ନାଲ୍‍କୋକୁ ଇଇପିସି ରପ୍ତାନୀ ପୁରସ୍କାର

eepc ନବରତ୍ନ ସରକାରୀ ଉଦ୍ୟୋଗ ତଥା ଆଲୁମିନା ଓ ଆଲୁମିନିୟମ୍‍ ଉପôାଦନ ତଥା ରପ୍ତାନୀ କ୍ଷେତ୍ରରେ ଭାରତର ଅଗ୍ରଣୀ ସଂସ୍ଥା ନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ), ୨୦୧୨-୧୩ ବର୍ଷ ପାଇଁ ବୃହତ୍‍ ଉଦ୍ୟୋଗ ବର୍ଗରେ ଶ୍ରେଷ୍ଠ ରପ୍ତାନୀକାରୀ ଭାବେ ଇଇପିସି (ଇଞ୍ଜିନିଅର୍ସସ ଏକ୍ସପୋର୍ଟ୍‍ ପ୍ରମୋସନ୍‍ କାଉନ୍ସିଲ୍‍, ପୂର୍ବାଞ୍ଚଳ) ପକ୍ଷରୁ ସ୍ୱର୍ଣ୍ଣ ଟ୍ରଫୀ ହାସଲ କରିଛି ।
ଜାନୁୟାରୀ ୧୪ ତାରିଖରେ କୋଲକାତା ଠାରେ ଇଇପିସି ଇଣ୍ଡିଆ (ପୂର୍ବାଞ୍ଚଳ) ପକ୍ଷରୁ ଆୟୋଜିତ ୨୦୧୨-୧୩ ବର୍ଷ ପାଇଁ ରପ୍ତାନୀ ଉକôର୍ଷ ପୁରସ୍କାର ବିତରଣ ଉସôବରେ କମ୍ପାନୀ ପକ୍ଷରୁ, ଉପମହାପ୍ରବନ୍ଧକ (ବାଣିଜ୍ୟ) ଶ୍ରୀ ଏସ୍‍. ସାମନ୍ତରାୟ, ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବ୍‍ଦୁଲ କଲାମଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।
୨୦୧୨-୧୩ ଆର୍ଥôକ ବର୍ଷରେ, ନାଲ୍‍କୋର ବିକ୍ରଲବ୍ଧ ଆୟ ୭୨୪୭ କୋଟି ଟଙ୍କା ହୋଇଥିବା ବେଳେ ରପ୍ତାନୀରୁ ୩୪୧୦ କୋଟି ଟଙ୍କା ଅର୍ଜ୍ଜନ ହୋଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ନାଲ୍‍କୋକୁ ପ୍ରିମିୟର୍‍ ଟ୍ରେଡିଂ ହାଉସ୍‍ ମାନ୍ୟତା ମିଳିଥିବା ବେଳେ ନିଜର ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଉପôାଦ ନିମନ୍ତେ ପ୍ରଥମ ଭାରତୀୟ ଆଲୁମିନିୟମ୍‍ କମ୍ପାନୀ ଭାବେ ଏହା ଲଣ୍ଡନ୍‍ ମେଟାଲ୍‍ ଏକ୍ସଚେଞ୍ଜ୍‍ରେ ପଞ୍ଜୀକୃତ ହୋଇଛି ।

Share in top social networks!