ଭାରତର ଆଦିବାସୀ ଶିଶୁଙ୍କପୌଷ୍ଟିକ ବିକାଶ ଉପରେ ଭୁବନେଶ୍ୱରଠାରେ ଉଚ୍ଚସ୍ତରୀୟ ଆଲୋଚନାଚକ୍ର ଉଦଘାଟିତ

pandaଅନୁସୂଚୀ ୫ ଅନ୍ତର୍ଗତ ୯ଟିରାଜ୍ୟରେ, ଆଦିବାସୀ ଶିଶୁଙ୍କର ପୁଷ୍ଟିହୀନତା ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ଏକ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଆଜି ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରା ଲାଲ୍ବିହାରୀ ହିମିରିକାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅବସରରରେ ସାଂସଦ ଶ୍ରୀ ବୈଜୟନ୍ତ ଜୟ ପଣ୍ଡା, ଆଦିବାସୀ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସୁଦାମ ମାରଣ୍ଡି, ହରିଜନ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ, ଶ୍ରୀମତି ସ୍ନେହାଙ୍ଗିନି ଛୁରିଆ ଓ ୟୁନିସେଫ୍ର ଭାରତସ୍ଥିତ ରାଷ୍ଟ୍ରୀୟ ପ୍ରତିନିଧୀ ଶ୍ରୀ ଲୁଇ ଜର୍ଜସ୍ ଆର୍ସେନାଲ୍ଟ ପ୍ରମୁଖ ଉପସ୍ଥିତ ଥିଲେ ।
ଭାରତୀୟ ଆଦିବାସୀଙ୍କ କ୍ଷେତ୍ରରେ ସନ୍ତୁଳିତ ଓ ସୁସ୍ଥ ପୋଷଣ ଏକ ମୂକ୍ଷ୍ୟ ସମସ୍ୟା ହୋଇ ରହିଛି । ଆଦିବାସୀ ଶିଶୁଙ୍କର ବିକାଶରେ କୁପୋଷଣ ଏକ ପ୍ରବନ୍ଧକ ଅଟେ ।
ଆଲୋଚନାଚକ୍ରକୁ ଉଦଘାଟନ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ଲାଲବିହାରୀ ହିମିରିକା କହିଥିଲେ, “ଆଦିବାସୀ ଜନସାଧାରଣଙ୍କ ଆବଶ୍ୟକତା ଓ ଆକାଂକ୍ଷାକୁ ବିଚାରକୁ ନନେଲେ ସମ୍ପୂର୍ଣ୍ଣ ବିକାଶ ହୋଇପାରିବ ନାହିଁ । ସେହିପରି ସୁସ୍ଥ ଶିଶୁଙ୍କ ବିନା ଦେଶର ଉନ୍ନତି ମଧ୍ୟ ଅସମ୍ଭବ ।” ସେ ଆହୁରୀ ମଧ୍ୟ କହିଥିଲେ ଯେ, ଆଦିବାସୀ ଶିଶୁମାନଙ୍କ କୁପୋଷଣ ଜନିତ ସମସ୍ୟାର ଫଳପ୍ରଦ ସମାଧାନ ପାଇଁ ବହୁ ମନ୍ତ୍ରାଳୟ ଓ ବିଭାଗ ମଧ୍ୟରେ ନିରନ୍ତର ସମନ୍ୱୟ ଲୋଡ଼ା ।
