଘଚାଳକ ସରୋଜ କୁମାର ମିଶ୍ର, ତହସିଲ କାର୍ଯ୍ୟବାହ ମାନସ ରଞ୍ଜନ ସାହୁ, ଖଣ୍ଡ
ବୌଦ୍ଧିକ ପ୍ରମୁଖ ଅରୁଣ ମହାକୁଡ, ବିଭୂତି ରଂଜନ ମିଶ୍ର, ଅରୁଣ କୁମାର ଦାଶ, ଅକ୍ରୁର ପରିଡା, ରାଜଶ୍ରୀ ମିଶ୍ର, ରଞ୍ଜିତା ସାହୁ, ସୁଦେସ୍ନା ବେହେରାଙ୍କ ସମେତ ବହୁ
ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ ସମାଜସେବୀ ଉପସ୍ଥିତ ଥିଲେ । ସର୍ବଶେଷରେ ପ୍ରସାଦ ସେବନ ପରେ ମୁଖ୍ୟ ଅତିଥି ଡଃ ନନ୍ଦ ଉପସ୍ଥିତ ମହିଳା ମାନଙ୍କୁ ନେଇ
ପାରିବାରିକ ଶୃଙ୍ଖଳା ରକ୍ଷାରେ ମହିଳା ମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ।

Share in top social networks!