ସିନେ ତାରକା ହର ପଟ୍ଟନାୟକଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

346px-Hara_Patnaikଓଡ଼ିଆ ସିନେ ଜଗତର ଜାଜ୍ଜୁଲ୍ୟମାନ ତାରକା ହର ପଟ୍ଟନାୟକଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତିଯେ, ଓଡ଼ିଆ ସିନେ ଜଗତ, କଳା ଓ ସଂସ୍କୃତି କ୍ଷେତ୍ରରେ ହର ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ ଥିଲା । ରୁପେଲି ପରଦାରେ ସେ ଖାଲି ନିଖୁଣ ଅଭିନୟ କରୁନଥିଲେ ବରଂ ଜଣେ ସଫଳ ସିନେ ଓ ନାଟକ ନିଦେ୍ର୍ଧଶକ ମଧ୍ୟ ଥିଲେ । ତାଙ୍କର ପରଶ ମଣି ସ୍ପର୍ଶରେ ଅନେକ ଯୁବକ ଯୁବତୀ ଆଜି ରାଜ୍ୟର ଶ୍ରେଷ୍ଠ ଅଭିନେତା ହେବାର ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କର ବିୟୋଗରେ ଓଲିଉଡ଼୍ ଓ ମନୋରଂଜନ ଦୁନିଆରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ହର ପଟ୍ଟନାୟକଙ୍କ ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କର ପରିବାରକୁ ଭଗବାନ ଅସୀମ ଧୈର୍ଯ୍ୟ ଦିଅନ୍ତୁ ବୋଲି ସେ କହିଛନ୍ତି ।

Share in top social networks!