ନିଜ ଅଭିଭାଷଣରେ ୟୁନିସେଫ୍ ଭାରତର ରାଷ୍ଟ୍ରୀୟ ପ୍ରତିନିଧି ଲୁଇ ଜର୍ଜସ୍ ଆର୍ସେନାଲ୍ଟ୍ଟ ଆଦିବାସୀ ଶିଶୁଙ୍କ ମଧ୍ୟରେ ଦୃଢତାର ସହ ଅବିବୃଦ୍ଧିଶୀଳ ପ୍ରତିହତ ବିକାଶର ମାତ୍ରା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଭାରତର ଆଦିବାସୀ ଲୋକମାନେ ଦେଶର ସବୁଠାରୁ ପୋଷଣ ଓ ପୃଷ୍ଟିରୁ ବଞ୍ଚିତ ଗୋଷ୍ଠୀ ଭାବରେ ରହିଆସିଛନ୍ତି । ଏହା ତାଙ୍କୁ ଅପପୁଷ୍ଟିର ଭୟାବହତା ଆଡ଼କୁ ଠେଲିଦେଇଛି, ଫଳତଃ ସେମାନଙ୍କ ବୃଦ୍ଧି ଓ ବିକାଶ ପ୍ରତି ଆହ୍ୱାନ ସୃଷ୍ଟି ହୋଇଛି ।
ଆଦିବାସୀ ଶିଶୁମାନେ ଯେପରି ସେମାନଙ୍କର ପୁର୍ଣ୍ଣ ସାମର୍ଥ୍ୟର ବିକାଶ ନିମନ୍ତେ ସମାନ ସୁବିଧା ଓ ସୁଯୋଗ ପାଇବେ, ସେ ସଂପର୍କୀୟ ପରିବର୍ତ୍ତନ ବିଷୟରେ ନିଷ୍ପତ୍ତି ଗ୍ରହଣ ପାଇଁ ଏହି ଆଲୋଚନାଚକ୍ର ଏକ ଗୁରୁତ୍ୱ ପୁର୍ଣ୍ଣ ସୁଯୋଗ ପ୍ରଦାନ କରିଛି ବୋଲି ସେ କହିଥିଲେ ।
ଆଲୋଚନାଚକ୍ରର ଦ୍ୱିତୀୟ ଦିନର ଉଦ୍ଧଯାପନୀ ଅଧିବେସନରେ ଗୁରୁତ୍ୱପୂର୍ଣ୍ଣ ଅନୁମୋଦନ ମାନ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି । ଆଦିବାସୀ କଲ୍ୟାଣ ମନ୍ତ୍ରାଳୟର ଆବାହନ ଦ୍ୱାରା ସମ୍ପୃକ୍ତ ମନ୍ତ୍ରାଳୟ ତଥା ସମସ୍ତ ସହଭାଗୀ ମାନଙ୍କୁ ସମନ୍ôିତ କରିବାର ଉଦ୍ୟମ ସ୍ୱରୂପ ଏହି ଆଲୋଚନାଚକ୍ରକୁ ଆୟୋଜନ କରାଯାଇଛି ।
୯ଟି ରାଜ୍ୟରୁ ପୋଷଣ ବିଶେଷଜ୍ଞ, ଅଗ୍ରଣୀ ବ୍ୟକ୍ତି ବିଶେଷ, ଶିକ୍ଷାବିତ୍, ସାମାଜିକ ସଂଗଠକ ଓ ନୀତି ପ୍ରଣେତାଙ୍କୁ ନେଇ ଆୟୋଜିତ ଆଲୋଚନାଚକ୍ରରେ ପରିବାର ସ୍ତରୀୟ ଖାଦ୍ୟ ଓ ଜୀବିକା ନିରାପତ୍ତା, ସମନ୍ୱିତ ଶିଶୁବିକାଶ ସେବା, ଅପହଞ୍ଚ କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବା ଓ ପ୍ରସ୍ତାବନା, ପାନୀୟ ଜଳ ଓ ପରିମଳ, ସେବା ପ୍ରଦାନ ନିମିତ୍ତ ଯୋଜନା ଓ ବ୍ୟୟ ଅଟକଳ ତଥା ସେବା ପରିଗ୍ରହଣରେ ଉନ୍ନତି ଆଣିବା ପାଇଁ ଶିକ୍ଷାନୁଷ୍ଠାନ ସମେତ ସାମାଜିକ ସଂଗଠନ ମାନଙ୍କର ସଂପୃକ୍ତି ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ ।

୧.ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ଗୁଜୁରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଓ ରାଜସ୍ଥାନ

