ଯକ୍ଷ୍ମା ଆକ୍ରାନ୍ତଙ୍କୁ ଚିହ୍ନଟ ତଥା ସମ୍ପୂର୍ଣ୍ଣ ଚିକିତ୍ସା ଉପରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗୁରୁତ୍ୱ

zifଯକ୍ଷ୍ମା ଏକ ଜନସ୍ୱାସ୍ଥ୍ୟ ସମସ୍ୟା । ସମାଜକୁ ଯକ୍ଷ୍ମା ମୁକ୍ତ କରିବାକୁ ହେଲେ ଅଧିକରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରି ସେମାନଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା କରାଯିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆହ୍ୱାନ ଜଣାଇଛନ୍ତି । ଆଜି ଭୁବନେଶ୍ୱର ଠାରେ ଆରମ୍ଭ ହୋଇଥିବା ପରିବର୍ତ୍ତିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଜୋନାଲ ଟାସ୍କଫୋର୍ସ ,ପୂର୍ବାଞ୍ଚଳର ଏକ ଦୁଇଦିନିଆ କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ପ୍ରତି ବର୍ଷ ତିନି ଲକ୍ଷରୁ ଅଧିକ ଯକ୍ଷ୍ମା ରୋଗୀ ଚିହ୍ନଟ ହେଉଛନ୍ତି । ଓଡିଶାରେ ପ୍ରାୟ ୫୦ ହଜାରରୁ ଉଦ୍ଧ୍ୱର୍ ରୋଗୀ ଚିହ୍ନଟ ହେଉଛନ୍ତି । ୧୯୯୭ ମସିହାରୁ ପରିବର୍ତ୍ତିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବା ଦିନଠାରୁ ଏ ପର୍ଯ୍ୟନ୍ତ ୫ ଲକ୍ଷ ୯୨ ହଜାରରୁ ଅଧିକ ରୋଗୀ ଚିହ୍ନଟ ହେବା ସହିତ ସେମାନଙ୍କୁ ସଫଳତାର ସହ ଚିକିତ୍ସା କରାଯାଇ ପାରିଛି । ଆମର ସଫଳତା ହାର ୮୫ ପ୍ରତିଶତରୁ ଅଧିକ ଥିବା ବେଳେ ଏହାକୁ ବଢାଇବା ଦିଗରେ ଉଦ୍ୟମ ଜାରି ରହିଛି । ୨୦୧୨ ମଇ ୭ ତାରିଖରେ ଯକ୍ଷ୍ମାରୋଗକୁ କେନ୍ଦ୍ର ସରକାର ନୋଟିଫାଏ ରୋଗ ଭାବେ ଘୋଷଣା କରିଛନ୍ତି । ଫଳରେ ଘରୋଇ ଚିକିତ୍ସକମାନେ ସେମାନଙ୍କ ପାଖକୁ ଚିକିତ୍ସା ପାଇଁ ଆସୁଥିବା ସେହିଭଳି ରୋଗୀଙ୍କ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ପାଇଁ କୁହାଯାଇଛି । ସେହି ଭଳି ଯକ୍ଷ୍ମା ରୋଗ ନିୟନ୍ତ୍ରଣ ତଥା ଚିକିତ୍ସା କ୍ଷେତ୍ରରେ ମେଡିକାଲ କଲେଜ ଓ ହସପିଟାଲ ଗୁଡିକ ଗୁରୁଦାୟିତ୍ୱ ନିର୍ବାହ କରୁଛନ୍ତି । ସେଥି ପାଇଁ ମେଡିକାଲ କଲେଜ ଏବଂ ପେରିଫେରୀ ଡାକ୍ତରଖାନା ଗୁଡିକ ମଧ୍ୟରେ ଅଧିକ ସମ୍ମନ୍ୱୟ ରକ୍ଷା କରାଯାଇ ଏହି କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯିବା ପାଇଁ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ । ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଏହି କର୍ମଶାଳାରେ ଯୋଗ ଦେଇଥିବା ବିଶେଷଜ୍ଞମାନେ ସମାଜକୁ ଯକ୍ଷ୍ମାମୁକ୍ତ କରାଇବା ଦିଗରେ ସେମାନଙ୍କ ମତାମତ ରଖିବା ସହ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଦିଗରେ ପରାମର୍ଶ ୍ରରଖିବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା ତାଙ୍କ ଭାଷଣରେ ଯକ୍ଷ୍ମା ରୋଗ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଆରୋପ କରି ଅଧିକରୁ ଅଧିକ ଲୋକ ଯେପରି ଆକ୍ରାନ୍ତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ଓଡିଶାରେ ଯକ୍ଷ୍ମା ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡିକୁ ସୁଦୃଢ କରାଯିବା , ମେଡିକାଲ କଲେଜ ଏବଂ ଜିଲ୍ଲା ଡାକ୍ତରଖାନା ଗୁଡିକ ନିଜ ନିଜ ମଧ୍ୟରେ ସମ୍ମନ୍ୱୟ ରକ୍ଷାକରି ସମାଜକୁ ଯକ୍ଷ୍ମାମୁକ୍ତ କରିବା ଦିଗରେ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଚଣ୍ଡିଗଡ ପି.ଜି.ଆଇର ଛାତି ବିଭାଗ ମୁଖ୍ୟ ତଥା ଜାତୀୟ ଟାସ୍କଫୋର୍ସ ସଭାପତି ପ୍ରଫେସର (ଡାଃ) ଦିଗମ୍ବର ବେହେରା , ଜୋନାଲ ଟାସ୍କଫୋର୍ସ ସଭାପତି ଡାଃ ପି.ମାହତୋ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ପ୍ରାରମ୍ଭରେ କର୍ମଶାଳା ଆୟୋଜନ କମିଟି ଚେୟାରମ୍ୟାନ ତଥା ଡାକ୍ତରୀ ଶିକ୍ଷା ଓ ତାଲିମ୍ ନିଦେ୍ର୍ଧଶକ ଡାଃ ସୋଲାମଣି ବାଗ୍ ସ୍ୱାସ୍ଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଶେଷରେ ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଡାଃ ଚିତରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ବିହାର , ଛତିଶଗଡ , ପଶ୍ଚିମବଙ୍ଗ ,ଝାଡଖଣ୍ଡ ଏବଂ ଓଡିଶାର ୩୭ଟି ମେଡିକାଲ କଲେଜର ଛାତି ବିଭାଗ ମୁଖ୍ୟ ଏବଂ ଡାକ୍ତର , କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଟିବି ଡିଭାଜନର ବରିଷ୍ଠ ପଦାଧିକାରୀ ଓ ପରାମର୍ଶଦାତା , ସଂପୃକ୍ତ ରାଜ୍ୟର ଟିବି ଅଧିକାରୀ ଏବଂ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପୂର୍ବାଞ୍ଚଳ ପରାମର୍ଶଦାତା ମାନେ ଯୋଗ ଦେଇଛନ୍ତି ।

Share in top social networks!