ଆକାଶବାଣୀର ସର୍ବଭାଷା କବି ସମ୍ମିଳନୀ ଅନୁଷ୍ଠିତ: ଓଡ଼ିଶାରୁ ଗାୟତ୍ରୀବାଳା ପଣ୍ଡାଙ୍କ କବିତା ପାଠ

ଭାରତୀୟ ଭାଷା ଓ ସାହିତ୍ୟରେ ଏକତା ଓ ସଂହତିର ଚିତ୍ର ପ୍ରତିଫଳିତା ପ୍ରସାର ଭାରତୀ୍ର ଆନୁକୂଲ୍ୟରେ ଅନୁଷ୍ଠିତ ସର୍ବଭାଷା କବି ସମ୍ମିଳନୀରେ ପଠିତ କବିତାଗୁଡିର ସ୍ୱର ଓ ବିଷୟ ବିନ୍ନ୍ୟାସରୁ ଏହା ପ୍ରତିପାଦିତ ହୋଇଛିା ଆଜି ଅପରାହ୍ନରେ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ଏହି କବି ସମ୍ମିଳନୀରେ ସମ୍ବିଧାନ ସ୍ୱୀକୃତ ୨୨ଟି ଭାରତୀୟ ଭାଷାର କବି ଯୋଗଦେଇ ସ୍ୱରଚିତ କବିତା ପାଠ କରିଥ#ଲୋ ସମସ୍ତ କବିତାର ହିନ୍ଦୀ ରୂପାନ୍ତରଣ ମଧ୍ୟ ସେହିଠାରେ ଉପସ୍ଥାପିତ ହୋଇଥ#ଲାା ଦୀର୍ଘ ବର୍ଷ ପରେ ଭୁବନେଶ୍ୱରଠାରେ ପ୍ରସାର ଭାରତୀ ପକ୍ଷରୁ ଏପରି ସର୍ବଭାଷା କବି ସମ୍ମିଳନୀ ଆୟୋଜନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛିା

ଆଜି କବିତା ପାଠୋତ୍ସବରେ ଡ. ହରିଦତ୍ତ ଶର୍ମା(ସଂସ୍କୃତ), ଡ. ସେହପାର ରସୁଲ(ଉର୍ଦ୍ଧୁ), ଆରିଫ୍ ରାଜା(କନ୍ନଡ), ଅରୁଣ ଶାଖାରଦାଣ୍ଡେ(କୋଙ୍କଣୀ), ନସିମ୍ ସିଫାଇ(କାଶ୍ମିରୀ), ଅନୀଲ ଚାଓଡା (ଗୁଜୁରାଟୀ), ବିଜୟ ଠାକୁର (ଡୋଗ୍ରୀ), ଅବଦୁଲ୍ ରେହମାନ(ତାମିଲ), ଏମ୍. ଲକ୍ଷ୍ମଣଚାରୀ(ତେଲୁଗୁ), ମନୋଜ ବୋଗାଟୀ(ନେପାଳୀ), ଡ. ମନମୋହନ ସିଂ (ପଞ୍ଜାବୀ), ମୃଦୁଳ
ଦାସଗୁପ୍ତା (ବାଙ୍ଗଲା), ଡ. ମଙ୍ଗଲ ସିଂ ହାଜୋବାରୀ(ବୋଡୋ), ଡ. ଏମ୍. ପ୍ରିୟବ୍ରତ ସିଂହ (ମଣିପୁରୀ), ଆର୍. ଲୋପା (ମାଲୟାଲାମ), ଚନ୍ଦ୍ରକାନ୍ତ ପାଟିଲ(ମରାଠୀ), ଡ. ଭୀମନାଥ ଝା(ମୈଥ#ଳୀ), ଲକ୍ଷ୍ମଣ ଦୁବେ(ସିନ୍ଧୀ), ଶ୍ୟାମ ଚରଣ ଟୁଡୁ (ସାନ୍ତାଳୀ) ଓ ରମାକାନ୍ତ ଶର୍ମା ଉଦ୍ଭ୍ରାନ୍ତ(ହିନ୍ଦୀ) ନିଜ ନିଜର କବିତା ପାଠ କରିଥ#ଲୋ ଓଡ଼ିଆ ଭାଷାରୁ ବିଶିଷ୍ଟ ଯୁବକବି ଗାୟତ୍ରୀବାଳା ପଣ୍ଡା ପ୍ରତିନିଧ#ତ୍ୱ କରି ଏହି ପାଠୋତ୍ସବରେ ସ୍ୱରଚିତ କବିତା ଆବୃତ୍ତି କରିଥ#ବା ବେଳେ କ୍ଷୀରୋଦ ପରିଡା

ତାଙ୍କ କବିତାର ଅନୁବାଦ ପାଠ କରିଥ#ଲୋ ପାଠୋତ୍ସବ ଆରମ୍ଭରେ ପ୍ରସାର ଭାରତୀର ଅତିରିକ୍ତ ମହାନିର୍ଦ୍ଦେଶକ ଅମିତାଭ ଶୁକ୍ଳା ସବୁ ଭାଷାର କବିମାନଙ୍କୁ ଓ କଟକ ଆକାଶବାଣୀ କେନ୍ଦ୍ରର ନିର୍ଦ୍ଦେଶକ ଶାନ୍ତନୁ ରଥ ତଥା ଷ୍ଟେସନ୍ ଇଞ୍ଜିନିୟର ଏ. ସି. ସୁବୁଦ୍ଧି ଅନୁବାଦକ କବିମାନଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥ#ଲୋ ଦିଲ୍ଲୀ ଆକାଶବାଣୀ କେନ୍ଦ୍ର ନିର୍ଦ୍ଦେଶକ ଲକ୍ଷ୍ମୀଶଙ୍କର ବାଜପେୟୀ
ପାଠୋତ୍ସବ ସଞ୍ଚାଳନ କରିଥ#ବା ବେଳେ ଲଳିତା ଚତୁର୍ବେଦୀ କାର୍ଯ୍ୟକ୍ରମ ସଂଯୋଜନା କରିଥ#ଲୋ ବିଭିନ୍ନ ଭାଷାର ପ୍ରତିନିଧ#ତ୍ୱ କରିଥ#ବା ସମସ୍ତ କବି ତଥା ଅନୁବାଦକମାନଙ୍କୁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୁଭକାମନା ଜ୍ଞାପନ ପୂର୍ବକ ପାନ୍ଥନିବାସରେ ଆତିଥ୍ୟ ପ୍ରଦାନ କରିଥ#ଲୋ

Share in top social networks!