ବିଭିନ୍ନ ରାଜ୍ୟର ପ୍ରତିଶ୍ରୁତି ବଦ୍ଧ ଉଦ୍ୟମ ସଂପର୍କରେ ମଧ୍ୟ ଏହି ଆଲୋଚନାଚକ୍ରରେ ଅବତାରଣା କରାଯାଉଛି । ମରୁଡ଼ି ପ୍ରବଣ ଅଞ୍ଚଳରେ ଗୁରୁତର ତିବ୍ର ଅପପୁଷ୍ଟି ଶିକାର ଶିଶୁ ମାନଙ୍କ ପାଇଁ ଯେପରି ରାଜସ୍ଥାନରେ ପୋଷଣ ଉପଚାର କେନ୍ଦ୍ର ପରିଚାଳିତ ହେଉଛି । କାମ ପାଇଁ ଦୀର୍ଘ ସମୟ ବାହାରେ ରହୁଥିବା ଆଦିବାସୀ ମହିଳାଙ୍କ ଶିଶୁମାନଙ୍କ ପାଇଁ ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଶିଶୁ ଯତ୍ନ କେନ୍ଦ୍ର ବା କ୍ରେଚ ଖୋଲାଯିବା ଏକ ଉତ୍ତମ ଉଦାହରଣ । ଆଦିବାସୀ ମହିଳାମାନଙ୍କ ପୁଷ୍ଟିର ସ୍ଥିତିରେ ଉନ୍ନତି ଆଣିବା ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତନ କରାଯାଇଥିବା ସଂପୂର୍ଣ୍ଣ ଭୋଜନ ବ୍ୟବସ୍ଥା ଏକ ଉଲ୍ଳେଖନୀୟ ପଦକ୍ଷେପ ।
ଏ ସଂପର୍କୀୟ ଚଳଚିତ୍ର ଓ ଅନ୍ୟାନ୍ୟ ଯୋଗାଯୋଗ ଉପକରଣ ମାନ ଙ୍ଗଙ୍ଗଙ୍ଗ.ଙ୍କଦ୍ଭସମରଲ.ସଦ୍ଭ/ଗ୍ଧକ୍ସସଭବକ୍ଷମଷସକ୍ଷୟକ୍ସରଦ୍ଭ ଜରିଆରେ ମିଳିପାରିବ । ଟ୍ୱିଟରରେ ସମ୍ମେଳନକୁ୰ଓଉଙଗଗଓଞ ଜରିଆରେ ଆପଣ ଅନୁସରଣ କରିପାରିବେ ।
ସଂପାଦକଙ୍କୁ ସୂଚନା
ଗବେଷଣାରୁ ଜଣାପଡ଼େ ଯେ ପ୍ରତିହତ ଅଭିବୃଦ୍ଧିକୁ ରୋକିବା ପାଇଁ ଜୀବନର ପ୍ରଥମ ହଜାରେ ଦିନ ନିମନ୍ତେ ପୁଂଜିନିବେଶ ଏକାନ୍ତ ଜରୁରି, ଯାହାକି ଗର୍ଭ ପୂର୍ବରୁ, ଗର୍ଭ ସମୟରେ ଓ ପ୍ରସୂତି ସ୍ତରରେ ମହିଳାମାନଙ୍କୁ ଓ ଜନ୍ମରୁ ଦୁଇବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ସଂପୃକ୍ତ କରିଥାଏ । ଦଶଟି ଉଚ୍ଚ ପ୍ରଭାବ ସଂପନ୍ନ ପୁଷ୍ଟିକର ପଦକ୍ଷେପ ମାନ ଯଦି ସଠିକ ଭାବରେ କାର୍ଯ୍ୟକାରୀ ହୋଇପାରିବ ତେବେ ଆଗାମୀ ଦଶ ବର୍ଷ ମଧ୍ୟରେ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ଅଧା ହୋଇପାରିବ । ଏହି ଦଶଟି ସିଦ୍ଧାନ୍ତର ଯଥାର୍ଥ ପାଳନ ହେଉନଥିବା ଯୋଗୁଁ ଆଦିବାସୀ ଶିଶୁମାନଙ୍କର ପୁୂଷ୍ଟିହୀନତା ଅଧିକ ରହିଛି ।

Share in top social networks!