ହର ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ ସିଂହଦେଓଙ୍କ ଶୋକ

harabhaiଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ତାରକା ଓ ନିଦେ୍ର୍ଧଶକ ହର ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଶାର ମନୋରଂଜନ ଦୁନିଆରେ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ ସିଂହଦେଓ ଶୋକ ପ୍ରକାଶ କରିଛନ୍ତି ।

ଶ୍ରୀ ସିଂହଦେଓ କହିଛନ୍ତିଯେ, ସିନେମା ହେଉ କି ନାଟକ ଓଡ଼ିଶାର ମନୋରଂଜନ ଜଗତର ପ୍ରତିଟି କ୍ଷେତ୍ରରେ ହର ପଟ୍ଟନାୟକଙ୍କ ଛାପ ବେଶ୍ ସ୍ପଷ୍ଟ ଭାବେ ବାରିହୁଏ । ପ୍ରତିଟି କ୍ଷେତ୍ରରେ ସେ ସଫଳତା ଅର୍ଜନ କରି ଓଲିଉଡ଼୍ ଓ ଜଲିଉଡ଼୍ ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ । ନୂତନ ପୀଢ଼ିର କଳାକାରମାନଙ୍କୁ ପ୍ରୋତ୍ସାହିତ କରି ନିଜ ହାତରେ ଅନେକ ସଫଳ ଅଭିନେତା ଓ ଅଭିନେତ୍ରୀ ସେ ଗଢ଼ିଛନ୍ତି । ଯାତ୍ରା ଦୁନିଆରେ ମଧ୍ୟ ସେ ବେଶ୍ ଚର୍ଚ୍ଚିତ ଥିଲେ । ତାଙ୍କର ମୃତୁ୍ୟରେ ଓଡ଼ିଶାର କଳା, ସଂସ୍କୃତି ଓ ମନୋରଂଜନ କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ତାଙ୍କ ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କ ପରିବାରକୁ ଭଗବାନ ଅସୀମ ଧୈର୍ଯ୍ୟ ଦିଅନ୍ତୁ ବୋଲି ଶ୍ରୀ ସିଂହଦେଓ ନିଜ ଶୋକ ବାର୍ତାରେ ପ୍ରକାଶ କରିଛନ୍ତି ।

ସାଧାରଣ ସମ୍ପାଦକ (ସଂଗଠନ) ପ୍ରସନ୍ନ ମିଶ୍ର, ବିଜୟ ମହାପାତ୍ର, ବିଶ୍ୱଭୂଷଣ ହରିଚନ୍ଦନ, ମନମୋହନ ସାମଲ, ମୋହନ ମାଝୀ, ବସନ୍ତ ପଣ୍ଡା, ସମୀର ଦେ’, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସୁରେଶ ପୂଜାରୀ, ସମୀର ମହାନ୍ତି ପ୍ରମୁଖ ହର ପଟ୍ଟନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

Share in top social networks!