ମାର୍ଚ୍ଚ ୨ରୁ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ରାଜଧାନୀର ଜନତା ମଇଦାନରେ ଅନୁଷ୍ଠିତ ହେବ – କୃଷିମନ୍ତ୍ରୀ ଶ୍ରୀ ମହାରଥୀ

pmaharathy ସମ୍ବଲପୁର, ବାଲେଶ୍ୱର ଓ ବ୍ରହ୍ମପୁରରେ ଆୟୋଜିତ ତି୍ରଦିବସୀୟ ଆଞ୍ଚଳିକ କୃଷି ମହୋତ୍ସବଗୁଡିକର ବିପୁଳ ସଫଳତା ପରେ ରାଜ୍ୟସ୍ତରୀୟ ବିଶାଳ କୃଷି ମହୋତ୍ସବ ମାର୍ଚ୍ଚ ମାସ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ରାଜଧାନୀର ଜନତା ମଇଦାନଠାରେ ମହାସମାରୋହରେ ଅନୁଷ୍ଠିତ ହେବ ବୋଲି କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ସୂଚନା ଦେଇଛନ୍ତି ।
ତାଙ୍କ ସଚିବାଳୟସ୍ଥ ପ୍ରକୋଷ୍ଠରେ ଏହି କୃଷି ମହୋତ୍ସବ ଆୟୋଜନ ସମ୍ବନ୍ଧୀୟ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି କୃଷି ମନ୍ତ୍ରୀ ଶ୍ରୀ ମହାରଥୀ କହିଲେ ଯେ, ବର୍ତ୍ତମାନର ଜୀବନଧାରଣର କୃଷିକୁ ଲାଭଜନକ ବ୍ୟବସାୟିକ କୃଷିରେ ପରିଣତ କରିବା ବେଶ୍ ଜରୁରୀ । କୃଷି ଯାନ୍ତ୍ରିକୀକରଣ ଓ ଜ୍ଞାନକୌଶଳ ସମ୍ବନ୍ଧରେ ବିଶଦ ଭାବେ ଅବଗତ ହେବା, କୃଷି, ଉଦ୍ୟାନ କୃଷି, ମତ୍ସ୍ୟଚାଷ, ପଶୁପାଳନ ଆଦି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ସୁବିଧା ସୁଯୋଗ, ରିହାତି ସମ୍ବନ୍ଧରେ ଜାଣିବା କୃଷି ମହୋତ୍ସବ ମାଧ୍ୟମରେ ହିଁ ସମ୍ଭବପର ହୋଇଥାଏ । କୃଷି ବିଜ୍ଞାନୀମାନେ ଅତ୍ୟାଧୁନିକ କୃଷି କୌଶଳକୁ ଏହି ମହୋତ୍ସବ ଜରିଆରେ ସିଧାସଳଖ ଚାଷୀମାନଙ୍କ ନିକଟରେ ପହଞ୍ଚାଇ ପାରିଥାଆନ୍ତି । କୃଷିର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥ#ବା ଅଗ୍ରଣୀ ଓ ସଫଳ ଚାଷୀମାନଙ୍କୁ କୃଷି ମହୋତ୍ସବରେ ସମ୍ବର୍ଦ୍ଧିତ କରାଯିବା ଦ୍ୱାରା ମହୋତ୍ସବରେ ଉପସ୍ଥିତ ହଜାର ହଜାର ଚାଷୀମାନଙ୍କ ମନରେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି ହୋଇଥାଏ, ଯାହାକି କୃଷି ଉତ୍ପାଦନ ବଢ଼ାଇବାରେ ସହାୟକ ହୋଇଥାଏ । ସରକାରୀ ରିହାତି ସହ କୃଷି ଯନ୍ତ୍ରପାତିଗୁଡ଼ିକୁ ହିତାଧ#କାରୀମାନେ ଏହି ମହୋତ୍ସବରେ କିଣିବାର ଅପୂର୍ବ ସୁଯୋଗ ପାଇଥାଆନ୍ତି । ଏସବୁ ଦୃଷ୍ଟିରୁ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ରାଜ୍ୟର ଅଗଣିତ ଚାଷୀମାନଙ୍କ ପାଇଁ ଏକ ଅପୂର୍ବ ଆକର୍ଷଣ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ପ୍ରକାଶ କରିଥ#ଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି କୃଷି ମହୋତ୍ସବକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । “ଆତ୍ମା’ ମାଧ୍ୟମରେ ସମସ୍ତ ଜିଲ୍ଲାର ଚାଷୀମାନେ ଏହି ମହୋତ୍ସବରେ ଯୋଗ ଦେବେ । ପ୍ରତ୍ୟେକ ଦିନ ପ୍ରାୟ ୧୫ ହଜାର ଚାଷୀ ଏହି ମହୋତ୍ସବରେ ଯୋଗଦେବୋ ଭୁବନେଶ୍ୱରର ସମସ୍ତ କୃଷି, ମତ୍ସ୍ୟ ଓ ପଶୁପାଳନ ବିକାଶ ବିଭାଗ କାର୍ଯ୍ୟାଳୟରେ ଏହି ୪ ଦିନ ଧରି ଆଲୋକସଜ୍ଜା କରାଯିବା କୃଷି ପ୍ରଦର୍ଶନୀରେ ୪ ଶହରୁ ଊ–ର୍ ଷ୍ଟଲ ରହିବ । ଦେଶର ବିଭିନ୍ନ ରାଜ୍ୟର କୃଷି ବିଭାଗ ଏଥ#ରେ ପ୍ରତିନିଧ#ତ୍ୱ କରିବାର କାର୍ଯ୍ୟକ୍ରମ ରହିଛି । କୃଷି ଯାନ୍ତ୍ରିକୀକରଣର ଐତିହ୍ୟ ଓ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଏକ ବିଶାଳ ଷ୍ଟଲରେ ପ୍ରଦର୍ଶିତ ହେବ । ପ୍ରତ୍ୟେକ ଦିନ କୃଷି ଓ ଆନୁସଙ୍ଗିକ କୃଷି ଉପରେ ଆଲୋଚନାଚକ୍ରମାନ ଆୟୋଜିତ ହେବା ଓୟୁଏଟିର ସୁନାମଧନ୍ୟ କୃଷି ବିଜ୍ଞାନୀମାନେ ଏହି ଆଲୋଚନା ଚକ୍ରରେ ପାରମ୍ପରିକ କୃଷିକୁ ଅତ୍ୟାଧୁନିକ କୃଷିରେ କିପରି ପରିଣତ କରାଯାଇ ପାରିବ ସେ ସମ୍ବନ୍ଧରେ ଚାଷୀମାନଙ୍କୁ ବୁଝାଇବୋ ଉଦ୍ୟାନ କୃଷି ସମ୍ବନ୍ଧୀୟ ଏକ ଉଚ୍ଚକୋଟୀର ପ୍ରଦର୍ଶନୀ ଏହି ମହୋତ୍ସବର ଅନ୍ୟତମ ବିଶେଷତ୍ୱ ହେବ । ମତ୍ସ୍ୟଚାଷ ଓ ପଶୁପାଳନକୁ ସମୁଚିତ ଗୁରୁତ୍ୱ ଦିଆଯିବ । ସିଫାରୁ ରଙ୍ଗୀନ ମାଛ, ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦୈନିକ ୫୦ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଉଥ#ବା ଗାC, ଅଷ୍ଟ୍ରେଲିଆନ୍ ଛେଳି, ବିଶାଳକାୟ ଏମୁ ଆଦି ସ୍ୱତନ୍ତ୍ର ଷ୍ଟଲମାନଙ୍କରେ ପ୍ରଦର୍ଶିତ ହେବେ । ପୁଷ୍ପ ପ୍ରଦର୍ଶନୀ ଆୟୋଜନ କରାଯିବ ଓ ବୃହଦାକାର ଆକ୍ୱାରିୟମ୍ଗୁଡିକରେ ବିବିଧ ଜଳଜୀବମାନ ରହିବୋ ହଂସ, ପାରା ଓ ବିଭିନ୍ନ ପ୍ରଜାତିର ଶୁଆ ଆଦି ଚଢେଇଙ୍କୁ ସ୍ୱତନ୍ତ୍ର ଷ୍ଟଲରେ ରଖାଯିବା ୨୦୦୦ଟି ସ୍ପ୍ରେୟର୍ ଓ ୫୦୦୦ଟି ପମ୍ପ ସେଟ୍ ହିତାଧ#କାରୀମାନଙ୍କୁ ରିହାତି ଦରରେ ପ୍ରଦାନ କରାଯିବା ପ୍ରତିଦିନ ସନ୍ଧ୍ୟାରେ ସଂସ୍କୃତି ବିଭାଗ ପକ୍ଷରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବା କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ନିଷ୍ଠାପର ଓ ଦକ୍ଷ କର୍ମଚାରୀ ଓ ଅଧ#କାରୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ପ୍ରକାଶ କରିଥ#ଲୋ
ଏହି ପ୍ରସ୍ତୁତି ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ ଶ୍ରୀ ରାଜେଶ ବର୍ମା, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ପଶୁପାଳନ ନିର୍ଦ୍ଦେଶକ ଶ୍ରୀ ଡି.ପି ପଣ୍ଡା, ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ପି. କି୍ରଷ୍ଣମୋହନ, ଓଡ଼ିଶା କାଜୁ ନିଗମର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ନିରୋଜ ନଳିନୀ ଜେନା ପ୍ରମୁଖ ଉପସ୍ଥିତ ରହି ବହୁ ସୁଚିନ୍ତିତ ପ୍ରସ୍ତାବମାନ ଦେଇଥ#ଲୋ

Share in top social networks!