ଓଡ଼ିଶାରେ “ମେକ୍ ଇନ ଇଣ୍ଡିଆ’ର ରୂପାୟନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ

ଓଡ଼ିଶାରେ‘ମେକ୍ ଇନ ଇଣ୍ଡିଆଦର ରୂପାୟନ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଏକ କୋର କମିଟି ଗଠନ କରାଯାଇଛି । ଏଥ# ନିମନ୍ତେ ସଚିବାଳୟ ସଭା ପ୍ରକୋଷ୍ଠରେ ଗତ କାଲି ସନ୍ଧ୍ୟାରେ ଶ୍ରୀ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ‘ମେକ୍ଇନ ଇଣ୍ଡିଆଦର କାର୍ଯ୍ୟାନ୍ୱୟନ ବିଷୟରେ ସବିଶେଷ ଆଲୋଚନା ହୋଇଥ#ଲା ।

ରାଜ୍ୟରେ ମେକ୍ ଇନ୍ ଇଣ୍ଡିଆ ( ଭାରତରେ ସଂସ୍ଥାପନ ଓ ଉପ#ାଦନ )ର କାର୍ଯ୍ୟାନ୍ୱୟନ ପାଇଁ ପ୍ରତି ୧୫ ଦିନରେ ଇପିକଲ୍ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କ ସ୍ତରରେ ଏବଂ ପ୍ରତି ମାସରେ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ସମୀକ୍ଷା କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି ଇପିକ ଲ୍ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗଗନ କୁମାର ଧଳ କାର୍ଯ୍ୟାନ୍ୱୟନ ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ଦ୍ୱାରା
ଦିଆଯାଇଥ#ବା ପରାମର୍ଶମାନ ଉପସ୍ଥାପନ କରିଥ#ଲେ ।

ଆଲୋଚନାରୁ ଜଣାପଡିଛି, ‘ମେକ୍ ଇନ ଇଣ୍ଡିଆଦ( ଭାରତରେ ସଂସ୍ଥାପନ ଓ ଉପ#ାଦନ କରିବା)ର କାର୍ଯ୍ୟାନ୍ୱୟନ ନିମନ୍ତେ ବ୍ୟବସାୟ ସଂସ୍ଥା ପ୍ରତିଷ୍ଠା, ଜମି ଯୋଗାଣ, ନିର୍ମାଣ ଅନୁମତି, ପରିବେଶ ନିୟମ ଅନୁପାଳନ, ଶ୍ରମ ନିୟମ ଅନୁପାଳନ, ଭିତ୍ତିଭୂମୀ ଓ ମୌଳିକ ସେବା ଯୋଗାଣ, ବିଦୁ୍ୟତ ସଂଯୋଗ, କର ଧାର୍ଯ୍ୟ ଓ କର ପୈଠ, ତଦାରଖ ଓ ଯାଞ୍ଚ୍ , ଚୁକ୍ତିନାମାର ପ୍ରବର୍ତ୍ତନ ଆଦି ପ୍ରକ୍ରିୟାକୁ ସରଳୀକୃତ , ତ୍ୱରାନ୍ୱିତ ଓ ଅନ୍ଲାଇନ କରିବା ପାଇଁ କେନ୍ଦ୍ର ସରକାର ପ୍ରାୟ ୯୮ଟି ବିଭିନ୍ନ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ଓଡ଼ିଶାରେ ଶିଳ୍ପ, କୃଷି ଉଦ୍ୟୋଗ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ ଆଦି ନିମନ୍ତେ କେତେକ ଅନୁରୂପ ବ୍ୟବସ୍ଥାମାନ ପୂର୍ବରୁ ସରକାର କାର୍ଯ୍ୟକାରୀ କରିଛନ୍ତି ।

ସିଙ୍ଗିଲ୍ ଓ୍ୱିଣ୍ଡୋ, ଅନଲାଇନ୍ ଲାଇସେନ୍ସ, ଅନଲାଇନ୍ କର ପୈଠ, ବ୍ୟବସାୟ ବା ଶିଳ୍ପ ଆରମ୍ଭ ପାଇଁ ସମନ୍ୱିତ ଏକକ ଦରଖାସ୍ତ ବ୍ୟବସ୍ଥା, ଶିଳ୍ପ ପ୍ରତିଷ୍ଠା ପାଇଁ ଅନଲାଇନ୍ ଆବେଦନ, ଲ୍ୟାଣ୍ଡ ବ୍ୟାଙ୍କ୍ ସୃଷ୍ଟି, ଜମିଜମାର ଜି.ଆଇ.ଏସ୍. ତଥ୍ୟ ଭିତ୍ତି, ଜମି କିସମ ପରିବର୍ତ୍ତନ
ମଞ୍ଜୁରୀ ପାଇଁ ସମୟସୀମା ନିର୍ଦ୍ଧାରଣ, ଜମି ଖର୍ଦ୍ଦି ବିକ୍ରୀ ପାଇଁ ନମୁନା ପଞ୍ଜୀକରଣ ପତ୍ର (ସେଲ୍ଡି ଡ୍) ପ୍ରସ୍ତୁତି, ବିଭିନ୍ନ କାର୍ଯ୍ୟପାଇଁ ନମୁନା ଚୁକ୍ତିପତ୍ର ପ୍ରସ୍ତୁତି, ତୃତୀୟ ପକ୍ଷଙ୍କ ଦ୍ୱାରା ତଦାରଖ ଆଦି ବିଭିନ୍ନ ବ୍ୟବସ୍ଥା ବର୍ତ୍ତମାନ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥ#ବା ପରାମର୍ଶ ଗୁଡିକୁ ବିଭାଗଓ୍ୱାରୀ ଆବଣ୍ଟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଇପିକଲ୍ଙ୍କୁ ପରାମର୍ଶ ଦେବା ସଂଗେ ସଂଗେ ନିର୍ଦ୍ଦାରିତ ସମୟାନୁସାରେ ସେଗୁଡିକର ସଂପାଦନ ପାଇଁ ବିଭାଗୀୟ ସଚିବ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ବିଭାଗରେ ଆବେଦନ ଗୁଡିକର ବିଚାର, ନିଷ୍ପତ୍ତି ଓ ସେବା ଯୋଗାଣ ପାଇଁ ସମୟ-ସାରଣୀ «୍ତୁତି କରିବା ନିମନ୍ତେ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଉନ୍ନୟନ କମିଶନର ଶ୍ରୀ ଉପେନ୍ଦ୍ର ନାଥ ବେହେରା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଡଃ ତାରାଦତ୍ତ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅର୍ଥ ବିଭାଗ ଶ୍ରୀ ଆର.ବାଲ୍କ୍ରିଷ୍ଣନ୍ , ଇଡକୋ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଶାଳ ଦେବ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜିବ ଚୋପ୍ରାଙ୍କ ସମେତ ବିଭିନ୍ନ ବିଭାଗୀୟ ସଚିବ ଓ ବରିଷ୍ଠ ଅଧ#କାରୀ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥ#ଲେ । ଇପିକଲ୍ର ଜେନେରାଲ ମ୍ୟାନେଜର ଶ୍ରୀ କଲ୍ୟାଣ ମହାନ୍ତି ସଂଯୋଜନା କରିଥ#ଲେ ।

Share in top social networks!