ରେଡକ୍ରସ୍ ଓଡିଶା ରାଜ୍ୟ ଶାଖା ପକ୍ଷରୁ ଜାତୀୟ ଯୁବ ଦିବସ – ୨୦୧୫ ପାଳିତ

redcrossଜାତୀୟ ଯୁବ ଦିବସ ଓ ସଡକ ସୁରକ୍ଷା ସପ୍ତାହ ଉପଲକ୍ଷେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ତରଫରୁ ସ୍ଥାନୀୟ ରେଡ଼କ୍ରସ୍ ଭବନ ସମ୍ମୁଖରେ ଏକ ମାନବ ଶୃଙ୍ଖଳ ଗଠନ କରାଯାଇଥିଲା । ଏକ କାର୍ଯ୍ୟକ୍ରମକୁ ଭାରତୀୟ ରେଡ଼୍ରକ୍ରସ୍ ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡଃÿ ଚକ୍ରଧର ପଣ୍ଡା ଉଦ୍ଘାଟନ କରିଥିଲେ । ଏହି ଅବସରରେ ପ୍ରତ୍ୟେକ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ନିଜ ନିଜ ହାତରେ ସେଚ୍ଛାକୃତ ରକ୍ତଦାନ ଏବଂ ସଡକ ସୁରକ୍ଷା ବିଷୟରେ ସଚେତନତା ଉପରେ ଅଧାରିତ ପ୍ଳା କାର୍ଡ ଏବଂ ସ୍ଲୋଗାନ ମାନ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଜନସାଧାରଣମାନଙ୍କୁ ପ୍ରଚାର ପତ୍ର ବଣ୍ଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଉଦ୍ଧ୍ୱର୍ ଯୁବ ସ୍ୱେଚ୍ଛାସେବୀ, ଆଜୀବନ ସଦସ୍ୟ/ସଦସ୍ୟା, ୟୁଥ ରେଡ଼କ୍ରସ୍ ପରାମର୍ଶଦାତା ଓ ଓଡିଶା ରାଜ୍ୟ ଶାଖାର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ ।
ଅପରାହ୍ନ ୩.୦୦ ଘଟିକା ସମୟରେ ସ୍ଥାନୀୟ ରେଡ଼କ୍ରସ୍ ଭବନ ପରିସରରେ ଅନୁଷ୍ଠିତ ସଭାରେ ପା୍ରକ୍ତନ ମୁଖ୍ୟଶାସନ ସଚିବ ତଥା ରେଡ଼କ୍ରସ୍ କାର୍ଯ୍ୟକାରିଣୀ କମିଟି ସଭ୍ୟ ଶ୍ରୀ ସୁଧାଂଶୁ ଭୂଷଣ ମିଶ୍ର ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସେ ତାଙ୍କ ଅଭିଭାଷଣରେ ବିବେକାନନ୍ଦଙ୍କୁ ଆଧୁନିକ ଭାରତର ସାଂସ୍କୁତିକ ସ୍ରଷ୍ଟାଭାବେ ସୂଚନା ଦେଇଥିଲେ । ବିବେକାନନ୍ଦ ଭାରତ ଓ ଭାରତ ବାହାରେ ସଂସ୍କôତି ଓ ଦର୍ଶନର ବାର୍ତ୍ତା ପ୍ରଚାର କରି ଭାରତର ଇତିହାସ ମହାନ ଓ ଉଚ୍ଚ ପରଂପରା ସଂପର୍କରେ ସୂଚନା ଦେଇଥିଲେ ।
ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡଃ ଚକ୍ରଧର ପଣ୍ଡା ଅତିଥି ମାନଙ୍କୁ ସ୍ୱାଗତ ପ୍ରଦାନ କରିବା ସହ ଜାତୀୟ ଯୁବ ଦିବସ ମହତ୍ତ୍ୱ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ନିଦେ୍ର୍ଧଶକ, ପ୍ରଫେସର୍ (ଡଃ) ନିହାର ରଞନ ପଟ୍ଟନାୟକ, ମୁଖ୍ୟବ୍ୟକ୍ତା ଭାବେ ଭାରତ ବିବେକାନନ୍ଦ ଯୁବ ମହାମଣ୍ଡଳ, ଓଡିଶା ରାଜ୍ୟ ଶାଖା ସଚିବ ଶ୍ରୀ ବିଶ୍ୱ ରଞନ ଶତପଥୀ ଯୋଗ ଦେଇ ଆଜି ଦିନର ମହତ୍ତ୍ୱ ଓ ଗୁରୁତ୍ୱ ଉପରେ ପ୍ରାଧାନ୍ୟ ପ୍ରଦାନ ପୁର୍ବକ ବିବେକାନନ୍ଦଙ୍କର ବାଣୀ ଓ ଦର୍ଶନର ସାବଲୀଳ ବ୍ୟାଖ୍ୟା କରିଥିଲେ ।
ରେଡ଼କ୍ରସ୍ ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡ଼ ଚକ୍ରଧର ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହିତ ରେଡ଼କ୍ରସ୍ର ବିଭିନ୍ନ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ମାନଙ୍କର ଅବଦାନକୁ ଭୁୟସୀ ପ୍ରଶଂସା କରିବା ଅବସରରେ ସେମାନଙ୍କର ସ୍ୱେଚ୍ଛାକୃତ ସେବା ନିମନ୍ତେ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ୨୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଥିଲା ଓ ଜାତୀୟ ଯୁବ ଦିବସ ଉପଲକ୍ଷେ ଏକ ବକ୍ରୁତା ପ୍ରତିଯୋଗିତା “ସ୍ୱାମୀ ବିବେକାନନ୍ଦଙ୍କର ଯୁବ ସମାଜକୁ ଆହ୍ୱାନ” ଉପରେ ଅନୁଷ୍ଠିତ ହୋଇଥିଲା । ଯୁବ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ରେଡ଼କ୍ରସ୍ ପରିସରକୁ ସଫେଇ କରାଯାଇଥିଲା ।
ଅବୈତନିକ ଯୁଗ୍ମ ସଚିବ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମାହୁନ୍ତ କାର୍ଯ୍ୟକ୍ରମର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଯୁବ ରେଡ଼କ୍ରସ୍ ଅଫିସର ଡ଼ଃ. ଦେବଦତ୍ତା ଶତପଥୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା, ଅଧ୍ୟାପକ ସୁରେଶ ମହାନ୍ତି, କାର୍ଯ୍ୟକ୍ରମ ସଂଯୋଜନା ଓ ଶୀ୍ର ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା କରିଥିଲେ ।

Share in top social networks!